ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର କୃଷି ଭବନସ୍ଥିତ କାର୍ଯ୍ୟାଳୟ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ଏବଂ ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ସାକ୍ଷାତ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ସାକ୍ଷାତକାର ସମୟରେ ସେ ଓଡ଼ିଶାର ଚାଷୀ ଓ ଧାନ ସଂଗ୍ରହ ବ୍ୟବସ୍ଥା ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ବିସ୍ତୃତ ଓ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି।

FCI ଦ୍ୱାରା CMRର ତ୍ୱରିତ ଉଠାଣ, FCI ଡେଲିଭରି ସଂକଳ୍ପରେ ଉଷୁନା ଚାଉଳର ଲକ୍ଷ୍ୟ ବୃଦ୍ଧି, Custody & Maintenance Chargesର ସଂଶୋଧନ, ବକେୟା ସବସିଡି ଏବଂ NFSA/PMGKAY ଅଧୀନରେ ବକେୟା କେନ୍ଦ୍ରୀୟ ସହାୟତା ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପର୍ଯ୍ୟାଲୋଚନା ଓ ତର୍ଜମା ମଧ୍ୟ କରାଯାଇଥିଲା।

Also Read: ଖୁବଶୀଘ୍ର ଓଡ଼ିଶା ଦେଖିବ ନୂଆ ଲୋକାୟୁକ୍ତ, ରାଜସ୍ୱ ମନ୍ତ୍ରୀଙ୍କ ବୟାନ ପରେ ତେଜିଲା ରାଜନୀତି

ଏନେଇ ମନ୍ତ୍ରୀ କହିଛନ୍ତି ଚାଷୀ ଭାଇଭଉଣୀଙ୍କ ଝାଳରେ ଉତ୍ପାଦିତ ପ୍ରତ୍ୟେକ ଦାନାର ମୂଲ୍ୟ ରହିଛି। ସେହି ଦାନାର ସମ୍ମାନ ଓ ଚାଷୀଙ୍କ ଅଧିକାର ସୁରକ୍ଷା କରିବା ଡବଲ ଇଞ୍ଜିନ ସରକାରଙ୍କ ଉତ୍ତରଦାୟିତ୍ୱ।ରାଜ୍ୟର ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଚାଷୀଙ୍କୁ ସୁବିଧା ଓ ନ୍ୟାୟସଙ୍ଗତ ସୁଯୋଗ ଦେବା ଏବଂ PDS ବ୍ୟବସ୍ଥାକୁ ଅଧିକ ସୁଚାରୁ କରିବା ଦିଗରେ ମୋହନ ସରକାର ଦୃଢ଼ ପ୍ରତିବଦ୍ଧ। ଚାଷୀଙ୍କ ହିତ ସର୍ବୋପରି। ଓଡ଼ିଶାର ହିତ ଆମର ସଂକଳ୍ପ।