ମୁମ୍ବାଇ ,୧ /୧୧-; ୨ ନଭେମ୍ବରକୁ ୬୧ତମ ଜନ୍ମ ଦିନ ମନେଇବେ କିଙ୍ଗ ଖାଁ ସାରୁଖ l ସେଥିପାଇଁ ଆଗୁଆ ସଜେଇ ହେଲାଣି ''ମନ୍ନତ '' l ସାରୁଖଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ପାଇଁ ଅଗଣିତ ଫ୍ୟାନ୍ସ ଏହି ଦିନକୁ ଅପେକ୍ଷା କରିଥାନ୍ତି l ସମସ୍ତଙ୍କ ମନରେ ଉତ୍ସାହ ଓ ଉତ୍କଣ୍ଠା ରହିଥାଏ ନିଜର ମନ ପସନ୍ଦର ଅଭିନେତାଙ୍କୁ ଶୁଭକାମନା ଜଣାଇବା ପାଇଁ l ସବୁ ବର୍ଷଭଳୀ ଏବର୍ଷ ମଧ୍ୟ ସରୁଖଙ୍କ ଫ୍ୟାନ ଏହି ଖୁସିର ମୁହୂର୍ତ୍ତକୁ ଚାହିଁ ବସିଛନ୍ତି l ଏହାରି ଭିତରେ ସାରୁଖଙ୍କ ବଙ୍ଗଳା ମନ୍ନତର ଏକ ଭିଡିଓ ସାମ୍ନାକୁ ଆସିଛି l ଯେଉଁଥିରେ ଦେଖିବାକୁ ମିଳିଛି ଜନ୍ମ ଦିନ ପୂର୍ବରୁ ତାଙ୍କ ଘର କିଭଳି ସାଜଶଯ୍ୟାରେ ଚମକୁଛି l ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ''ମନ୍ନତର'' ବାହାର ପାଶ୍ୱର୍ରେ ଏକ ବଡ ଧରଣର ସ୍କ୍ରିନ ପଡିଥିବାର ନଜର ଆସୁଛି l ଏହାକୁ ଦେଖିଲା ପରେ ଫ୍ୟାନସ ମଧ୍ୟ ଏକ୍ସାଇଟେଡ ଅଛନ୍ତି କି ,କିଙ୍ଗ ଖାଁଙ୍କ ଜନ୍ମ ଦିନରେ କିଛି ଖାସ ସରପ୍ରାଇଜ ମିଳିବାର ଅଛିକି ?

also read- ‘KING’ର ଦମ୍‌ଦାର ଡିଲ୍, ରିଲିଜ୍ ପୂର୍ବରୁ ୧୭୫ କୋଟି ଆୟ, ପଛରେ 'ପଠାନ୍-ଜୱାନ୍‌'

ମୁମ୍ବାଇର ବାନ୍ଦ୍ରା ନିକଟରେ ଥିବା ବଙ୍ଗଳା ''ମନ୍ନତ'' ସାରୁଖଙ୍କ ଫ୍ୟାନ୍ସଙ୍କ ପାଇଁ ସବୁବେଳେ ଖାସ ଥାଏ l କିନ୍ତୁ ବର୍ତ୍ତମାନ ସମୟରେ ଏଠି କାମ ଚାଲିଥିବା ହେତୁ ସାରୁଖୁ ଓ ତାଙ୍କ ପରିବାର ମୁମ୍ବାଇର ପାଲିହିଲ ସ୍ତିତ ଲଗଜରୀ ଆପାର୍ଟମେଣ୍ଟରେ ରହୁଛନ୍ତି l ସେଥି ପାଇଁ ଏହି ବର୍ଷ ଫ୍ୟାନ୍ସ ମାନେ ସାରୁଖଙ୍କୁ ମନତର ବାଲକୁନିରୁ ହାତ ହଲାଉଥିବା ଦୃଶ୍ୟ ଦେଖି ନପାରନ୍ତି l କିନ୍ତୁ ପ୍ରତି ବର୍ଷ ଏହି ଦିନ ହାଜର ହାଜର ଫ୍ୟାନ୍ସ ସାରୁଖଙ୍କ ଗୋଟିଏ ଝଲକ ପାଇବା ପାଇଁ ମନ୍ନତର ବାହାରେ ଠିଆ ହୋଇଥାନ୍ତି , ଏହି ବର୍ଷ ଏହି ଏଭଳୀ କିଛି ହେବାର ଆଶା ଖୁବ କମ ଜଣାପଡୁଛି l