ମୁମ୍ଵାଇ ୨୮।୧୦; ବଲିଉଡ୍ ଷ୍ଟାରଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଫ୍ୟାନ୍ସଙ୍କ ମଧ୍ୟରେ ରହିଥାଏ ଉତ୍ସାହ। ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣିଥରେ ମା’ ହେବାକୁ ଯାଉଛନ୍ତି କି? ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲିଙ୍କ ସହ ଅନୁଷ୍କାଙ୍କ ଏକ ଭିଡିଓ ଭାଇରାଲ୍ ହେବା ପରେ ଏବେ ସୋସିଆଲ୍ ମିଡିଆରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି। ମୁମ୍ବାଇରେ ଏକ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମରେ ଦୁହିଁଙ୍କୁ ଏକାଠି ଦେଖିବା ପରେ ଅନୁଷ୍କାଙ୍କ ଲୁକ୍କୁ ନେଇ ନାନା ଅନୁମାନ ଲଗାଉଛନ୍ତି ଫ୍ୟାନ୍ସ। ତେବେ ପ୍ରକୃତରେ କ’ଣ ଅନୁଷ୍କା ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି, ନା ଏହା କେବଳ ସୋସିଆଲ୍ ମିଡିଆର ଚର୍ଚ୍ଚା? ଆସନ୍ତୁ ଜାଣିବା ପୂରା ଖବର।

ଅକ୍ଟୋବର ୨୫ ତାରିଖରେ ମୁମ୍ବାଇର ୱର୍ଲିସ୍ଥିତ ଡୋମ୍, ଏସଭିପି ଷ୍ଟାଡିୟମରେ ଆୟୋଜିତ ଆମେରିକୀୟ ସଙ୍ଗୀତଶିଳ୍ପୀ କୃଷ୍ଣ ଦାସଙ୍କ ଲାଇଭ୍ କୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏହି ଷ୍ଟାର୍ ଦମ୍ପତି। ଏହା ପୂର୍ବରୁ ମଧ୍ୟ ଦୁହିଁଙ୍କୁ ଗେଟ୍ୱେ ଅଫ୍ ଇଣ୍ଡିଆ ନିକଟରେ ଏକାଠି ଦେଖିବାକୁ ମିଳିଥିଲା। ଭାଇରାଲ୍ ଭିଡିଓରେ ଅନୁଷ୍କାଙ୍କୁ ସଙ୍ଗୀତର ତାଳେ ତାଳେ ତାଳି ବଜାଇବା ସହ ଗୀତ ଗାଉଥିବା ଦେଖିବାକୁ ମିଳିଛି। ପାଖରେ ବସିଥିଲେ ବିରାଟ। ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅନୁଷ୍କାଙ୍କ ତୃତୀୟ ଥର ଗର୍ଭଧାରଣକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। କିଛି ୟୁଜର୍ ପ୍ରଶ୍ନ କରୁଛନ୍ତି, ଅନୁଷ୍କା ପୁଣି ଗର୍ଭବତୀ କି? ଆଉ କିଛି ୟୁଜର୍ ଏହାକୁ ନେଇ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି। ତେବେ ଏହି ଚର୍ଚ୍ଚା ପଛରେ ଏଯାଏଁ କୌଣସି ଅଧିକାରିକ ସୂଚନା ନାହିଁ। ଅନୁଷ୍କା କିମ୍ବା ବିରାଟଙ୍କ ପକ୍ଷରୁ ତୃତୀୟ ଗର୍ଭଧାରଣ ସମ୍ପର୍କରେ କୌଣସି ଘୋଷଣା କରାଯାଇନାହିଁ।

୨୦୧୭ ମସିହାରେ ବିବାହ କରିଥିଲେ ଅନୁଷ୍କା ଓ ବିରାଟ। ୨୦୨୧ରେ ଝିଅ ଭାମିକା ଏବଂ ୨୦୨୪ ଫେବୃଆରୀରେ ପୁଅ ଅକାୟଙ୍କୁ ସ୍ୱାଗତ କରିଥିଲେ ଏହି ଦମ୍ପତି। ନିଜ ପିଲାମାନଙ୍କୁ ଗଣମାଧ୍ୟମର ଆଲୋକରୁ ଦୂରେଇ ରଖିବାକୁ ମଧ୍ୟ ସେମାନେ ପସନ୍ଦ କରନ୍ତି। ତେବେ ଅନୁଷ୍କାଙ୍କ ତୃତୀୟ ଗର୍ଭଧାରଣକୁ ନେଇ ଏବେ ଯାହା ଚର୍ଚ୍ଚା ହେଉଛି, ତାହା କେବଳ ସୋସିଆଲ୍ ମିଡିଆର ଅନୁମାନ। ଅଧିକାରିକ ଘୋଷଣା ନ ଆସିବା ପର୍ଯ୍ୟନ୍ତ ଏହାକୁ ସତ୍ୟ ବୋଲି ଧରିନେବା ଠିକ୍ ହେବ ନାହିଁ।