ମୋହନା ୧୮।୯: ସରୁନି ଦାଦନ ଦୁଃଖ । ତେଲେଙ୍ଗାନାରେ ଫସି ରହିଛନ୍ତି ୯ ଜଣ ଓଡ଼ିଆ ଶ୍ରମିକ । ଖାଇବାକୁ ଚାଉଳ ନାହିଁ କି ପାଖରେ ଟଙ୍କା ମଧ୍ୟ ନାହିଁ । ୫ ଦିନ ହେଲା ଭୋକ ଉପାସରେ ପଡ଼ି ରହିଛନ୍ତି । ଠିକାଦାର ପାଖରୁ ଖସି ଆସିଥିବା ୨ ଦାଦନ ଶ୍ରମିକ ବଖାଣିଛନ୍ତି ସେମାନଙ୍କ କଷ୍ଟ । ଖସି ଆସିଥିବା ଦୁଇ ଜଣ ହେଲେ ଗଜପତି ଚନ୍ଦ୍ରଗିରି ବ୍ରହ୍ମସିଂ ଗାଁର ବିକି ମଣ୍ଡଳ ଓ ପ୍ରଦୀପ ରଇତ ।

ଗତ ୩ ମାସ ତଳେ ଗଜପତି, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲା ୯ ଜଣ ଶ୍ରମିକ ରୋଜଗାର ଆଶାରେ ତେଲେଙ୍ଗାନାର ମେହେବୁବାବାଦ୍ ଜିଲ୍ଲା ସିତେନପେଟ୍ କୁ କାମ କରିବାକୁ ଯାଇଥିଲେ । ସେଠାରେ ଜଣେ ଠିକାଦାର ଅଧୀନରେ ରହି କୋଠା ନିର୍ମାଣ କାମ କରୁଥିଲେ । ୩ ମାସ କାମ କରିବା ପରେ ମଧ୍ୟ ସମ୍ପୃକ୍ତ ଠିକାଦାର ମଜୁରୀ ଦେଉନାହିଁ । ଟଙ୍କା ମାଗିଲେ ଧମକ ଚମକ ଦେଉଥିବା କହିଛନ୍ତି ଖସିଆସିଥିବା ୨ ଜଣ ଶ୍ରମିକ ।

Also Read:- ଏକାମ୍ର ରେସିଡେନ୍ସି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ, ଅକ୍ଟୋବର ୩୧ ଯାଏଁ ସୁଯୋଗ

୫ ଦିନ ହେଲାଣି ସେମାନଙ୍କ ପାଖରେ ଖାଇବାକୁ ଦାନା ନାହିଁ । ଜୀବନ ପ୍ରତି ଭୟ ଥିବାରୁ ଶ୍ରମିକମାନେ ଏକ ଭିଡ଼ିଓ ଜାରି କରି ସରକାରଙ୍କୁ ସହାୟତା ମାଗିଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ହସ୍ତକ୍ଷେପ କରି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଗୁହାରି କରିଛନ୍ତି ।