ମୁମ୍ବାଇ:  ଶାହରୁଖ ଖାନ୍ ଏବେ ନିଜର ପୁରୁଣା ସଫ୍ଟ-ବୟ ଇମେଜକୁ ଛାଡ଼ି ଏକ ଭୟାନକ ଏବଂ ଆକ୍ରାମକ ରୂପରେ ପରଦାକୁ ଫେରୁଛନ୍ତି। ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଆଗାମୀ ଆକ୍ସନ୍ ଥ୍ରୀଲର ଫିଲ୍ମ 'କିଙ୍ଗ'ରୁ ଶାହରୁଖଙ୍କ ଏକ ସ୍ୱତନ୍ତ୍ର ପୋଷ୍ଟର ପ୍ରକାଶ ପାଇଛି । ଆଉ ଏହା ଦେଖିବା ପରେ ଶାହରୁକଙ୍କ ଉତ୍ସାହ ଦ୍ବିଗୁଣିତ ହୋଇଛି। 

ପ୍ରକାଶିତ ନୂଆ ପୋଷ୍ଟରରେ ଶାହରୁଖଙ୍କର ଏକ ଉତ୍ତେଜନାପୂର୍ଣ୍ଣ ଲୁକ୍ ଦେଖିବାକୁ ମିଳିଛି। ତାଙ୍କ ଓଠରେ ଗୋଲାପ ଫୁଲ ଏବଂ ଆଖିରେ ନିଆଁ ଭଳି ତୀକ୍ଷ୍ଣ ଚାହାଣି  । ସେ ଏକ ବିପଜ୍ଜନକ ଅବତାରରେ ନଜର ଆସିଛନ୍ତି। ନିଜର ଏହି ରୂପକୁ ସେଆର କରି ଶାହରୁଖ ଲେଖିଛନ୍ତି ଯେ, ସେ ଜଣେ 'ପ୍ରେମିକ । ଜଣେ 'ହତ୍ୟାକାରୀ' ନୁହଁନ୍ତି। 'ଡଙ୍କି'ଫିଲ୍ମ ପରେ ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ଶାହରୁଖ ପୁଣି ଥରେ ବଡ଼ ପରଦାକୁ ଫେରୁଛନ୍ତି। 'ପଠାନ'ର ସଫଳତା ପରେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ସହ ଏହା ତାଙ୍କର ଦ୍ୱିତୀୟ ଫିଲ୍ମ ।

ଏହି ସିନେମାରେ ଶାହରୁଖଙ୍କ ସହ ଦୀପିକା ପାଦୁକୋନ, ଅଭିଷେକ ବଚ୍ଚନ, ରାଣୀ ମୁଖାର୍ଜୀ, ଜୟଦୀପ ଅହଲାୱଟ ରାଘବ ଜୁୟାଲ ଏବଂ ସୌରଭ ଶୁକ୍ଲାଙ୍କ ଭଳି ପ୍ରସିଦ୍ଧ କଳାକାର ନଜର ଆସିବେ। ଏହି ଫିଲ୍ମର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଯେ, ଏହା ମାଧ୍ୟମରେ ଶାହରୁଖଙ୍କ ଝିଅ ସୁହାନା ଖାନ୍ ପ୍ରଥମ ଥର ପାଇଁ ବଡ଼ ପରଦାରେ ଡେବ୍ୟୁ କରି​‌ବେ ।