ପୁରୀ ୨।୪: ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ବୁଡ଼ିଗଲେ ପର୍ଯ୍ୟଟକ । ସମୁଦ୍ର କୂଳ ସେକ୍ଟର ୯ରେ ଘଟିଛି ଏଭଳି ଅଘଟଣ। ବୁଡ଼ି ଯାଉଥିବା ଦୁଇ ଜଣ ପର୍ଯ୍ୟଟକଙ୍କୁ ଲାଇଫ୍ ଗାର୍ଡ ଉଦ୍ଧାର କରିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ପର୍ଯ୍ୟଟକ ହେଉଛନ୍ତି ଗଞ୍ଜାମ ମୁନିଗୁଡ଼ା ଗ୍ରାମର ନାରାୟଣ ସାହୁ । ସେହିପରି ଆହତ ଅନ୍ୟ ଜଣେ ପର୍ଯ୍ୟଟକ ହେଉଛନ୍ତି ଝାଡ଼ଖଣ୍ଡର ସୋନୁ ତିଓ୍ବାରୀ । ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବା ପରେ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି ଲାଇଫ ଗାର୍ଡ ।

Also Read:- Firearms Dealer Arrested: ସ୍ପେଶାଲ କ୍ରାଇମ୍ ୟୁନିଟ୍ ପଞ୍ଝାରେ ବନ୍ଧୁକ ବେପାରୀ, ପୂର୍ବରୁ ଝରାଫୁଲ ମାମଲାରେ ହୋଇଥିଲା ଗିରଫ

ଚୈତନ୍ୟ ଛକ ସମୁଦ୍ର କୂଳ ସେକ୍ଟର ୯ରେ ଏହି ଦୁଇ ପର୍ଯ୍ୟଟକ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟରେ ପଡ଼ି ବୁଡ଼ି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ମାନେ ତୁରନ୍ତ ସମୁଦ୍ର ଭିତରକୁ ଯାଇ ଦୁଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। ଗତ ଏକ ମାସ ମଧ୍ୟରେ ୭ ଜଣ ପର୍ଯ୍ୟଟକଙ୍କ ଜୀବନ ଯାଇଛି ପୁରୀ ସମୁଦ୍ରରେ । ସେହିପରି ସମୁଦ୍ରରୁ ଲାଇଫ ଗାର୍ଡ ମାନେ ଏକାଧିକ ପର୍ଯ୍ୟଟକଙ୍କ ଜୀବନ ମଧ୍ୟ ବଞ୍ଚାଇଛନ୍ତି । ଏଣୁ ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ସତର୍କତା ଅବଲମ୍ବନ କରି ସ୍ନାନ କରିବାର ନିହାତି ଆବଶ୍ୟକ ରହିଛି ।