ମୁମ୍ବାଇ (୨/୧୧) : ବଲିଉଡର ବାଦଶାହଙ୍କ ଜନ୍ମଦିନକୁ ନେଇ ଆଜି ସବୁଠି ସେଲିବ୍ରେସନ୍ । ୬୧ ବର୍ଷରେ ପାଦ ଥାପିଛନ୍ତି ବଲିଉଡ କିଙ୍ଗ୍ ଶାହରୁଖ ଖାନ୍ । ନିଜ ପ୍ରିୟ ସୁପରଷ୍ଟାରଙ୍କ ଜନ୍ମଦିନକୁ ଧୁମଧାମରେ ପାଳନ କରିଛନ୍ତି ଲକ୍ଷାଧିକ ଫ୍ୟାନ୍ସ । ମୁମ୍ବାଇର ମନ୍ନତ ବାହାରେ ଗତ ରାତି ୧୨ଟାରୁ ଜମିଛି ଫ୍ୟାନ୍ସଙ୍କ ଲମ୍ବା ଲାଇନ । କେଉଁଠି କେକ୍ କଟିଛି ତ ଆଉ କେଉଁଠି ବାଣ ଫୁଟାଇ ନିଜ ପ୍ରିୟ ହିରୋଙ୍କ ଜନ୍ମଦିନକୁ ସ୍ମରଣୀୟ କରିଛନ୍ତି ପ୍ରଶଂସକ। ଶାହରୁଖଙ୍କ ଜନ୍ମଦିନକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ଆଜି ନଭେମ୍ବର ୨ ତାରିଖରେ ନିଜ ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳନ କରୁଛନ୍ତି ଶାହରୁଖ ଖାନ୍। ଏହି ଖାସ୍ ଦିନକୁ ନେଇ କେବଳ ମୁମ୍ବାଇ ନୁହେଁ, ଦେଶର ବିଭିନ୍ନ ସ୍ଥାନରେ ଫ୍ୟାନ୍ସଙ୍କ ମଧ୍ୟରେ ରହିଛି ଜବରଦସ୍ତ କ୍ରେଜ୍।

ମୁମ୍ବାଇରେ ଥିବା ଶାହରୁଖଙ୍କ ବାସଭବନ ମନ୍ନତ ସମ୍ମୁଖରେ ରାତି ୧୨ଟାରୁ ହାତରେ ପୋଷ୍ଟର, ବ୍ୟାନର ଓ ମୋବାଇଲ୍ ଟର୍ଚ୍ଚ ଧରି ଶୁଭେଚ୍ଛା ଜଣାଇଥିଲେ ଫ୍ୟାନ୍ସ। ଅନେକ ସ୍ଥାନରେ କେକ୍ କଟାଯିବା ସହ ବାଣ ଫୁଟାଇ ଜନ୍ମଦିନର ଉତ୍ସବ ପାଳନ କରାଯାଇଥିଲା। ଦୀର୍ଘ ଦଶନ୍ଧି ଧରି ବଲିଉଡ୍ରେ ନିଜ ଅଭିନୟର ଯାଦୁ ଦେଖାଇ ଆସୁଥିବା ଶାହରୁଖଙ୍କ ଲୋକପ୍ରିୟତା ଆଜି ବି ଅତୁଟ ରହିଛି। ରୋମାନ୍ସ ହେଉ କି ଆକ୍ସନ୍, ପ୍ରତ୍ୟେକ ଚରିତ୍ରରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ସେ। ସେଥିପାଇଁ ତ ବୟସ ବଢ଼ିବା ସହ କମୁନି ଶାହରୁଖଙ୍କ କ୍ରେଜ୍ ।

Also Read : କିଙ୍ଗ ଖାଁଙ୍କ ୬୧ତମ ଜନ୍ମ ଦିନ ପୂର୍ବରୁ ଚିକମିକ କଲାଣି ''ମନ୍ନତ '' ,ବଙ୍ଗଳାରେ ଦେଖିବାକୁ ମିଳିଛି ବଡ ଧରଣର ସ୍କ୍ରିନ

ଜନ୍ମଦିନ ସହ ବର୍ତ୍ତମାନ ସେ ନିଜ ଅପକମିଙ୍ଗ ଫିଲ୍ମ 'କିଙ୍ଗ'କୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ନିକଟରେ ତାଙ୍କ ଫିଲ୍ମର ଏକ ଗୀତ ରିଲିଜ ହୋଇଛି । ଯାହାକୁ ଦେଖିବା ପରେ ବେଶ ଉତ୍ସାହିତ ଅଛନ୍ତି ଦର୍ଶକ । ତେବେ ଶାହରୁଖଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ 'କିଙ୍ଗ' ଆସନ୍ତା ଡିସେମ୍ବର ୨୪ ତାରିଖରେ ୱାର୍ଲଡ ୱାଇଡ ରିଲିଜ ହେବା ନେଇ ଘୋଷଣା ହୋଇଛି । ଯାହାକୁ ନେଇ ଅପେକ୍ଷାରତ ଫ୍ୟାନ୍ସ । ଏଥିରେ ଅନେକ ବଡ ବଡ଼ ଷ୍ଟାରଙ୍କ ଅଭିନୟ ଦେଖିବାକୁ ପାଇବେ ଦର୍ଶକ । ସବଠୁ ବଡ କଥା ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଝିଅ ସୁହାନା ଖାନଙ୍କ ସହ ଅଭିନୟ କରିଛନ୍ତି ଶାହରୁଖ ଖାନ ।