କୋଲକାତା, ୧୪।୧୧ : ଶନିବାରଠୁ ଆରମ୍ଭ ହୋଇଛି ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି । ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ନିଜର ପ୍ରଥମ ମୁକାବିଲା ହାଇଦ୍ରାବାଦ ବିପକ୍ଷରେ ଖେଳିଛି । କୋଲକାତାର ଜାଦବପୁର ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ମୁକାବିଲା ଖେଳାଯାଇଥିଲା । ଗ୍ରୁପ୍-ଡିର ଏହି ମ୍ୟାଚରେ ଦମଦାର ବ୍ୟାଟିଂ କରିଛନ୍ତି ଭାରତୀୟ ଟି୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ଫଳରେ ମୁମ୍ବାଇ ହ୍ରାଇଦ୍ରାବାଦକୁ ୭ ଓ୍ୱିକେଟରେ ପରାସ୍ତ କରିଛି ।

ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ହାଇଦ୍ରାବାଦ । ଦଳ ୧୭୨ ରନ୍ କରିବା ସହ ମୁମ୍ବାଇକୁ ୧୭୩ ରନର ଟାର୍ଗେଟ୍ ଦେଇଥିଲା । ଯାହାକୁ ମୁମ୍ବାଇ ଟିମ୍ ୧୩.୧ ଓଭରରେ ହାସଲ କରିନେଇଛି । ମୁମ୍ବାଇର ବିଜୟରେ ସୂର୍ଯ୍ୟ କୁମାର ଯାଦବଙ୍କ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା । ସେ ୧୫ ବଲରୁ ଦମଦାର ଅର୍ଧଶତକ ପୂରା କରିଥିଲେ । ୨୧ ବଲରୁ ୬୦ ରନର ଧୂଆଁଧାର ଇନିଂସ ଖେଳି ସେ ଅପରାଜିତ ରହିଥିଲେ । ଏହି ଇନିଂସରେ ସେ ୫ ଛକା ଏବଂ ୬ ଚଉକା ଲଗାଇଥିଲେ ।

Also Read :- ସଚିନଙ୍କ ଶହେ ଶତକର ପିଛା କରୁଥିଲେ କୋହଲି, ଖାତାରେ ଯୋଡି଼ ହୋଇଗଲା ଅଲୋଡା 'ଡକ୍' ମାଇଲଷ୍ଟୋନ୍

ସୂର୍ଯ୍ୟଙ୍କୁ ମୁଶୀର ଖାନଙ୍କ ସହଯୋଗ ମଧ୍ୟ ମିଳିଥିଲା । ମୁଶୀର୍ ଏବଂ ସୂର୍ଯ୍ୟ ତୃତୀୟ ଓ୍ୱିକେଟରେ ୬୫ ରନର ପାର୍ଟନରସିପ୍ କରିଥିଲେ । ମୁଶୀର ମଧ୍ୟ ୬ ଚଉକା ଏବଂ ତିନି ଛକା ସହ ୨୪ ବଲରୁ ୫୧ ରନ୍ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶିବମ ଦୁବେ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ । ସେ ୫ଟି ବଲରୁ ୧୩ ରନ୍ କରିଥିଲେ । ପ୍ରଥମ ଇନିଂସରେ ସେ ହାଇଦ୍ରାବାଦ ବିପକ୍ଷରେ ୪ ଓଭର ବୋଲିଂ କରି ୩୧ ରନ୍ ଦେବା ସହ ଦୁଇଟି ଓ୍ୱିକେଟ୍ ହାସଲ କରିଥିଲେ ।