ଛତ୍ରପୁର: ମନା ପରେ ବି ମାନିଲେନି । ବାରମ୍ୱାର କଟକଣା ତାଗିଦ ସତ୍ତ୍ୱେ ବି ନିୟମକୁ ଫୁ । ଏବେ ଆସିଲା ନୋଟିସ୍ । ୫ ଆୟୋଜକଙ୍କୁ ଜାରି ହୋଇଛି ସୋ' କଜ୍ ନୋଟିସ୍ । ଦଣ୍ଡନାଚରେ ଅଶ୍ଳୀଳତା ପ୍ରଦର୍ଶନ ହେତୁ ୫ ଆୟୋଜକଙ୍କ ଉପରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଛତ୍ରପୁର ତହସିଲଦାର । ଛତ୍ରପୁରରେ ଏହା ସହ ଥାନାରେ ମାମଲା ରୁଜୁ ହୋଇଛି ।

ସୂଚନା ଥାଉକି, ଦଣ୍ଡନାଚରେ ଅଶ୍ଲୀଳ ନୃତ୍ୟ ଏବଂ ଗୀତ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଯଦି ଏଥିରେ କେହି ଖିଲାପୀ କରନ୍ତି । ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା । ଦିଗପହଣ୍ଡି ଅଞ୍ଚଳରେ ଦଣ୍ଡନାଚ ପରିବେଶଷ ନେଇ ସ୍ଥାନୀୟ ଏନ୍ଏଏସି ପକ୍ଷରୁ ଏହି ନିୟମାବଳୀ ଜାରି କରାଯାଇଥିଲା । ଆହୁରି ବି ଦଣ୍ଡନାଚରେ କୌଣସି ପ୍ରକାର ଅଶ୍ଲୀଳ, ଅପସଂସ୍କୃତି ଭରା ନୃତ୍ୟ କିମ୍ବା ଗୀତ ପ୍ରଦର୍ଶନ କରାଯାଇପାରିବ ନାହିଁ ବୋଲି ବି କୁହାଯାଇଥିଲା ।

Also Read...Puri Beach Drowning: ପୁରୀ ସମୁଦ୍ରରେ ବୁଡ଼ି ଯାଉଥିବା ୨ ପର୍ଯ୍ୟଟକ ଉଦ୍ଧାର, ଜଣଙ୍କ ଅବସ୍ଥା ଗୁରୁତର

କୌଣସି ଅଶାଳନୀ ଏବଂ ଦ୍ୱିଅର୍ଥ ବୋଧକ ଶବ୍ଧର ପ୍ରୟୋଗ କରାଯିବ ନାହିଁ ବୋଲି କୁହାଯାଇଥିଲା । ଗଞ୍ଜାମ ପ୍ରଶାସନ ପକ୍ଷରୁ ଦଣ୍ଡନାଚ ସମୟରେ କିପରି ଦଣ୍ଡ ନାଚ କରିବେ ସେନେଇ ଏସଓପି ଜାରି କରିଥିଲେ । ଯେଉଁଠି ଅଶ୍ଳୀଳତା ହେବ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବରୁ ନିଦେଶାନାମା ଜାରି ହୋଇଥିଲା । ଏହା ସତ୍ତ୍ୱେ ଛତ୍ରପୁର ରେ ଅବମାନନା ହୋଇଥିଲା ।