ମୁମ୍ବାଇ: ବଲିଉଡ୍ ଲୋକପ୍ରିୟ ଅଭିନେତା ଗୋବିନ୍ଦା ନିଜ ମା’ ନିର୍ମଳା ଦେବୀଙ୍କ ଜୀବନ ସହ ଜଡ଼ିତ ଏକ ଭାବପ୍ରବଣ ଘଟଣା ବିଷୟରେ ଖୁଲାସା କରିଛନ୍ତି। ନିର୍ମଳା ଦେବୀ ଜଣେ ଅଭିନେତ୍ରୀ ହେବା ସହ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଜଣେ ପରିଚିତ କଳାକାର ମଧ୍ୟ ଥିଲେ। କିନ୍ତୁ ବିବାହ ପରେ ଏବଂ ପାରିବାରିକ ଜୀବନରେ ଆଧ୍ୟାତ୍ମିକତା ପ୍ରତି ତାଙ୍କର ଆକର୍ଷଣ ବଢ଼ିବା ସହ ସେ ଅଭିନୟ ଜଗତଠାରୁ ଦୂରେଇ ଯାଇଥିଲେ ବୋଲି ଗୋବିନ୍ଦା କହିଛନ୍ତି।

ଗୋବିନ୍ଦାଙ୍କ ପିତା ଅରୁଣ ଆହୁଜା ନିର୍ମଳା ଦେବୀଙ୍କୁ ଅଭିନୟ ଛାଡି ଦେବା ପାଇଁ କହିଥିଲେ l ଅଭିନୟ ଜାରି ରଖିଲେ ଲୋକେ ତାଙ୍କୁ ଖରାପ ଦୃଷ୍ଟିରେ ଦେଖି ପାରନ୍ତି ବୋଲି କହିଥିଲେ ଅରୁଣ l ସ୍ୱାମୀଙ୍କର ଗୋଟିଏ ପଦ କଥା ନିର୍ମଳାଙ୍କ ଜୀବନର ଗତି ପଥକୁ ବଦଳାଇ ଦେଇଥିଲା l ପରବର୍ତ୍ତୀ ସମୟରେ ସେ ଅଭିନୟ ଛାଡି ଆଧ୍ୟାତ୍ମିକ ଜୀବନକୁ ଆପଣାଇଥିଲେ l ମାଙ୍କ ବିଷୟରେ କିଛି ଏଭଳି କଥା କହି ଭାବ ପ୍ରବଣ ହୋଇଛନ୍ତି ଗୋବିନ୍ଦା l ଗୋବିନ୍ଦାଙ୍କ ଅନୁସାରେ, ତାଙ୍କ ମା’ ନିଜ ଭ୍ରୂଲତାର କେଶ ଓ ମୁଣ୍ଡର କେଶ କାଟି ଦେଇ ସାଧ୍ୱୀଙ୍କ ଭଳି ଜୀବନ ବିତାଇବା ଆରମ୍ଭ କରିଥିଲେ। ସେ ନିଜ ପାଞ୍ଚ ସନ୍ତାନଙ୍କ ଲାଳନପାଳନ ଓ ପରିବାରର ଦାୟିତ୍ୱ ମଧ୍ୟ ତୁଲାଇଥିଲେ।ଶାହରୁଖ ଖାନ୍‌ଙ୍କ ନୂଆ ଅବତାର: ‘କିଙ୍ଗ’ ସିନେମାରେ ପାଗଳ ପ୍ରେମିକ ଭୂମିକାରେ ନଜର ଆସିବେ କିଙ୍ଗ ଖାନ୍

also read- ଶାହରୁଖ ଖାନ୍ଙ୍କ ନୂଆ ଅବତାର: ‘କିଙ୍ଗ’ ସିନେମାରେ ପାଗଳ ପ୍ରେମିକ ଭୂମିକାରେ ନଜର ଆସିବେ କିଙ୍ଗ ଖାନ୍

ଗୋବିନ୍ଦା ପୁର୍ବରୁ ମଧ୍ୟ ନିଜ ମା’ଙ୍କ ସହ ଥିବା ଗଭୀର ଭାବନାତ୍ମକ ସମ୍ପର୍କ ବିଷୟରେ ଅନେକ ଥର କହିଛନ୍ତି। ତାଙ୍କ ମତରେ, ମା’ଙ୍କ ଆଧ୍ୟାତ୍ମିକ ଚିନ୍ତାଧାରା ଓ ଜୀବନ ପ୍ରତି ଅନାସକ୍ତ ଭାବ ତାଙ୍କୁ ଅନେକ ପ୍ରଭାବିତ କରିଛି। ଅନ୍ୟମାନେ ତାଙ୍କ ବିଷୟରେ କ’ଣ କହୁଛନ୍ତି, ସେଥିପ୍ରତି ଅଧିକ ଚିନ୍ତିତ ନହେବା ଏବଂ ଜୀବନରେ ନିଜ ମୂଲ୍ୟବୋଧକୁ ଗୁରୁତ୍ୱ ଦେବାର ଶିକ୍ଷା ସେ ନିଜ ମା’ଙ୍କଠାରୁ ପାଇଥିବା କଥା କହିଛନ୍ତି।