New Skoda Kushaq 2026: ନିକଟରେ ସ୍କୋଡା ଏମିତି ଏକ ଏସୟୁଭି କାର୍ ଲଞ୍ଚ କରିଛି, ଯାହାର ଦାମ ଖୁବ୍ କମ ହୋଇଥିଲେ ବି ଏଥିରେ ମିଳୁଛି ଅଡି ମର୍ସିଟିଜ୍ କାର୍ ଭଳି ଲଗଜୁରି ଫିଚର୍ସ। ଭାରତୀୟ ବଜାରରେ ଲଞ୍ଚ୍ ହୋଇଛି Skoda Kushaqର ଅପଡେଟେଡ୍ ଭର୍ସନ। ଏହି ଏସୟୁଭିର ପ୍ରାରମ୍ଭିକ ମୂଲ୍ୟ ୧୦.୬୯ ଲକ୍ଷ ଟଙ୍କା ରହିଛି। ଏହାର ସବୁଠାରୁ ଆକର୍ଷଣୀୟ ଫିଚର୍ ହେଉଛି ପଛ ସିଟ୍‌ରେ ମସାଜ୍ ସୁବିଧା। କମ୍ପାନୀ ଦାବି ଅନୁସାରେ, ଏହି ସେଗମେଣ୍ଟରେ ପ୍ରଥମ ଥର ପାଇଁ ଏଭଳି ସୁବିଧା ମିଳୁଛି। ଏହା ପୂର୍ବରୁ କୌଣସି କାରରେ ପ୍ରାୟତଃ ଏହି ସୁବିଧା ନାହିଁ।

ସାଧାରଣତଃ ମର୍ସିଡିଜ୍-ବେଞ୍ଜ୍ S-Class ଓ Maybach ଭଳି ଦାମୀ କାରେ ପଛ ସିଟ୍ ମସାଜ୍ ସୁବିଧା ଦେଖିବାକୁ ମିଳେ। ପ୍ରାୟ ୯୦ ଲକ୍ଷ ଟଙ୍କା ମୂଲ୍ୟର କିଛି Mercedes SUVରେ ମଧ୍ୟ ଏହି ସୁବିଧା ନଥାଏ। ଅନ୍ୟପଟେ Skoda Kushaq ଭଳି ଏକ ଛୋଟ ଏସୟୁଭିରେ ଏହି ଫିଚର୍ ମିଳିବା ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଲାଗିପାରେ। ତେବେ Skoda Slaviaରେ ମଧ୍ୟ ପଛ ସିଟ୍ ମସାଜ୍ ସୁବିଧା ଦିଆଯାଇଛି। Toyota Vellfireରେ ମଧ୍ୟ ଏହି ଫିଚର୍ ରହିଛି। ହେଲେ ଟୟୋଟାର ଏହି କାର ଦାମ ଏହି ଶସ୍ତା ଏସୟୁଭି ଠାରୁ ଢେର୍ ବେଶି।

ନୂଆ କୁଶାକରେ ଆଉ କ'ଣ ରହିଛି ଖାସ୍?

ନୂଆ କୁଶାକ ଏସୟୁଭିରେ ଡିଜାଇନ୍ ଓ କ୍ୟାବିନରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇଛି। ସମସ୍ତ ଭାରିଆଣ୍ଟରେ ଆଲଏ ହ୍ୱିଲ୍ ଓ ଇଲେକ୍ଟ୍ରିକ୍ ସନରୁଫ୍ ଦିଆଯାଇଛି। ପ୍ରେଷ୍ଟିଜ ଓ ମୋଣ୍ଟେ କାର୍ଲୋ ଭାରିଆଣ୍ଟରେ ପାନୋରାମିକ୍ ସନରୁଫ୍ ରହିଛି। ଏହା ସହ ନୂଆ ଏଇଲିଡି ହେଡଲାଇଟ୍, କନେକ୍ଟେଡ୍ ଟେଲଲାଇଟ୍, ପଛରେ ଇଲୁମିନେଟେଡ୍ ସ୍କୋଡା ଲୋଗୋ, ଗ୍ରିଲରେ ଲାଇଟ୍ ଷ୍ଟ୍ରିପ୍ ଓ ଏଲିଇଡି ଫଗ୍ ଲ୍ୟାମ୍ପ ରହିଛି।

Also Read- ହ୍ୱାଟ୍ସଆପରେ ଆସିଲା ବଡ଼ ସୁବିଧା: ଏଣିକି କିଛି ଦିନ ପୂର୍ବରୁ ସେଟ୍ କରିପାରିବେ ମେସେଜ୍

କ୍ୟାବିନରେ ୧୦.୧ ଇଞ୍ଚର ଟଚ ସ୍କ୍ରିନ୍ ଇନ୍ଫୋଟେନମେଣ୍ଟ ସିଷ୍ଟମ୍ ରହିଛି। ଏଥିରେ ୱାୟାରଲେସ୍ Android Auto ଓ Apple CarPlay ସପୋର୍ଟ ମିଳିବ। ଏହା ସହ ୧୦.୨୫ ଇଞ୍ଚର ଡିଜିଟାଲ୍ ଡିସ୍‌ପ୍ଲେ, ୮ଟି ସ୍ପିକର୍, ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍, ପାୱାର୍ ଆଡଜଷ୍ଟେବଲ୍ ସିଟ୍ ଓ କୁଲ୍ଡ ଗ୍ଲୋଭେବକ୍ସ ଭଳି ସୁବିଧା ଦିଆଯାଇଛି। କାରର ଡିଜାଇନ ଏମିତି ହୋଇଛି ଯେ ଅଧିକରୁ ଅଧିକ ଲାଇଟ୍ କାର ଭିତରକୁ ଆସିପାରିବ। ବସିବାର କମ୍ପଫର୍ଟ ଏକଦମ ଝାକାସ ରହିଛି।

ସୁରକ୍ଷା ଓ ଇଞ୍ଜିନ୍

ସୁରକ୍ଷା ଦୃଷ୍ଟିରୁ ସମସ୍ତ ଭାରିଆଣ୍ଟରେ ୬ଟି ଏୟାରବ୍ୟାଗ୍, ରିୟର ୱାଇପର୍ ଓ ରିୟର ୱିଣ୍ଡୋ ଡିଫଗର୍ ଦିଆଯାଇଛି। କୁଶାକକୁ ଗ୍ଲୋବାଲ ଏନସିଏପି ପକ୍ଷରୁ ୫-ଷ୍ଟାର୍ ସୁରକ୍ଷା ରେଟିଂ ମିଳିଛି। ତେବେ ଏଥିରେ ଆଡାସ ଓ ୩୬୦-ଡିଗ୍ରୀ କ୍ୟାମେରା ସୁବିଧା ନାହିଁ। ଇଞ୍ଜିନ୍ ବିକଳ୍ପ ଭାବେ ଏଥିରେ ଦୁଇଟି ଟର୍ବୋ ପେଟ୍ରୋଲ୍ ଇଞ୍ଜିନ୍ ଦିଆଯାଇଛି।

୧.୦ ଲିଟର ଟର୍ବୋ ପେଟ୍ରୋଲ୍ ଇଞ୍ଜିନ ଟି ୧୧୪ ବିଏଚପି ପାୱାର ଓ ୧୭୮ ଏନଏମ ଟର୍କ ଜେନେରେଟ୍ କରିବ। ଏହା ସହ ୬-ସ୍ପିଡ୍ ମାନୁଆଲ୍ ଓ ୮-ସ୍ପିଡ୍ ଅଟୋମେଟିକ୍ ଗିୟରବକ୍ସ ମିଳିବ। ସେହିପରି ୧.୫ ଲିଟର ଟର୍ବୋ ପେଟ୍ରୋଲ୍ ଇଞ୍ଜିନ ୧୫୦ ବିଏଚପି ପାୱାର ଓ ୨୫୦ ଏମଏମ ଟର୍କ ଜେନେରେଟ କରିବ। ଏଥିରେ  ୭-ସ୍ପିଡ୍ ଡିଏସଜି ଅଟୋମେଟିକ୍ ଗିୟରବକ୍ସ ଦିଆଯାଇଛି। ଏହି ଭାରିଆଣ୍ଟରେ ୪ ଟି ଯାକ ଚକରେ ଡିସ୍କ ବ୍ରେକ୍ ଦିଆଯାଇଛି। ଇନ୍ଧନ ସଞ୍ଚୟ ପାଇଁ ସିଲିଣ୍ଡର ମ୍ୟାନେଜମେଣ୍ଟ ଟେକ୍ନୋଲୋଜି ମଧ୍ୟ ରହିଛି।

ସ୍କୋଡା ପକ୍ଷରୁ ନୂଆ କୁଶାକ ସହ ୪ ବର୍ଷ କିମ୍ବା ୧ ଲକ୍ଷ କିଲୋମିଟରର ଷ୍ଟାଣ୍ଡାର୍ଡ ୱାରେଣ୍ଟି ଦିଆଯାଉଛି। ଏହା ସହ ୪ଟି ସର୍ଭିସ୍ ମିଳିବ। ପ୍ରଥମ ଦୁଇ ବର୍ଷ ପାଇଁ ଲେବର ଚାର୍ଜ ଛାଡ଼ କରାଯିବ। ସାରା ଦେଶରେ ୪ ବର୍ଷର ରୋଡସାଇଇଡ୍ ଆସିଷ୍ଟାନ୍ସ ସୁବିଧା ଦେଉଛି କମ୍ପାନୀ। ମାତ୍ର ୧୦.୬୯ ଲକ୍ଷ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ପଛ ସିଟ୍ ମସାଜ୍ ଭଳି ଲଗଜୁରୀ ଫିଚର୍ ଯୋଡ଼ି ସ୍କୋଡା କୁଶାକ ଏବେ ଏସୟୁଭି ବଜାରରେ ଗ୍ରାହକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।