ଦିଗପହଣ୍ଡି ୨୮।୦୩ : ଦଣ୍ଡନାଚ ପାଇଁ ଆସିଲା କଟକଣା । ଏଥର ଦଣ୍ଡନାଚରେ ଅଶ୍ଲୀଳ ନୃତ୍ୟ ଏବଂ ଗୀତ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଯଦି ଏଥିରେ କେହି ଖିଲାପୀ କରନ୍ତି । ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦିଗପହଣ୍ଡି ଅଞ୍ଚଳରେ ଦଣ୍ଡନାଚ ପରିବେଶଷ ନେଇ ସ୍ଥାନୀୟ ଏନ୍ଏଏସି ପକ୍ଷରୁ ଏହି ନିୟମାବଳୀ ଜାରି କରାଯାଇଛି ।

Also Read:-ଗ୍ୟାସ୍‌ ଏଜେନ୍ସି ସମ୍ମୁଖରେ ବିକ୍ଷୋଭ ; ଓଟିପି ଆସୁଛି, ଡେଲିଭରି ହେଉନି...

ସେହିପରି ଦଣ୍ଡନାଚରେ କୌଣସି ପ୍ରକାର ଅଶ୍ଲୀଳ, ଅପସଂସ୍କୃତି ଭରା ନୃତ୍ୟ କିମ୍ବା ଗୀତ ପ୍ରଦର୍ଶନ କରାଯାଇପାରିବ ନାହିଁ । କୌଣସି ଅଶାଳନୀ ଏବଂ ଦ୍ୱିଅର୍ଥ ବୋଧକ ଶବ୍ଧର ପ୍ରୟୋଗ କରାଯିବନାହିଁ । ରାତିରେ ଅନୁଷ୍ଠିତ ନାଚ ମଞ୍ଚରେ କେବଳ ପାରମ୍ପରିକ କଳା, ନୃତ୍ୟ, ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇପାରିବ । ସେହିପରି ଦଣ୍ଡନାଚ ପୂର୍ବରୁ ମୁଖ୍ୟ ପରିଚାଳକ ଆବଶ୍ୟକୀୟ ସର୍ତ୍ତପୂରଣ କରି ସ୍ଥାନୀୟ ଥାନା ଅଧିକାରୀଙ୍କ ଠାରୁ ଅନୁମତି ନେବା ବାଧ୍ୟମୂଳକ । ଦଣ୍ଡନାଚ ପରିବେଷଣ ସମୟରେ ଉପରୋକ୍ତ ପରିଚାଳନା ପ୍ରଣାଳୀରେ ବ୍ୟତିକ୍ରମ ଘଟିଲେ ଉଲ୍ଲଂଘନକାରୀ ସଂସ୍ଥା ଓ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି ।