ମୁମ୍ବାଇ : ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରାମାୟଣ’କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ହେଉଛି । ଫିଲ୍ମଟି ରିଲିଜ ହେବା ପରଠୁ ଏହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖାଦେଇଛି ଅନେକ ଉତ୍ସାହ । ଫିଲ୍ମଟି ଦେଖିବା ପରେ ଏହାର ଭିଜୁଆଲ୍ ଇଫେକ୍ଟସ୍ ଓ କଳାକାରଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରିଛନ୍ତି ଦର୍ଶକମାନେ । ବକ୍ସ ଅଫିସରେ ଫିଲ୍ମକୁ ନେଇ ଭଲ ପ୍ରତିକ୍ରିୟା ମିଳୁଛି । ଫିଲ୍ମରେ ରାମାୟଣର କାହାଣୀକୁ ଖୁବ ସୁନ୍ଦର ଓ ଆକର୍ଷଣୀୟ ସିନେମାଟିକ୍ ଶୈଳୀରେ ଉପସ୍ଥାପନ କରାଯାଇଛି। ଏହାର ଭବ୍ୟ ସେଟ୍, ଚମତ୍କାର ଭିଜୁଆଲ୍ ଇଫେକ୍ଟସ୍ ଏବଂ କଳାକାରଙ୍କ ଚମତ୍କାର ଅଭିନୟକୁ ଦର୍ଶକମାନେ ଖୁବ ପ୍ରଶଂସା କରୁଛନ୍ତି। ବିଶେଷକରି ପୌରାଣିକ କାହାଣୀକୁ ଏକ ନୂଆ ଢଙ୍ଗରେ ବଡ଼ ପରଦାରେ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି। ସୋସିଆଲ ମିଡିଆରେ ମଧ୍ୟ ଫିଲ୍ମକୁ ନେଇ ବିଭିନ୍ନ ଚର୍ଚ୍ଚା ଓ ପ୍ରତିକ୍ରିୟା ସାମ୍ନାକୁ ଆସୁଛି।

 
 
 
 
 
 
 
 
 
 
 
 
 
 
 

A post shared by Sunny Deol (@iamsunnydeol)

ଅନ୍ୟପଟେ ଫିଲ୍ମରେ ପ୍ରଭୁ ହନୁମାନଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ସନ୍ନି ଦେଓଲ ରାମାୟଣର ପ୍ରଶଂସା କରି ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ ଏହା ହଲିଉଡ୍ ଫିଲ୍ମ ଅପେକ୍ଷା ମଧ୍ୟ ଭଲ ହୋଇଛି । ଦର୍ଶକଙ୍କ ଭଲ ରେସପନ୍ସ ମଧ୍ୟ ମିଳୁଛି । ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଫିଲ୍ମ ସମ୍ପର୍କରେ ନିଜର ମତ ରଖିଥିଲେ । ଏଥିସହ ପ୍ରତ୍ୟେକ ଭାରତୀୟଙ୍କୁ ସିନେମା ହଲ୍କୁ ଯାଇ ଏହି ଫିଲ୍ମ ଦେଖିବାକୁ ସେ ଅପିଲ୍ କରିଛନ୍ତି । ସେ କହିଥିଲେ, “ମୁଁ ଏବେ ରାମାୟଣ ଦେଖି ଫେରିଛି । ମୋତେ ଏହି ଫିଲ୍ମ ବହୁତ ଭଲ ଲାଗିଲା । ମୁଁ ଚାହୁଁଛି ପ୍ରତ୍ୟେକ ଭାରତୀୟ ଏହି ଫିଲ୍ମ ଦେଖନ୍ତୁ । କାରଣ ଏହା କୌଣସି ହଲିଉଡ୍ ଫିଲ୍ମଠାରୁ କମ୍ ନୁହେଁ” । ଫିଲ୍ମର ଭିଜୁଆଲ୍ ଇଫେକ୍ଟସ୍କୁ ପ୍ରଶଂସା କରି ସନ୍ନି କହିଛନ୍ତି, ଏହାର ଚମତ୍କାର ଭିଜୁଆଲ ଇଫେକ୍ଟସ ଦେଖିଲେ ତାହା ଆପଣଙ୍କୁ ଏକ ଭିନ୍ନ ଦୁନିଆକୁ ନେଇଯିବ। ଫିଲ୍ମ ଦେଖିବା ସମୟରେ ଦର୍ଶକ ନିଜକୁ ସେହି ଯୁଗରେ ଥିବା ନେଇ ଅନୁଭବ କରିବେ। ଏଥିସହ ଫିଲ୍ମରେ ଅଭିନୟ କରିଥିବା ସମସ୍ତ କଳାକାରଙ୍କ କାମକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।

ଦର୍ଶକଙ୍କୁ ଫିଲ୍ମ ଦେଖିବାକୁ ଅପିଲ୍ କରି ସନ୍ନି ଆହୁରି କହିଛନ୍ତି, “ମୁଁ ଆପଣମାନଙ୍କୁ ଅନୁରୋଧ କରୁନାହିଁ, ବରଂ ଅଧିକାରର ସହ କହୁଛି ଫିଲ୍ମଟିକୁ ନିଶ୍ଚୟ ଦେଖନ୍ତୁ । ଜୟ ଶ୍ରୀରାମ ।”ସୂଚନାଠାଉ କି, ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର କପୁର ଭଗବାନ 'ଶ୍ରୀରାମ'ଙ୍କ ଭୂମିକାରେ, ସାଇ ପଲ୍ଲବୀ ମାତା 'ସୀତା'ଙ୍କ ଭୂମିକାରେ ଏବଂ KGF ଷ୍ଟାର ୟଶ 'ରାବଣ' ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ଅନ୍ୟ ଏକ ଚରିତ୍ର ରହିଛି ପ୍ରଭୁ ହନୁମାନଙ୍କ, ଯାହାଙ୍କ ସୁନ୍ଦର ଅଭିନୟ କରିଛନ୍ତି ନିଜେ ସନ୍ନି ଦେଓଲ । ଫିଲ୍ମର ପ୍ରଥମ ଭାଗର ଶେଷ ଦୃଶ୍ୟରେ ତାଙ୍କ ଚରିତ୍ରର ଝଲକ ଦେଖିବାକୁ ମିଳିଛି। ତେବେ ଫିଲ୍ମର ଦ୍ୱିତୀୟ ଭାଗରେ ହନୁମାନଙ୍କ ଚରିତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ନିର୍ମାତାଙ୍କ ପକ୍ଷରୁ ସୂଚନା ରହିଛି । ରାମାୟଣର ଦ୍ୱିତୀୟ ଭାଗ ୨୦୨୮ ଦୀପାବଳି ଅବସରରେ ମୁକ୍ତିଲାଭ କରିବାର ଯୋଜନା କରାଯାଇଛି । ବକ୍ସ ଅଫିସରେ ଫିଲ୍ମକୁ ମିଳୁଥିବା ପ୍ରତିକ୍ରିୟା ଏହାର ଲୋକପ୍ରିୟତାକୁ ନେଇ ଆଶା ବଢ଼ାଇଛି । ତେବେ ଦର୍ଶକଙ୍କ ଏହି ଉତ୍ସାହ ଆଗାମୀ ଦିନରେ ଫିଲ୍ମର ସଫଳତାକୁ କେତେ ଦୂର ନେଉଛି, ଏବଂ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ଫିଲ୍ମଟି ବକ୍ସ ଅଫିସରେ କେତେ ରେକର୍ଡ ଭାଙ୍ଗୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।