ମୁମ୍ବାଇ, ୧୯ /୦୩: ମଦ ପିଇବା ଛାଡି ଦେଇଛନ୍ତି ୟୁଜବେନ୍ଦ୍ର ଚହଲ । ଆଇପିଏଲ ୨୦୨୬ ପୂର୍ବରୁ ସେ ସମସ୍ତ ନିଶାକୁ ତ୍ୟାଗ କରିଛନ୍ତି । ଯାହାର କାରଣ ବି ରହିଛି ଖାସ୍ । ଦକ୍ଷିଣ ଆଫ୍ରିକା ଖେଳାଳି ଏବି ଡିଭିଲର୍ସଙ୍କ ସହ ଏକ ପୋଡ୍ କାଷ୍ଟରେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା କହିଛନ୍ତି ଭାରତୀୟ ଦଳର ଷ୍ଟାର୍ ଲେଗ୍ ସ୍ପିନର୍ ।

ଣ କହିଲେ ଚହଲ

୨୦୨୫ରେ ପଞ୍ଜାବ କିଙ୍ଗସରେ ଖେଳୁଥିଲେ ଚହଲ । ଦଳ ଫାଇାନଲରେ ପ୍ରବେଶ କରିଥିଲା । ହେଲେ ବେଙ୍ଗାଲୁରୁଠୁ ହାରିଥିଲା ଟିମ୍ । ତେବେ ଆଇପିଏଲ ଟାଇଟଲ୍ ଜିତିବା ତାଙ୍କର ବଡ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି । ଏଥର ମଧ୍ୟ ତାଙ୍କୁ ପଞ୍ଜାବ ରିଟେନ୍ କରିଛି ।

​​​​​​​Also Read :- IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍, ଅଭିଷେକ ଉପ ଅଧିନାୟକ... SRHର ଖାସ୍ ରଣନୀତି

ମଦ ପିଇବା ବନ୍ଦ

ଚହଲ କହିଛନ୍ତି ଯେ, ସେ ଏବେ ଆଉ ଆଲକହଲ ବା ମଦ ସେବନ କରୁ ନାହାଁନ୍ତି । ୬ ମାସ ହେଲା ସେ ଏହି ଖରାପ ଅଭ୍ୟାସ ଦୂରେଇ ଦେଇଛନ୍ତି । ଏବେ ତାଙ୍କୁ୩୫ବର୍ଷ ହେଲାଣି । ତେଣୁ ଦଳରେ ଅଧିକ ଆକ୍ଟିଭ୍ ରହିବାକୁ ଲକ୍ଷ୍ୟ ରଖିଛନ୍ତି । ଯାହାଦ୍ୱାରା ସେ ଟିମକୁ ନିଜର ଶତ ପ୍ରତିଶତ ଦେଇପାରିବେ ।

ସେ ଆହୁରି କହିଛନ୍ତି ଯେ, ଫାଇନାଲରେ ଦଳରେ ମାର୍କୋ ଜାନସେନ୍ ନଥିଲେ । ସେ ଥିଲେ ସେମାନେ ଚାମ୍ପିଅନ୍ ହୋଇଥାନ୍ତେ । ପଞ୍ଜାବ କିଙ୍ଗସ୍ ଭଲ ଫାଇଟ୍ କରିଥିଲା । କିନ୍ତୁ ମାତ୍ର ୬ ରନ୍ ଦୂରରେ ରହିଯାଇଥିଲା । ଏହା ତାଙ୍କୁ ଖୁବ୍ ଆଘାତ ଦେଇଛି । ଗତବର୍ଷ ସେନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରିନଥିଲେ । ତେଣୁ ନିଜ ପ୍ରଦର୍ଶନ ପରେ ନିରାଶ ଅଛନ୍ତି । ଏଥର କିନ୍ତୁ ସେ ପଞ୍ଜାବ କିଙ୍ଗସକୁ ସଫଳତା ଦେବେ ବୋଲି ଆଶା କରିଛନ୍ତି । ଯେଉଁଥି ପାଇଁ ସ୍ୱାସ୍ଥ୍ୟକୁ ଅଧିକ ଫୋକସ କରୁଥିବା ଚହଲ ପ୍ରକାଶ କରିଛନ୍ତି ।