ଭୁବନେଶ୍ୱର ୦୬।୦୫ : ଦିଦି କହୁଛନ୍ତି ଇସ୍ତଫା ଦେବେ ନାହିଁ । ଶେଷରେ ସମ୍ବିଧାନ ଅନୁସାରେ ତଡ଼ା ଖାଇବେ । ପଶ୍ଚିମବଙ୍ଗରେ ଦିଦିଙ୍କ ଦୌରାତ୍ମ୍ୟରେ ଅବସାନ ଘଟିଛି ବୋଲି ଗଣମାଧ୍ୟମକୁ କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଗନ୍ନାଥ ମନ୍ଦିର ସବୁଠି ଅଛି । ଧାମ କେବଳ ଗୋଟିଏ । ତାହା ହେଉଛି ପୁରୀ । ପଶ୍ଚିମବଙ୍ଗରେ ଦିଦିଙ୍କ ଦୌରାତ୍ମ୍ୟର ଅବସାନ ଘଟିଛି। ସେ ଏବେ କହୁଛନ୍ତି ଶହେରୁ ଅଧିକ ସିଟ୍‌ରେ ବିଜେପି ଭୋଟ ଚୋରି କରି ଜିତିଛି। ଯଦି ଭାରତୀୟ ଜନତା ପାର୍ଟି ପଶ୍ଚିମ ବଙ୍ଗରେ ଭୋଟ ଚୋରି କରି ଜିତିପାରିଲା, ତେବେ କେରଳ କିମ୍ବା ତାମିଲନାଡୁରେ ସେମିତି ବଳ ପ୍ରୟୋଗ କରି ଜିତିପାରିଥାନ୍ତା।

Also Read:-Berhampur Businessman Murder Case : ରଶ୍ମିତାଙ୍କ ବଡ଼ ଖୁଲାସା, ଷଡଯନ୍ତ୍ର ପଛରେ ମୋ ଯାଆ, ମୋତେ କହିଥିଲା ଅଳ୍ପ ଦିନରେ ସରିଯିବ ତୋ ଖୁସି...

ଦିଦି ଏବେ କହୁଛନ୍ତି ଇସ୍ତଫା ଦେବିନି। ସେ ଇସ୍ତଫା ନଦେଲେ ସମ୍ବିଧାନରେ ଯାହା ବ୍ୟବସ୍ଥା ଅଛି ସେହି ଆଧାରରେ ତଡ଼ା ଖାଇ ବିଦା ହେବେ। ଓଡ଼ିଶାର ଶହ ଶହ କାର୍ଯ୍ୟକର୍ତ୍ତା ପଶ୍ଚିମବଙ୍ଗରେ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ଯାହାର ପରିଣତି ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢିବାକୁ ଯାଉଛି । ରାଜ୍ୟରେ ଦଳ ଜିତିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ବିଜେପି କେନ୍ଦ୍ରୀୟ ବୋର୍ଡ ସହ ପର୍ଯ୍ୟବେକ୍ଷକ ଦାୟିତ୍ଵ ଦେଇଛନ୍ତି। ଜଗନ୍ନାଥ ମନ୍ଦିର ସବୁଠି ଅଛି l ହେଲେ ଧାମ କେବଳ ଗୋଟିଏ l ବେଙ୍ଗଲରେ ସରକାର ଗଠନ ହେଲା ପରେ, ଓଡିଶା ସରକାର ଆଲୋଚନା କରିବେ ଦିଘା ଜଗନ୍ନାଥ ମନ୍ଦିର ନେଇ l ସେହିପରି ଯେଉଁମାନେ କହୁଛନ୍ତି ସୀମା ବିବାଦ କିମ୍ବା ଅନ୍ୟ କିଛି ସମସ୍ୟା ସମ୍ପର୍କରେ ସେମାନେ କିଛି କଲେନି । ଅନ୍ୟକୁ ଦର୍ପଣ ଦେଖାଇବା ବନ୍ଦ କରନ୍ତୁ।