ନୂଆଦିଲ୍ଲୀ: ୨୦୨୬ ଟି୨୦ ବିଶ୍ଵକପ୍ ଶେଷ ହେବା ପରେ, ଆଇସିସି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଏଥିରେ ଚାରି ଜଣ ଭାରତୀୟ ଖେଳାଳିଙ୍କୁ ସ୍ଥାମ ମିଳିଥିବା ବେଳେ ରନର୍ସଅପ ନ୍ୟୁଜିଲାଣ୍ଡର କୌଣସି ଖେଳାଳିଙ୍କୁ ସ୍ଥାନ ମିଳିନି। ଟି୨୦ ବିଶ୍ୱକପ୍ ଇତିହାସରେ ଦ୍ରୁତତମ ଶତକ ହାସଲ କରିଥିବା ଫିନ୍ ଆଲେନଙ୍କୁ ମଧ୍ୟ ବାଦ୍ ଦିଆଯାଇଛି। ଏପରିକି ଶିବମ ଦୁବେଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି। ମଜାଦାର କଥା ହେଉଛି, ଜିମ୍ବାୱେର ଯୁବ ଓପନର ବ୍ରାଏନ୍ ବେନେଟ୍ ମଧ୍ୟ ଦଳରୁ ବାଦ୍ ପଡ଼ିଛନ୍ତି। ସେ ଟୁର୍ଣ୍ଣାମେଣ୍ଟରେ ୧୪୬ ହାରରେ ୨୯୨ ରନ୍ କରିଥିଲେ। ଆସନ୍ତୁ ଜାଣିବା ଆଇସିସି କେଉଁ ୧୧ ଜଣ ଖେଳାଳିଙ୍କୁ ଚୟନ କରିଛି।

ICC ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଦଳ ଘୋଷଣା

ଓପନର ଭାବେ ଆଇସିସି ସାହିବଜାଦା ଫରହାନ ଏବଂ ସଞ୍ଜୁ ସାମସନଙ୍କୁ ସାମିଲ୍ କରିଛି। ଇଶାନ କିଶନ ଏବଂ ଆଡନ ମାର୍କରାମଙ୍କୁ ମଧ୍ୟ ଦଳରେ ସ୍ଥାନ ଦିଆଯାଇଛି। ମାର୍କରାମଙ୍କୁ ଅଧିନାୟକ କରିଛି ଆଇସିସି। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୱିଲ ଜ୍ୟାକ୍ସଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଜାସନ ହୋଲ୍ଡରଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଯଶପ୍ରୀତ ବୁମରା, ଲୁଙ୍ଗି ଏନଗିଡି, ଆଦିଲ ରସିଦ ଏବଂ ବ୍ଲେସିଂ ମୁଜାରାବାନିଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖିଛି ଆଇସିସି।ଏହା ବ୍ୟତୀତ, ଆମେରିକାର ଶାଡଲି ଭାନ ସ୍କାଏକ୍ୱିକ୍ଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି।

ଆଇସିସି ଦ୍ଵାରା ଘୋଷିତ ଶ୍ରେଷ୍ଠ ଚୂଡ଼ାନ୍ତ ଏକାଦଶ

ସାହିବଜାଦା ଫରହାନ, ସଞ୍ଜୁ ସାମସନ, ଇଶାନ କିଶନ, ଆଡମ ମାରକ୍ରମ, ହାର୍ଦ୍ଦିକ ପାଣ୍ଡ୍ୟା, ୱିଲ ଜ୍ୟାକ୍ସ, ଜାସନ ହୋଲଡର, ଯଶପ୍ରୀତ ବୁମରା, ଲୁଙ୍ଗି ଏନଗିଡି, ଆଦିଲ ରସିଦ ଏବଂ ବ୍ଲେସିଂ ମୁଜରାବାନୀ।