India's Most Valuable Celebrity Brand in 2025: ଭାରତର ସବୁଠାରୁ ପ୍ରଭାବଶାଳୀ ସେଲିବ୍ରେଟି ହେଉଛନ୍ତି ଶାହରୁଖ ଖାନ। କ୍ରଲ ଇଣ୍ଡିଆ(Kroll India)ର ସେଲିବ୍ରେଟି ବ୍ରାଣ୍ଡ ଭାଲ୍ୟୁ ୨୦୨୫ ରିପୋର୍ଟରେ ଶାହରୁଖଙ୍କୁ ନମ୍ବର ୱାନ ସ୍ଥାନ ମିଳିଛି। ୨୦୨୪ ତୁଳନାରେ ସେ ଦୁଇ ପାଦ ଉପରକୁ ଉଠିଛନ୍ତି। ୨୦୨୫ ବର୍ଷ ପାଇଁ ତାଙ୍କର ବ୍ରାଣ୍ଡ ଭାଲ୍ୟୁ ୧୭୭.୯ ରହିଛି। ସେହିପରି ରଣବୀର ସିଂହ ୧୬୨.୯ ମିଲିଅନ ଡଲାର ବ୍ରାଣ୍ଡ ମୂଲ୍ୟ ସହିତ ଦ୍ୱିତୀୟ ସ୍ଥାନ ବଜାୟ ରଖିଥିବା ବେଳେ କ୍ରିକେଟର ବିରାଟ କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ କମିଛି। ୧୫୮.୪ ମିଲିଅନ ଡଲାର ବ୍ରାଣ୍ଡ ଭାଲ୍ୟୁ ସହିତ ବିରାଟ ଶୀର୍ଷ ସ୍ଥାନ ହରାଇ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି।

ମିଳିତ ଭାବରେ ଭାରତର ଶୀର୍ଷ ୨୫ ଜଣ ସେଲିବ୍ରିଟିଙ୍କ ବ୍ରାଣ୍ଡ ଭାଲ୍ୟୁ ୨୦୨୫ରେ ୨ ବିଲିୟନ୍ ଆମେରିକୀୟ ଡଲାର ରହିଛି। ଯାହା ୨୦୨୪ ତୁଳନାରେ ୩.୭ ପ୍ରତିଶତ କମ୍ ବୋଲି କ୍ରୋଲ୍ ଇଣ୍ଡିଆର ‘ସେଲିବ୍ରିଟି ବ୍ରାଣ୍ଡ ଭାଲ୍ୟୁଏସନ୍ ୨୦୨୫’ ରିପୋର୍ଟରେ କୁହାଯାଇଛି।

ସଂସ୍ଥା ଜାରି କରିଥିବା ରିପୋର୍ଟ ଅନୁସାରେ, ବର୍ତ୍ତମାନ ବ୍ରାଣ୍ଡ ପ୍ରଚାରରେ ଡିଜିଟାଲ୍ ପ୍ଲାଟଫର୍ମର ଗୁରୁତ୍ୱ ଦ୍ରୁତ ଗତିରେ ବଢ଼ୁଛି। ଏଥିରେ ବ୍ରାଣ୍ଡଗୁଡ଼ିକୁ ଅଧିକ ସଂଖ୍ୟକ ଦର୍ଶକଙ୍କ ପାଖରେ ପହଞ୍ଚିବା, ବ୍ୟକ୍ତିଗତ ବାର୍ତ୍ତା ପହଞ୍ଚାଇବା ଏବଂ ପ୍ରଚାର ଅଭିଯାନକୁ ଅଧିକ ପ୍ରଭାବଶାଳୀ କରିବାରେ ସାହାଯ୍ୟ ମିଳୁଛି। ପୂର୍ବରୁ ମୋଟ ପ୍ରଚାରରେ ଡିଜିଟାଲ ପ୍ରଚାରର ଭାଗ ୪୦- ୬୦ ପ୍ରତିଶତ ଥିଲା। ହେଲେ ଏବେ ଏକାଧିକ ଶୀର୍ଷ ସେଲିବ୍ରିଟିଙ୍କ କ୍ଷେତ୍ରରେ ଏହା ୬୦-୭୫ ପ୍ରତିଶତକୁ ବୃଦ୍ଧି ପାଇଛି।

Also read- ପ୍ରୀତି ଜିଣ୍ଟାଙ୍କ ସହ ଡେଟିଂ ଗୁଜବରେ ମୁହଁ ଖୋଲିଲେ ବ୍ରେଟ୍ ଲି, କହିଲେ-ମିଛ ତଥ୍ୟ ଦିଅନ୍ତୁନି... ଆମେ କେବଳ ଭଲ ବନ୍ଧୁ

କ୍ରୋଲର ଭାଲ୍ୟୁଏସନ୍ ଆଡଭାଇଜରୀ ସର୍ଭିସେସ୍ର ମ୍ୟାନେଜିଂ ଡିରେକ୍ଟର ଉମାକାନ୍ତ ପାଣିଗ୍ରାହୀ କହିଛନ୍ତି, ୨୦୨୫ରେ ସେଲିବ୍ରିଟି ବ୍ରାଣ୍ଡର ମୂଲ୍ୟ କେବଳ ପାରମ୍ପରିକ ବିଜ୍ଞାପନ ଉପରେ ନିର୍ଭର କରୁନାହିଁ। ବରଂ ଡିଜିଟାଲ୍ ଉପସ୍ଥିତି, ସୋସିଆଲ୍ ମିଡିଆରେ ସକ୍ରିୟତା, AI ଭିତ୍ତିକ ସୁଯୋଗ ଏବଂ ଉଦ୍ୟୋଗୀ ଭାବେ ସେଲିବ୍ରିଟିଙ୍କ ଭୂମିକା ମଧ୍ୟ ବ୍ରାଣ୍ଡ ମୂଲ୍ୟ ନିର୍ଦ୍ଧାରଣରେ ବଡ଼ ଭୂମିକା ନେଉଛି।

ଗ୍ରୁପ୍-ଏମ୍ ଇଏସ୍‌ପିର ବିଜନେସ୍ ହେଡ୍ ବିନୀତ କର୍ଣ୍ଣିକ କହିଛନ୍ତି, ଆଗାମୀ ଦିନରେ ସେଲିବ୍ରିଟିମାନେ ନିଜସ୍ୱ ବ୍ରାଣ୍ଡ ଲଞ୍ଚ ଓ ବିସ୍ତାର କରିବାର ପ୍ରବୃତ୍ତି ଆହୁରି ବଢ଼ିବ। ସେ କହିଛନ୍ତି, ଭାରତରେ କ୍ରିକେଟ୍ ତାରକାମାନେ ସେମାନଙ୍କର ବ୍ୟାପକ ଲୋକପ୍ରିୟତା, ଦର୍ଶକଙ୍କ ସହ ସଂଯୋଗ ଏବଂ ବ୍ରାଣ୍ଡ ରିକଲ୍ କ୍ଷମତା ବଳରେ ଏଣ୍ଡୋର୍ସମେଣ୍ଟ ବଜାରରେ ନିଜର ପ୍ରାଧାନ୍ୟ ବଜାୟ ରଖିବେ।

ରିପୋର୍ଟ ଅନୁସାରେ, ଶାହରୁଖ ଖାନ୍ ୨୦୨୫ରେ ଭାରତର ସବୁଠାରୁ ମୂଲ୍ୟବାନ ସେଲିବ୍ରିଟି ବ୍ରାଣ୍ଡ ହୋଇଛନ୍ତି। ୨୦୨୩ରେ ତାଙ୍କ ଫିଲ୍ମର ସଫଳତା ଓ ବିଜ୍ଞାପନ ଚୁକ୍ତି ବଢ଼ିବା ଫଳରେ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୧୪୫.୭ ମିଲିୟନ୍ ଡଲାରରୁ ୨୨ ପ୍ରତିଶତ ବଢ଼ି ୧୭୭.୯ ମିଲିୟନ୍ ଡଲାରରେ ପହଞ୍ଚିଛି। ତାଙ୍କ ବ୍ରାଣ୍ଡ ଆସୋସିଏସନ୍ ୨୮ରୁ ବଢ଼ି ୩୬ ହୋଇଥିବାବେଳେ, ତାଙ୍କ ଏଣ୍ଡୋର୍ସମେଣ୍ଟ ଫି ପ୍ରାୟ ୧୦ କୋଟି ଟଙ୍କାରେ ସ୍ଥିର ରହିଛି। ଏହା ସହ ସେ ତୃତୀୟ ସ୍ଥାନରୁ ପ୍ରଥମ ସ୍ଥାନକୁ ଉଠିଆସିଛନ୍ତି।

ରଣବୀର ସିଂହ ୧୬୨.୯ ମିଲିୟନ୍ ଡଲାର ବ୍ରାଣ୍ଡ ମୂଲ୍ୟ ସହ ନିଜ ସ୍ଥାନ ବଜାୟ ରଖିଛନ୍ତି। 'ଧୁରନ୍ଧର' ଫିଲ୍ମର ସଫଳତା ପରେ ତାଙ୍କ ଏଣ୍ଡୋର୍ସମେଣ୍ଟ ଫି ୭.୫ କୋଟିରୁ ବଢ଼ି ୮ କୋଟି ଟଙ୍କା ହୋଇଥିଲେ ମଧ୍ୟ, ତାଙ୍କ ବ୍ରାଣ୍ଡ କ୍ଲାଏଣ୍ଟ ସଂଖ୍ୟା ୨୦୨୪ର ୪୫ରୁ କମି ୨୦୨୫ରେ ୩୮କୁ ଖସିଯାଇଛି।

୨୦୨୫ରେ ସବୁଠାରୁ ଅଧିକ ଲାଭବାନ ସେଲିବ୍ରିଟିଙ୍କ ମଧ୍ୟରେ ସାମନ୍ଥା ରୁଥ ପ୍ରଭୁ ରହିଛନ୍ତି। ତାଙ୍କ ବ୍ରାଣ୍ଡ ମୂଲ୍ୟ ୩୦ ପ୍ରତିଶତ ବଢ଼ିବା ସହ ସେ ୨୮ତମ ସ୍ଥାନରୁ ୨୫ତମ ସ୍ଥାନକୁ ଉଠିଛନ୍ତି। ସେହିପରି ଅନନ୍ୟା ପାଣ୍ଡେ ୨୫ତମରୁ ୧୯ତମ ସ୍ଥାନକୁ ଏବଂ ରୋହିତ ଶର୍ମା ୧୭ତମରୁ ୧୪ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।