ଜଳେଶ୍ୱର ୧୩।୦୯ : ଓରାଙ୍ଗଉଟାନ ଚୋରାଚାଲାଣ ଲିଙ୍କ୍ ଧୀରେ ଧୀରେ ଖୋଲୁଛି । ଏହି ମାମଲାରେ ଘଣ୍ଟାଚକଟା ଚାଲିଥିବା ବେଳେ ନ୍ୟୁଜ୍ 7 ହାତରେ ଲାଗିଛି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ । କୋଲକାତାକୁ ଦୀଘା ଆସିଥିଲା ଓରାଙ୍ଗଉଟାନ୍ । ଦୀଘାରେ ଥିବା ଗ୍ରାଣ୍ଡ ହେରିଟେଜ୍ ହୋଟେଲର ମାଲିକ ଜୟନ୍ତ ମାଇତି ଓ ତାଙ୍କ ପୁଅ ହେଉଛନ୍ତି ପୂରା କାରବାରର ମାଷ୍ଟର ମାଇଣ୍ଡ । ହାୱାଡ଼ା ଆନ୍ଦୋଲ ଅଞ୍ଚଳରେ ଜୟନ୍ତଙ୍କ ଘର ।

ଖବର ଅନୁଯାୟୀ, ୪ ମାସ ପୂର୍ବରୁ ଦୀଘାରେ ସେ ହୋଟେଲ କରିଥିଲେ । ହୋଟେଲ ମାଲିକଙ୍କ ପତ୍ନୀ ଓ ତାଙ୍କ ଝିଅଙ୍କୁ ୫ଘଣ୍ଟା ଧରି ଜେରା କରିଛି STF । ଏହି ଘଟଣାରେ ହୋଟେଲ ମାଲିକ ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ମୋଟ ୧୨ଜଣ ସମ୍ପୃକ୍ତି ଥିବା ଜଣାପଡ଼ିଛି । ସେହିଭଳି ଘଟଣାରେ ବ୍ୟବହୃତ ବ୍ଲାକ୍ ଥାର ଗାଡ଼ିକୁ ନେଇ ମଧ୍ୟ ସାମ୍ନାକୁ ଆସିଛି ନୂଆ ତଥ୍ୟ । ହୋଟେଲରେ ହିଁ ହୋଇଥିଲା ସବୁ ଡିଲ୍ । ହୋଟେଲ ମାଲିକଙ୍କ ପୁଅ ନାଁରେ ପୂର୍ବରୁ ବିଭିନ୍ନ ଅପରାଧିକ ମାମଲା ଥିବା ମଧ୍ୟ ଜଣାପଡ଼ିଛି ।

Also Read:-ନେପାଳ ବନ୍ୟା : ୧୩୮୫ରେ ପହଁଚିଲା ମୃତ୍ୟୁସଂଖ୍ୟା, ଏବେବି ୫ହଜାର ନିଖୋଜ

ଅନ୍ୟପଟେ ପୂର୍ବରୁ ଅନ୍ୟ ଏକ ମାମଲାରେ UP ପୋଲିସ ମଧ୍ୟ ହୋଟେଲ ମାଲିକଙ୍କ ପୁଅକୁ ଗିରଫ କରିଥିଲା । ଏବେ ଫେରାର୍ ବାପା-ପୁଅଙ୍କୁ ଖୁବ୍ ଶୀଘ୍ର ଧରିବାକୁ ଚେଷ୍ଟା ଚଳାଇଛି STF । ସେପଟେ ଆଉ ଏକ କଳା ଥାର୍ କୁ ନେଇ ସୃଷ୍ଟି ହୋଇଛି ସଂଦେହ । ପୂର୍ବ ରାତିରେ ଜଙ୍ଗଲ ରାସ୍ତାରେ ଲାଗିଥିବା ଏକ CCTVରେ କଏଦ୍ ହୋଇଥିଲା ଏହି କଳା ଥାର୍ ର ଭିଜୁଆଲ୍ ।ଏହି କଳା ଥାର୍ ସହ ଆଉ ଏକ ଧଳା SUVକୁ ମଧ୍ୟ ଦେଖିବାକୁ ମିଳୁଛି । ଅନୁମାନ କରାଯାଉଛି ଓରାଙ୍ଗଉଟାନ୍ ଶାବକମାନଙ୍କୁ ଏହି ଗାଡ଼ିରେ ବିଚିତ୍ରପୁର ଜଙ୍ଗଲକୁ ଅଣାଯାଇଥିଲା ।