ଜଗତସିଂହପୁର ୧୯।୩: ଚିକିତ୍ସାରେ ଅବହେଳା ଯୋଗୁଁ ଏକ ଘରୋଇ ହସ୍ପିଟାଲରେ ପ୍ରସୂତୀଙ୍କ ମୃତ୍ୟୁ ଘଟଣାରେ ଆଜିବି ଥମୁନି ଉତ୍ତେଜନା । ଶବ ବ୍ୟବଚ୍ଛେଦ ହୋଇ ଭୁବନେଶ୍ୱରରୁ ଫେରିବା ପରେ ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଗରେ ମୃତଦେହକୁ ରଖି ଉତ୍ତ୍ୟକ୍ତ ଲୋକେ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଏହାସହ ପୋଲିସ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

Also Read: ପରୀକ୍ଷା ଦେଇ ଘରକୁ ଫେରିଲେନି ଛାତ୍ରୀ, ଗ୍ରାମ୍ୟ ଜଙ୍ଗଲରେ ପଡ଼ିଛି ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

ସୂଚନାଯୋଗ୍ୟ ଯେ, ବୁଧବାର ଦୋନ୍ଦ ଗାଁର ସୁଶ୍ରୀ ସଂଗୀତା ସାହୁ ଏକ ଘରୋଇ ହସ୍ପିଟାଲକୁ ପ୍ରସବ ନିମନ୍ତେ ଆସିଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ଉତ୍ୟକ୍ତ ଲୋକେ ବୁଧବାର ହସ୍ପିଟାଲ ଉପରକୁ ଟେକାପଥର ମାଡ଼ କରିଥିଲେ । ଘଟଣାକୁ ଦୁଇ ଦିନ ପୁରିଥିଲେ ମଧ୍ୟ ଏ ବାବଦରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।