କଟକ ୧୮।୯: ପାଖେଇ ଆସୁଛି ଦୁର୍ଗାପୂଜା । ଦୁର୍ଗାପୂଜା-୨୦୨୬କୁ କଟକ ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଗମ ଭାବେ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକକ ବାତାୟନ ବ୍ୟବସ୍ଥା (Single Window System) କାର୍ଯ୍ୟକ୍ଷମ କରାଯାଇଛି । ଏହି Single Window System ଶୁକ୍ରବାର ଠାରୁ ବାରବାଟୀ ପ୍ୟାଲେସରେ କାର୍ଯ୍ୟ କରିବ ।

ପ୍ରଥମ ୪ ଦିନ ଅର୍ଥାତ ୧୮, ୧୯, ୨୦ ଓ ୨୧ ତାରିଖ ସକାଳ ୧୦ ଘଟିକାରୁ ୫ ଘଟିକା ମଧ୍ୟରେ ପୂଜା କମିଟି ଗୁଡିକ ଏନଓସି ପାଇଁ ଆବେଦନ କରିପାରିବେ । ପୂଜା କମିଟିଗୁଡ଼ିକୁ ତ୍ୱରିତ ଏନ୍‌ଓସି ଓ ଅନୁମତି ପ୍ରଦାନ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ପୂଜା ପେଣ୍ଡାଲ ଓ ଅନ୍ୟାନ୍ୟ ନିର୍ମାଣ ପାଇଁ R&B ବିଭାଗ ଭିତ୍ତିଭୂମି ନିରାପତ୍ତା ପ୍ରମାଣପତ୍ର, ଜିଲ୍ଲା ଅଗ୍ନିଶମ ଅଧିକାରୀ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଏବଂ TPCODL ବିଦ୍ୟୁତ ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରିବେ ।

Also Read:- ମଜୁରୀ ମାଗିଲେ ଧମକ ! ତେଲେଙ୍ଗାନାରୁ ସହାୟତା ମାଗିଲେ ଓଡ଼ିଆ ଶ୍ରମିକ

ବର୍ତ୍ତମାନ ସମୟରେ ପେପର୍ ଲେସ୍ ଯୁଗରେ ଅଫ୍‌ଲାଇନ୍ ବଦଳରେ ଅନଲାଇନ୍‌ରେ ଯଦି ଆବେଦନ ପାଇଁ ବ୍ୟବସ୍ଥା କରାଯାଇଥାନ୍ତା ତେବେ ୪ ଦିନ ସମୟ ଭିତରେ ହେବାକୁ ଥିବା ଅଧିକ ଭିଡ ନିୟନ୍ତ୍ରଣ କରାଯାଇ ପାରନ୍ତା ବୋଲି ପୂଜା କମିଟିର ସଭାପତି ମାନେ କହିଛନ୍ତି ।

Watch Video: