ନୂଆଦିଲ୍ଲୀ ୩୧।୧୦; ISRO ନାଭିଗେସନ୍ ସାଟେଲାଇଟ୍ NVS-03 ଉତକ୍ଷେପଣ କରିଛି। ଏହାକୁ ଗତ ରାତି ୧୧ଟା ୫୧ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ GSLV-F18 ରକେଟ୍ ସାହାଯ୍ୟରେ ଉତକ୍ଷେପଣ କରାଯାଇଥିଲା। ଉତକ୍ଷେପଣର ପ୍ରାୟ ୧୮ ମିନିଟ୍ ପରେ, ରକେଟ୍ ର ତିନୋଟି ପର୍ଯ୍ୟାୟ ସଫଳତାର ସହ ସମ୍ପାଦନ କରିଥିଲା। ୨ ହଜାର ୨୩୨ କିଲୋଗ୍ରାମ ଓଜନର ଏହି ଉପଗ୍ରହ ରକେଟ୍ ରୁ ଅଲଗା ହୋଇ ଏହାର ଉଦ୍ଦିଷ୍ଟ କକ୍ଷପଥରେ ପହଞ୍ଚିଥିଲା। ଏନ୍ ଭିଏସ୍ -୦୩ ଉପଗ୍ରହକୁ ପୃଥିବୀ ପୃଷ୍ଠରୁ ସବୁଠୁ କମ୍ ୧୭୦ କି.ମି ଓ ସର୍ବାଧିକ ୩୭ ହଜାର ୨୩ କି.ମି ଉପରେ ଥିବା ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର ଅର୍ବିଟରେ ସ୍ଥାପନ କରାଯାଇଛି।

ନାଭଆଇସି ମିଶନ ଅଧୀନରେ ଏହି ଉପଗ୍ରହ ମହାକାଶକୁ ପଠାଯାଇଛି। ଏହା ଭାରତର ନିଜସ୍ୱ କ୍ଷେତ୍ରୀୟ ସାଟେଲାଇଟ୍ ନାଭିଗେସନ ସିଷ୍ଟମ । ଇସ୍ରୋ ଏହାକୁ ବିକାଶ କରିଛି। ଏନ୍ ଭିଏସ୍ -୦୩ ହେଉଛି ପରବର୍ତ୍ତୀ ପିଢ଼ି ନାଭିଗେସନ ସାଟେଲାଇଟ ପର୍ଯ୍ୟାୟର ତୃତୀୟ ଉପଗ୍ରହ। ଏଥିରେ ସ୍ବଦେଶୀ ଆଣବିକ କ୍ଲକ୍ ସହିତ ବାହାର ଆଣବିକ କ୍ଲକ ଲାଗିଛି। ଏହି ଉପଗ୍ରହ ସମଗ୍ର ଭାରତ ଓ ଭାରତୀୟ ଭୌଗୋଳିକ ସୀମାର ଚାରିପାର୍ଶ୍ଵରେ ୧୫ ଶହ କି.ମି ଅଞ୍ଚଳ ଉପରେ ନଜର ରଖିପାରିବ। ୧୯୯୯ ମସିହାର କାର୍ଗିଲ ଯୁଦ୍ଧ ପରେ ଏହାର ବିକାଶର ଆବଶ୍ୟକତା ଅନୁଭୂତ ହୋଇଥିଲା।

ସେହି ସମୟରେ ଭାରତ ଆମେରିକାର GPS ଠାରୁ ସାମରିକ କ୍ଷେତ୍ରଗୁଡ଼ିକର ଅବସ୍ଥିତି ବିଷୟରେ ସୂଚନା ମାଗିଥିଲା, କିନ୍ତୁ ଆମେରିକା ମନା କରିଦେଇଥିଲା। ଏହା ପରେ, ଭାରତ ନିଜର GPS ବିକଶିତ କରିଥିଲା। ଏହି ଉପଗ୍ରହଟି ନାଭିକ ମିଶନର ଅଂଶ ଭାବରେ ଉତକ୍ଷେପଣ କରାଯାଇଛି । ନାଭିକ ହେଉଛି ଭାରତୀୟ ନକ୍ଷତ୍ର ସହିତ ନାଭିଗେସନ୍। ଏହା ଦ୍ବାରା ବିଦେଶୀ GPS ଉପରେ ନିର୍ଭରଶୀଳତା କମିବ । ...