ନୂଆଦିଲ୍ଲୀ, ୨୮/୧୦ : ପାରା ଆଥଲେଟଙ୍କ ଆତ୍ମହତ୍ୟା । ଏସିଆନ୍ ପାରା ଗେମ୍ସରେ ତିନୋଟି ସୁନା ପଦକ ହାସଲ କରିଥିବା ଭାରତୀୟ ଆଥଲେଟ୍ ନୀରଜ ଯାଦବ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା । ସେ ନିଜ ଘରେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଦିଲ୍ଲୀର ଏକ ହସ୍ପିଟାଲରେ ମୃତଦେହକୁ ପୋଷ୍ଟ ମର୍ଟମ୍ କରାଯାଉଛି ।

ଭାରତୀୟ ପାରା ଆଥଲେଟିକ୍ସ ଟିମ୍ ର ମୁଖ୍ୟ କୋଚ୍ ଏସ୍ ସତ୍ୟନାରାୟଣ ନୀରିଜଙ୍କ ମୃତ୍ୟୁ ବାବଦରେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ଏହା ଖୁବ୍ ଦୁଃଖଦ ଘଟଣା ଅଟେ । ତାଙ୍କୁ ଏବାବଦରେ ସୂଚନା ମିଳିଛି । ନୀରିଜଙ୍କ ମୃତଦେହ ଏବେବି ହସ୍ପିଟାଲରେ ଥିବା ସେ ପ୍ରକାଶ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ନୀରିଜ ଆତ୍ମହତ୍ୟା କରିଛନ୍ତି । ଚଳିତ ମାସରେ ସେ ଏସିଆନ୍ ପାରା ଗେମ୍ସରେ ଅଂଶଗ୍ରହଣ କରିନଥିଲେ । ଡୋପ୍ ଟେଷ୍ଟରେ ବିଫଳ ହୋଇଥିବାରୁ ତାଙ୍କୁ ପ୍ରତିଯୋଗୀତାରୁ ବାହାରେ ରହିବାକୁ ପଡିଥିଲା । ଏହାପରେ ସେ ଡିପ୍ରେସନକୁ ଚାଲିଯାଇଥିଲେ । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ ।

Also Read :- 'ବୈଭବଙ୍କୁ ଚକଲେଟ୍ ଦେଲେ ଗମ୍ଭୀର, କାନ୍ଦିଲା ନ୍ୟୁଜିଲାଣ୍ଡ' : କାହିଁକି ଏମିତି କହିଲେ ପୂର୍ବତନ ବ୍ୟାଟର ?

ନୀରଜ ଭାରତର ସଫଳ ପାରା ଆଥଲେଟଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ସେ ପାରା ଏସିଆନ୍ ଗେମ୍ସରେ ଏବେସୁଦ୍ଧା ତିନୋଟି ପଦକ ଜିତିଥିଲେ । ୨୦୧୮ରେ ଜାକର୍ତ୍ତାରେ ସେ ଜାଭେଲିନ୍ ଥ୍ରୋରେ ସୁନା, ୨୦୨୩ରେ ହଂକଂର ଏସିଆନ୍ ଗେମ୍ସରେ ଜାଭେଲିନ୍ ଥ୍ରୋ ଏବଂ ଡିସକସ୍ ଥ୍ରୋରେ ସୁନା ଜିତିଥିଲେ ।