ଜି.ଉଦୟଗିରି ୩୧।୧୦ : କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ରିଡ଼ିପାବାଲି ଗାଁରେ ଗତ ୨୮ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ୧୫ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ନିଖୋଜଙ୍କ ପରିବାର ଲୋକେ NEWS7 କୁ ଏସମ୍ପର୍କରେ ସୂଚନା ଦେଇଥିଲେ । ଏନେଇ ଭଞ୍ଜନଗର SDPOଙ୍କୁ ଅବଗତ କରାଯିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

ତେବେ ଶୁକ୍ରବାର ୧୧ ଜଣ ସୁରକ୍ଷିତ ଭାବେ କିଲାପାଙ୍ଗା ଆଶ୍ରମସ୍ଥଳୀରେ ପହଞ୍ଚିଥିବା ବେଳେ, ଅବଶିଷ୍ଟ ୧୫ ଜଣଙ୍କୁ ଖୋଜିବା ପାଇଁ ବିଳମ୍ବିତ ରାତିରୁ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି। ଉଦ୍ଧାର ଅଭିଯାନରେ ODRAF, NDRF, ପୋଲିସ ଓ ଅଗ୍ନିଶମ ବାହିନୀକୁ ନେଇ ଗଠିତ ୧୧୦ ଜଣିଆ ସ୍ୱତନ୍ତ୍ର ଟିମ୍ ନିୟୋଜିତ ଅଛନ୍ତି। ଘଟଣାସ୍ଥଳ କିଲାପାଙ୍ଗଠାରେ ବାଲିଗୁଡ଼ା ଉପ-ଜିଲ୍ଲାପାଳ, ଜି.ଉଦୟଗିରି BDO, ତହସିଲଦାର ଏବଂ ଥାନା ଅଧିକାରୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସର୍ଚ୍ଚ ଅପରେସନର ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି। ଖରାପ ପାଗ ଓ ଦୁର୍ଗମ ପରିସ୍ଥିତି ସତ୍ତ୍ୱେ ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି।

Also Read:-ଗେମ୍ ନିଶାରୁ ମୃତ୍ୟୁର ଜାଲ! ଆବୁଧାବିରେ ଆଖି ବୁଜିଲେ ଖଲ୍ଲିକୋଟର ୨୫ ବର୍ଷୀୟ ଯୁବକ