ନୂଆଦିଲ୍ଲୀ ୦୫।୦୮; ବଲିଉଡ୍ ଓ କ୍ରିକେଟର ଚର୍ଚ୍ଚିତ ଯୋଡ଼ିକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଗୁଜବ ଉପରେ ଏବେ ମୁହଁ ଖୋଲିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି । ପ୍ରୀତି ଜିଣ୍ଟାଙ୍କ ସହ ଡେଟିଂ ରୁମର୍ସକୁ ନେଇ ବ୍ରେଟ୍ ଲି ସ୍ପଷ୍ଟ କରିଛନ୍ତି ଯେ, ଦୁହିଁଙ୍କ ମଧ୍ୟରେ କେବଳ ଭଲ ବନ୍ଧୁତା ଥିଲା, ଏହାଠାରୁ ଅଧିକ କିଛି ନୁହେଁ । ଆଇପିଏଲ୍ ସମୟରୁ ଚର୍ଚ୍ଚାରେ ଥିଲା ବ୍ରେଟ୍ ଲି ଓ ପ୍ରୀତି ଜିଣ୍ଟାଙ୍କ ସମ୍ପର୍କ। ବ୍ରେଟ୍ ଲି ଯେତେବେଳେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପାଇଁ ଖେଳୁଥିଲେ, ସେହି ସମୟରେ ଟିମ୍ର ସହ-ମାଲିକ ଥିଲେ ପ୍ରୀତି ଜିଣ୍ଟା ।

ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ଥିବାରୁ ଗଣମାଧ୍ୟମରେ ଡେଟିଂ ନେଇ ଅନେକ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏବେ ବ୍ରେଟ୍ ଲି ଏହି ସବୁ ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପ୍ରୀତି ଜିଣ୍ଟା ଜଣେ ଭଲ ବନ୍ଧୁ ଏବଂ ଜଣେ ବୁଦ୍ଧିମାନ ମହିଳା । ଦୁହିଁଙ୍କ ମଧ୍ୟରେ କେବଳ ସମ୍ମାନ ଓ ବନ୍ଧୁତାର ସମ୍ପର୍କ ରହିଛି । ବ୍ରେଟ୍ ଲି ନିଜ କ୍ରିକେଟ୍ କ୍ୟାରିୟର ସହ ଭାରତ ସହ ଥିବା ତାଙ୍କର ସମ୍ପର୍କକୁ ମଧ୍ୟ ମନେ ପକାଇଛନ୍ତି । ମୁମ୍ବାଇ ତାଙ୍କ ପାଇଁ ଦ୍ୱିତୀୟ ଘର ଭଳି ବୋଲି ସେ କହିଛନ୍ତି । ପ୍ରୀତି ଜିଣ୍ଟା ମଧ୍ୟ ଅତୀତରେ ଏଭଳି ଅନେକ ଗୁଜବକୁ ନେଇ ନିଜ ମତ ରଖିଛନ୍ତି ।

ସେ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନ ଅପେକ୍ଷା ନିଜ କାମ ଓ ଆଇପିଏଲ୍ ଟିମ୍ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି । ବର୍ଷ ପରେ ବ୍ରେଟ୍ ଲିଙ୍କ ଏହି ସ୍ପଷ୍ଟୀକରଣ ପୁଣି ଥରେ ଚର୍ଚ୍ଚାକୁ ଆଣିଛି କ୍ରିକେଟ୍ ଓ ବଲିଉଡ୍‌ରେ ଏହି ପୁରୁଣା ଅଧ୍ୟାୟକୁ। ତେବେ ଦୁହେଁଙ୍କ ସମ୍ପର୍କ କେବଳ ଭଲ ବନ୍ଧୁତାରେ ସୀମିତ ଥିଲା ବୋଲି ବ୍ରେଟ୍ ଲି ସ୍ପଷ୍ଟ କରିଛନ୍ତି ।