ବ୍ରହ୍ମପୁର ୦୬।୦୫ : ବ୍ୟବସାୟୀରେ ବୃଦ୍ଧିକୁ ସହିପାରୁନଥିଲେ । ରାସ୍ତାରୁ ହଟାଇବା ପାଇଁ ଭାଇ ସହ ମିଶି କରିଲେ ପ୍ଲାନ । ଜମି ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଏପରି କିଛି ତଥ୍ୟ ସାମ୍ନାରେ ରଖିଛନ୍ତି ସୁଧୀରଙ୍କ ପତ୍ନୀ ରଶ୍ମିତା । ପ୍ରେସମିଟ୍ କରି ସୁଧୀରଙ୍କୁ ଅପହରଣ ଓ ହତ୍ୟାକାଣ୍ଡର ପୁରା କାହାଣୀ ବଖାଣିଛନ୍ତି ତାଙ୍କ ପତ୍ନୀ ରଶ୍ମିତା ପାତ୍ର ।

ତାଙ୍କ ଅନୁସାରେ, ଗତ ୧୫ ତାରିଖ ରାତି ୧୨ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ବାରମ୍ବାର ଫୋନ କରିଥିଲେ ଅପହରଣକାରୀ । ଫୋନ କରି ୨କୋଟି ଟଙ୍କା ମାଗିଥିଲେ ଅପହରଣକାରୀ । ଅପହରଣ ଘଟଣା ପରଠାରୁ ପୋଲିସ ସହ ଯୋଗାଯୋଗରେ ରହିଥିଲୁ । ହତ୍ୟାକାଣ୍ଡରେ ପରିବାର ଲୋକ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଥିଲା । ଅପହରଣକାରୀଙ୍କ କଲ୍ ନମ୍ବରରୁ ପରିବାରର ଲିଙ୍କ୍ ପାଇଥିଲା ପୋଲିସ । ଝିଆରୀ ୪ମାସ ପୂର୍ବେ ସଂପୃକ୍ତ ନମ୍ବର ସହ ଯୋଗାଯୋଗରେ ଥିଲେ । ଫୋନରେ ଧମକ ଚମକ ଏବଂ ଟଙ୍କା ମାଗିବା ଭିତରେ ସୁଧୀରଙ୍କୁ ହତ୍ୟା କରାଯାଇଥିବା ରଶ୍ମିତା କହିଛନ୍ତି ।

Also Read:-ଆଜି ରକ୍ତରେ ଗାଧେଇବେ ଜିତୁ ମୁଣ୍ଡା ! ଭଉଣୀର ସମାଧିରେ ଦିଆଯିବ ବଳି...ଆଶ୍ଚର୍ଯ୍ୟ କରିବ 'ହୋ' ସମ୍ପ୍ରଦାୟର ପରମ୍ପରା

ତେବେ ହତ୍ୟାକାଣ୍ଡ ପଛରେ ଝିଆରୀ ନିବେଦିତାଙ୍କ ମା ବସୁନ୍ଧରା ଓ ମାମୁଁ ତ୍ରିଲୋଚନ ବିଶେଶ୍ବର ରାୟଙ୍କ ସଂପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି । ସୁଧୀର ସେୟାର ମାର୍କେଟ ଅଢ଼େଇ କୋଟି ଟଙ୍କା ନିବେଶ କରିଥିଲେ । ସେୟାର ମାର୍କେଟରେ ବ୍ୟବସାୟ ବୃଦ୍ଧିକୁ ନେଇ ଈର୍ଷା ପରାୟଣ ହୋଇଥିଲା ସୁଧୀରଙ୍କ ଭାଉଜ । ବଡ଼ ଭାଇଙ୍କ ମୃତ୍ୟୁ ପରେ ଶାନ୍ତିରେ ବଞ୍ଚିବାକୁ ଦେବୁନି ବୋଲି ସୁଧୀରଙ୍କ ଭାଉଜ କହିଥିଲେ। ତେଣୁ ବଡ଼ ଜା' ଓ ତାଙ୍କ ଭାଇଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛନ୍ତି ରଶ୍ମିତା । ନିବେଦିତାଙ୍କ ମା ଓ ମାମୁଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ମୃତ ସୁଧୀରଙ୍କ ପତ୍ନୀ । ପୁତୁରା ଓ ଝିଆରୀ ସହ ତାଙ୍କ ମା ଏବଂ ମାମୁ ଜେଲ ଭିତରେ ରହିଲେ ହିଁ ମୋ ପୁଅ ଝିଅ ସୁରକ୍ଷିତ ରହିବେ । ନଚେତ ସମସ୍ତଙ୍କ ଜୀବନ ବିପଦରେ ଥିବା ରଶ୍ମିତା କହିଛନ୍ତି ।