ଭୁବନେଶ୍ୱର ୧୧।୦୮ : ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା। ଖୁବଶୀଘ୍ର ଓଡ଼ିଶା ଦେଖିବ ନୂଆ ଲୋକାୟୁକ୍ତ। ସେ କହିଛନ୍ତି ଯେ, ଲୋକାଯୁକ୍ତ ନିଯୁକ୍ତି ନେଇ ବୈଠକ ବସିଲା ଅର୍ଥ ପ୍ରକ୍ରିୟା ଆରମ୍ଭ ହେଲା। ଖୁବଶୀଘ୍ର ଏହି ପ୍ରକ୍ରିୟା ସମାପ୍ତ ହେବ। ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ଅଛି ସେଥିରେ ମୁଖ୍ୟମନ୍ତ୍ରୀ, ବିଧାନସଭାର ବାଚସ୍ପତି, ବିରୋଧୀ ଦଳ ନେତା ଚୟନ ପ୍ରକ୍ରିୟାରେ ନିଷ୍ପତ୍ତି ନେଇଥାନ୍ତି। ପ୍ରଥମ ମିଟିଂ ହୋଇଗଲାଣି, ଏହା ବହୁମତ ଆଧାରରେ ହୁଏ। ଆଶା କରୁଛୁ ଆଗାମୀ ଦିନରେ ଖୁବଶୀଘ୍ର ଓଡ଼ିଶା ନୂଆ ଲୋକାଯୁକ୍ତ ଦେଖିବ।

ସେହିପରି ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ବିଳମ୍ବ ହେଲା ବୋଲି ସମସ୍ତେ ପ୍ରଶ୍ନ କରୁଛନ୍ତି । ବିରୋଧୀ ଯଦି କହୁଛନ୍ତି ବିଳମ୍ୱ ହେଇଗଲା, ତାହେଲେ ସେମାନେ କୁହନ୍ତୁ ୨୪ ବର୍ଷ ଲମ୍ବା ସମୟ ନା ୨ ବର୍ଷ ଲମ୍ବା ସମୟ। କ୍ଷମତାରୁ ଚ୍ୟୁତ ହୋଇ ୨ ବର୍ଷ ଲମ୍ବା ଲାଗୁଛି। ୨୪ ବର୍ଷରେ ଯାହା କରିନ, ୨ ବର୍ଷରେ ତାହା କରୁଛୁ। ୫ ବର୍ଷରେ ଯାହା କରିବୁ ତାହା ବିରୋଧୀ କଳ୍ପନା କରିନଥିବେ।

Also Read:-ପାକିସ୍ତାନ ପାଇଁ କରୁଥିଲେ ଗୁଇନ୍ଦାଗିରି, ପଠାଉଥିଲେ ଫଟୋ-ଭିଡିଓ ; ୱିଙ୍ଗ୍ କମାଣ୍ଡରଙ୍କ ବିରୋଧରେ ଚାର୍ଜସିଟରେ ବଡ଼ ଖୁଲାସା

ଅନ୍ୟପଟେ କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ଯେ, ଅଢେଇ ବର୍ଷ ସରକାର ଏଯାଏଁ ଯୋଜନା ବୋର୍ଡ଼ ଗଠନ କରି ନାହାନ୍ତି। ଲୋକାୟୁତ ବହୁତ ପରର କଥା। ଲୋକାୟୁକ୍ତ ହେଲେ ରାଜ୍ୟ ସରକାରଙ୍କ ସତ କଥା ପଦାକୁ ଆସିଯିବ। ତେଣୁ ଏମାନେ ବିଳମ୍ବ କରୁଛନ୍ତି।  ସେହିପରି ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ଏ ରାଜ୍ୟକୁ କିଏ ଚଳାଉଛି ମୁଁ ଜାଣିନି। ତେଣୁ ଲୋକାୟୁତ ନିଯୁକ୍ତି କରି ପାରୁନାହାନ୍ତି। ରାଜ୍ୟରେ ଯେତେ କମିଟି ଅଛି ସବୁ ଫାଙ୍କା ପଡିଛି। ତାଳମେଳ ଅଭାବରୁ ଅଧ୍ୟକ୍ଷ ପଦ ନିଯୁକ୍ତି ନେଇ ନିଷ୍ପତ୍ତି ନେଇ ପାରୁନାହାନ୍ତି। ଯିଏ ସର୍ବୋଚ୍ଚ ପଦରେ ଅଛନ୍ତି ସେ ନିଷ୍ପତ୍ତି ନେଇ ପାରୁନାହାନ୍ତି। ତାଙ୍କର ସବୁ କିଛି ଯଦି ଦିଲ୍ଲୀରୁ ଚାଲୁଛି। ଡବଲ ଇଂଜିନରେ ଭିତରେ ବାଲାନ୍ସ ରହୁନି। ଏ ସରକାର ଲୋକାୟୁତ ହେଉ କିମ୍ବା ଅନ୍ୟ କୌଣସି ପଦ ପଦବୀ ପୂରଣ କରିପାରିବେ ନାହିଁ।

Watch Video:-