ଭୋଗରାଇ ୧୩।୯: ଓରାଙ୍ଗଉଟାନ ଚୋରାଚାଲାଣ ଲିଙ୍କ୍ ଧୀରେ ଧୀରେ ଖୋଲୁଛି । ଏହି ମାମଲାରେ ଘଣ୍ଟାଚକଟା ଚାଲିଥିବା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସୁଛି । ଦୀଘାରେ ଥିବା ଗ୍ରାଣ୍ଡ ହେରିଟେଜ୍ ହୋଟେଲର ମାଲିକ ଜୟନ୍ତ ମାଇତି ଓ ତାଙ୍କ ପୁଅ ସୌମ୍ୟଦୀପ ମାଇତି ହେଉଛନ୍ତି ପୁରା କାରବାରର ମାଷ୍ଟର ମାଇଣ୍ଡ ।

ଅଭିଯୁକ୍ତ ହୋଟେଲ ମାଲିକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ହାୱଡ଼ା ଆନ୍ଦୋଳ ଅଞ୍ଚଳର ଜୟନ୍ତ ମାଇତି । କଳା ଥାର୍ ସଂପର୍କରେ ଲାଗିଛି ତଥ୍ୟ । ଥାର୍ ଗାଡ଼ିର ଦ୍ବିତୀୟ ମାଲିକ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ଜୟନ୍ତ ମାଇତି । ଗତ ୧୦ ତାରିଖ ରାତିରୁ ଉଭୟ ବାପା ଓ ପୁଅ ଫେରାର ଅଛନ୍ତି । ତାଙ୍କ ପୁଅ ନାଁ ସୌମ୍ୟଦୀପ ମାଇତି । ତେବେ ହୋଟେଲ୍ ସିସିଟିଭି ହାର୍ଡ ଡିସ୍କକୁ ନେଇ STF ଛାନଭିନ୍ କରୁଛି । ଏଥିରୁ ଅନେକ ସୁରାକ ମିଳିବା ଆଶା ରହିଛି ।

Also Read:- ଓରାଙ୍ଗଉଟାନ ଚୋରାଚାଲାଣ ଲିଙ୍କ୍ ଧୀରେ ଧୀରେ ଖୋଲୁଛି, ହୋଟେଲ୍ ମାଲିକ ଓ ତାଙ୍କ ପୁଅ ମାଷ୍ଟରମାଇଣ୍ଡ !

୪ ମାସ ପୂର୍ବରୁ ଦୀଘାରେ ଜୟନ୍ତ ମାଇତି ହୋଟେଲ କରିଥିଲେ । ହୋଟେଲ ମାଲିକଙ୍କ ପତ୍ନୀ ଓ ତାଙ୍କ ଝିଅଙ୍କୁ ୫ଘଣ୍ଟା ଧରି ଜେରା କରିଛି STF । ଏହି ଘଟଣାରେ ହୋଟେଲ ମାଲିକ ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ମୋଟ୍ ୧୨ ଜଣ ସମ୍ପୃକ୍ତି ଥିବା ଜଣାପଡ଼ିଛି । ସେହିଭଳି ଘଟଣାରେ ବ୍ୟବହୃତ ବ୍ଲାକ୍ ଥାର୍ ଗାଡ଼ିକୁ ନେଇ ମଧ୍ୟ ସାମ୍ନାକୁ ଆସିଛି ନୂଆ ତଥ୍ୟ । ହୋଟେଲରେ ହିଁ ହୋଇଥିଲା ସବୁ ଡିଲ୍ । ହୋଟେଲ ମାଲିକଙ୍କ ପୁଅ ନାଁରେ ପୂର୍ବରୁ ବିଭିନ୍ନ ଅପରାଧିକ ମାମଲା ଥିବା ମଧ୍ୟ ଜଣାପଡ଼ିଛି । ଅନ୍ୟପଟେ ପୂର୍ବରୁ ଅନ୍ୟ ଏକ ମାମଲାରେ UP ପୋଲିସ ମଧ୍ୟ ହୋଟେଲ ମାଲିକଙ୍କ ପୁଅକୁ ଗିରଫ କରିଥିଲା । ଏବେ ଫେରାର୍ ବାପା-ପୁଅଙ୍କୁ ଖୁବ୍ ଶୀଘ୍ର ଧରିବାକୁ ଚେଷ୍ଟା ଚଳାଇଛି STF ।

Watch Video: