ନୂଆଦିଲ୍ଲୀ: ଆଇସିସିର ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗରେ ଭାରତର ବରିଷ୍ଠ ତଥା ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କ ରାଜୁତି ସମାପ୍ତ ହୋଇଛି। ଅକ୍ଟୋବର ୨୮ରେ ଆଇସିସି ଦ୍ଵାରା ଜାରି ସଦ୍ୟତମ ରାଙ୍କିଙ୍ଗରେ ଜାଡ଼େଜା ନିଜର ଶୀର୍ଷ ସ୍ଥାନ ହରାଇଛନ୍ତି। ସେ ଗୋଟିଏ ସ୍ଥାନ ତଳକୁ ଖସି ଦ୍ଵିତୀୟରେ ରହିଛନ୍ତି। ଦୀର୍ଘ ଚାରି ବର୍ଷ ଧରି ଜାଡ଼େଜା ଶୀର୍ଷ ସ୍ଥାନ ବଜାୟ ରଖି ଆସିଥିଲେ। ଅନ୍ୟପଟେ ଇଶାନ କିଶନ ମଧ୍ୟ ଟି-୨୦ରେ ଏକ ନମ୍ଵର ସ୍ଥାନରୁ ତଳକୁ ଖସି ତୃତୀୟକୁ ଚାଲି ଆସିଛନ୍ତି। ହେଲେ ଏକ ନମ୍ବର ସ୍ଥାନ କବଜା କରିଛନ୍ତି ତାଙ୍କ ସାଥୀ ତଥା ଭାରତୀୟ ଖେଳାଳି ଅଭିଷେକ ଶର୍ମା।

ଜାଡ଼େଜା ଚାରି ବର୍ଷ ଧରି ଟେଷ୍ଟ ଅଲରାଉଣ୍ଡର ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହି ଆସିଥିଲେ। ସଦ୍ୟତମ ରିପୋର୍ଟ ଅନୁସାରେ ଜାଡ଼େଜା ୪୨୨ ରେଟିଂ ପଏଣ୍ଟ ସହିତ ଟପ୍-୧୦ରେ ଦ୍ଵିତୀୟ ସ୍ଥାନକୁ ଖସି ଆସିଛନ୍ତି। ତାଲିକାରେ ଦକ୍ଷିଣ ଆଫ୍ରିକାର ସାଇମନ ହାର୍ମର ବଡ଼ ଲମ୍ଫ ମାରି ଟପ୍-୧୦ରେ ପ୍ରବେଶ କରିଛନ୍ତି। ସେ ୧୫ଟି ସ୍ଥାନ ଉପରକୁ ଉଠି ୨୨୮ ରେଟିଂ ପଏଣ୍ଟ ସହିତ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି।

Also Read: ପାରା ଆଥଲେଟ ନୀରଜଙ୍କ ଆତ୍ମହତ୍ୟା : ବିଷ ପିଇ ହାରିଦେଲେ ଜୀବନ !

ନମ୍ବର ଓ୍ଵାନ ହେଲେ ମାର୍କୋ ଜନସେନ

ଆଇସିସି ଟେଷ୍ଟ ଅଲରାଉଣ୍ଡର ମାନ୍ୟତାରେ ମାର୍କୋ ଜନସେନ ୪୫୧ ପଏଣ୍ଟ ସହ ପ୍ରଥମ ସ୍ଥାନକୁ ଉଠିଛନ୍ତି। ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ରାଙ୍କିଂ। ଏହା ବାଦ୍ ଟପ୍-୫ରେ ଆଉ କିଛି ପରିବର୍ତ୍ତନ ହୋଇନି। ଜନସେନ ଅଷ୍ଟ୍ରେଲିଆ ବିପକ୍ଷ ଖେଳା ଯାଇଥିବା ଟେଷ୍ଟରେ ମୋଟ୍ ୬ ଓ୍ଵିକେଟ୍ ନେବା ସହ ୮୫ ରନର ଇନିଂସ ଖେଳିଥିଲେ।

ତାଲିକାରେ ତୃତୀୟ ସ୍ଥାନରେ ବାଂଲାଦେଶର ମେହନ୍ଦି ହସନ ମିରାଜ ରହିଛନ୍ତି। ଚତୁର୍ଥରେ ଓ୍ଵିୟାନ ମୁଲଡୋର ଏବଂ ପଞ୍ଚମରେ ମିଚେଲ୍ ଷ୍ଟାର୍କ ରହିଛନ୍ତି। ଜାଡ଼େଜାଙ୍କ ପରେ ଦ୍ଵିତୀୟ ଭାରତୀୟ ଖେଳାଳି ଭାବେ ଟପ୍-୧୦ରେ ଓ୍ଵାଶିଂଟନ ସୁନ୍ଦର ରହିଛନ୍ତି। ଏହି ବାମହାତୀ ଅଲରାଉଣ୍ଡର ୨୩୪ ରେଟିଂ ପଏଣ୍ଟ ସହ ସପ୍ତମ ସ୍ଥାନରେ ଅଛନ୍ତି।

Also Read: 'ବୈଭବଙ୍କୁ ଚକଲେଟ୍ ଦେଲେ ଗମ୍ଭୀର, କାନ୍ଦିଲା ନ୍ୟୁଜିଲାଣ୍ଡ' : କାହିଁକି ଏମିତି କହିଲେ ପୂର୍ବତନ ବ୍ୟାଟର ?