ନୂଆଦିଲ୍ଲୀ : ପରଲୋକଗତ ବ୍ୟବସାୟୀ ସଞ୍ଜୟ କପୁରଙ୍କ ସମ୍ପତ୍ତି ବିବାଦରେ ଏକ ନୂଆ ମୋଡ଼ ଆସିଛି। ସୁପ୍ରିମକୋର୍ଟ ସୋମବାର ରାଣୀ କପୁରଙ୍କ ଦ୍ୱାରା ରୁଜୁ ଆବେଦନ ଉପରେ ନୋଟିସ୍ ଜାରି କରି କୋର୍ଟ ପ୍ରିୟା ସଚଦେବ କପୁର ଓ ଅନ୍ୟ ୨୨ ଜଣଙ୍କୁ ଜବାବ ତଲବ କରିଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଜେ.ବି ପାର୍ଦିୱାଲା ଓ ଜଷ୍ଟିସ୍ ବିଜୟ ବିଷ୍ନୋଇଙ୍କ ପୀଠ ଏହି ସଂକେତ ଦେଇଛନ୍ତି ଯେ ମାମଲାର ସମାଧାନ ପାଇଁ ମଧ୍ୟସ୍ଥତା ବିକଳ୍ପ ସନ୍ଧାନ କରାଯାଇ ପାରେ। କାରଣ ପାରିବାରିକ ବିବାଦରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମାମଲା ଚାଲିବା ଲାଭଜନକ ନୁହେଁ।

ରିପୋର୍ଟ ଅନୁସାରେ କୋର୍ଟ କହିଛନ୍ତି ଯେ ଆପଣମାନେ ଲଢୁଛନ୍ତି କାହିଁକି? ଆପଣଙ୍କ ବୟସ ୮୦ ବର୍ଷ ଏହା ଆପଣଙ୍କ ମହକିଲଙ୍କ ଲଢିବାର ବୟସ ନୁହେଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରନ୍ତୁ ଅନ୍ୟଥା ଏ ସବୁ ବ୍ୟର୍ଥ। ଆବେଦନକାରୀମାନେ ସୁପ୍ରିମକୋର୍ଟରେ ଦାଖଲ ପିଟିସନରେ ପ୍ରତିବାଦୀଙ୍କ ସମ୍ପତ୍ତି, ତାଙ୍କ ଆସେଟ୍ ଓ ସମ୍ବଦ୍ଧିତ ମାମଲାରେ ହସ୍ତକ୍ଷେପ ଉପରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି। ତେବେ କୋର୍ଟ କହିଛନ୍ତି ସବୁ ସମ୍ବଦ୍ଧିତ ପକ୍ଷଙ୍କ ହୀତ ଏହିଥିରେ ଯେ ସେମାନେ ମଧ୍ୟସ୍ଥତାର ରାସ୍ତା ଆପଣାନ୍ତୁ ଓ ବିବାଦକୁ ଶାନ୍ତିପୂର୍ଣ୍ଣ ନିରପେକ୍ଷ ସମାଧାନ କରିବାକୁ ଉଦ୍ୟମ କରନ୍ତୁ । ଏହା ପରେ ଯଦି ଆବଶ୍ୟକ ହୁଏ ମାମଲାର ଯୋଗ୍ୟତା ଆଧାରରେ ଆମେ ଶୁଣାଣି କରିବୁ ବୋଲି କୋର୍ଟ କହିଛନ୍ତି।

ତେବେ ରାଣୀ କପୁର ଦିଲ୍ଲୀ ଉଚ୍ଚନ୍ୟାୟାଳୟ ଦ୍ୱାରା ଗୃହୀତ ଆଦେଶକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି। ଏଥି ପାଇଁ ସେ ତର୍କ ଦେଇଛନ୍ତି ଯେ ଏ ପର୍ଯ୍ୟନ୍ତ ସମ୍ପତ୍ତି ସୁରକ୍ଷିତ କରାଯାଇ ନାହିଁ। ଏଣୁ ସମ୍ପତ୍ତିର ସମ୍ଭାବିତ ଦୂରୁପଯୋଗକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ତାଙ୍କ ପକ୍ଷରୁ କୋର୍ଟରେ ହାଜର ବରିଷ୍ଠ ଓକିଲ ଶ୍ୟାମ ଦିବାନ କହିଛନ୍ତି ଯେ କୋର୍ଟ ସାଧାରଣତଃ ବଡ଼ ସମ୍ପତ୍ତି ସମ୍ପର୍କିତ ବିବାଦର ପ୍ରାରମ୍ଭିକ ପର୍ଯ୍ୟାୟରେ ସୁରକ୍ଷାତ୍ମକ ଆଦେଶ ଜାରି କରିଥାନ୍ତି। ଏହି ବିବାଦ ରାଣୀ କପୁରଙ୍କ ଦ୍ୱାରା ରାଣୀ କପୁର ଫ୍ୟାମିଲି ଟ୍ରଷ୍ଟ ଗଠନକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ମକଦ୍ଦମାରୁ ଉପୁଜିଛି।

ଏଥିରେ ଅଭିଯୋଗ କରାଯାଇଛି ଯେ ଟ୍ରଷ୍ଟର ସଂରଚନା ଏଭଳି ଭାବେ କରାଯାଇଛି ଯାହା ତାଙ୍କୁ ସୋନା ଗ୍ରୁପରେ ତାଙ୍କର ଅଂଶିଦାରୀ ସହିତ ତାଙ୍କ ସମ୍ପତ୍ତି ନିୟନ୍ତ୍ରଣରୁ ମଧ୍ୟ ତାଙ୍କୁ ବଞ୍ଚିତ କରି ଦିଆଯାଇଛି। ସେ କହିଛନ୍ତି ଯେ ୨୦୧୭ରରେ ଷ୍ଟ୍ରୋକରେ ପୀଡ଼ିତ ହେବା ପରେ ତାଙ୍କ ସ୍ୱର୍ଗତ ପୂତ୍ର ଓ ଅନ୍ୟ ଲୋକେ ତାଙ୍କୁ ନ ଜଣାଇ ତାଙ୍କ ଅନୁମତି ନନେଇ ସମ୍ପତ୍ତି ହସ୍ତାନ୍ତରଣରେ ସହଯୋଗ କରିଛନ୍ତି। ଗତବର୍ଷ ସଞ୍ଜୟ କପୁରଙ୍କ ମୃତ୍ୟୁ ପରେ ମାମଲା ଆହୁରି ଜଟିଳ ହୋଇପଡିଛି। ପାରିବାରିକ ସମ୍ପତ୍ତି ଓ ବ୍ୟବସାୟୀକ ହୀତର ନିୟନ୍ତ୍ରଣକୁ ନେଇ ଦୁଇପକ୍ଷଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହି ସମ୍ପର୍କିତ ମାମଲାରେ ସମାନ୍ତର କାର୍ଯ୍ୟାନୁଷ୍ଠାନ ଏବେ ଦିଲ୍ଲୀ ଉଚ୍ଚନ୍ୟାୟାଳୟରେ ବିଚାରାଧୀନ ରହିଛି।

Also Read..Live-in ରିଲେସନସିପ୍ କୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ, ଜାଣନ୍ତୁ କହିଲେ କ’ଣ?