ଭୁବନେଶ୍ବର ୩୧।୧୦: ଗଞ୍ଜାମରେ ବନ୍ୟା ସ୍ଥିତି ସୁଧୁରୁଛି । ଭଞ୍ଜନଗର ଭୂସ୍ଖଳନରେ ଏବେ ବି ୧୨ ଜଣ ନିଖୋଜ ଅଛନ୍ତି । ଜଣେ ବୃଦ୍ଧା ଜୀବିତ ଉଦ୍ଧାର ହୋଇଛନ୍ତି । ରାଇକିଆ ବ୍ଲକରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଛତ୍ରପୁର ସର ଭୀମପୁର ଗାଁରେ ଖାଦ୍ୟ ଏୟାର ଡ୍ରପ୍ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଏସ୍ଆର୍‌ସି କହିଛନ୍ତି, ଗଞ୍ଜାମ ବନ୍ୟା ସ୍ଥିତିରେ ସୁଧାର ଆସୁଛି । ଗଞ୍ଜାମ ଜିଲ୍ଲାରେ ୩୬୭ ରିଲିଫ୍ କ୍ୟାମ୍ପରେ ୩୯ ହଜାର ୬୧୯ ଲୋକ ଅଛନ୍ତି । ଜିଲ୍ଲାରେ ମୋଟ୍ ୧ ଲକ୍ଷ ୫ ହଜାର ୬୨୨ ଲୋକ ପ୍ରଭାବିତ ହୋଇଛନ୍ତି । ଗଜପତିରେ ୨୧ ହଜାର ୭୮୨ ଲୋକ ପ୍ରଭାବିତ ହୋଇଛନ୍ତି । ୩୪୦ ରିଲିଫ କ୍ୟାମ୍ପରେ ସୁବିଧା ଦିଆଯାଉଛି । ଶନିବାର ଆସିକାରେ ବିଦ୍ୟୁତ ସଂଯୋଗ ହୋଇଯିବ । ଜିଲ୍ଲାରେ ୮୦ରୁ ୮୫ ପ୍ରତିଶତ ବିଦ୍ୟୁତ ଭିତ୍ତିଭୂମି ପୁନଃରୁଦ୍ଧାର ହୋଇଛି । ସବୁ ଗାଁ ୱାର୍ଡରେ ରନ୍ଧା ଖାଦ୍ୟ ଦିଆଯାଉଛି । ଛତ୍ରପୁର ସର ଭୀମପୁର ଗାଁରେ ଖାଦ୍ୟ ଏୟାର ଡ୍ରପ୍ କରାଯାଉଛି ।

Also Read:- କନ୍ଧମାଳରେ ପ୍ରକୃତିର କରାଳ ରୂପ, ଭୂସ୍ଖଳନ ପରେ ନିଖୋଜଙ୍କୁ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ

ଭଞ୍ଜନଗରର ହାମଲେଟ ଗିଡ଼ିପାବାଲ, ବାଇବାଲି ପଞ୍ଚାୟତ ଭଞ୍ଜନଗର ବ୍ଲକ ଭୂସ୍ଖଳନ ଯୋଗୁଁ ୧୩ ଲୋକ ନିଖୋଜ ହୋଇଥିଲେ । ସେମାନଙ୍କ ମଧ୍ୟରୁ ତାରା ବତି ପ୍ରଧାନ ବୃଦ୍ଧା ମିଳିଛନ୍ତି । ଅନ୍ୟମାନଙ୍କୁ ଖୋଜିବାକୁ ୩ ଅଗ୍ନିଶମ, ଏସ୍ଓଜି, ଏନ୍‌ଡିଆର୍‌ଏଫ୍‌ର ୧୬୦ରୁ ୧୭୦ ଲୋକ ନିୟୋଜିତ ହୋଇ କାଲି ରାତିଠାରୁ ସର୍ଚ୍ଚ ଅପରେସନ ଚାଲିଛି । ପାହାଡ଼ ଉପରେ ଗାଁ ଥିଲା । ସେଠାରେ ୨୫ ଲୋକ ରହୁଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣ ନିଖୋଜ ହୋଇଥିଲେ । ଏବେ ବି ୧୨ ଜଣ ନିଖୋଜ ଅଛନ୍ତି । ରାଇକିଆ ବ୍ଲକରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗଜପତି ଜିଲ୍ଲାରୁ ଜଣେ ନିଖୋଜ ହୋଇଥିବା ନେଇ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି ।

Watch Video: