ଭୁବନେଶ୍ବର ୧।୧୧: ବଦଳିଲେ ଡିସିପି, ବଦଳିଲା ରଣନୀତି । ନୂଆ ଡିସିପିଙ୍କ ନୂଆ ଷ୍ଟ୍ରାଟେଜି । ଏଥର ରାତି ନୁହେଁ, ସନ୍ଧ୍ୟା ସମୟରେ ଆରମ୍ଭ ହେଲା ବ୍ଲକିଂ ଓ ଚେକିଂ । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକରେ ନାକା ଲଗାଇ ଯାଞ୍ଚ କରୁଛି କମିଶନରେଟ୍ ପୋଲିସ ।

ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏ ଚାଲିବ ସନ୍ଧ୍ୟାକାଳୀନ ଚେକିଂ । ଏହି ସ୍ୱତନ୍ତ୍ର ଅଭିଯାନରେ ସାମିଲ ହୋଇଛନ୍ତି ସବୁ ଜୋନ୍ର ଏସିପି, ଆଇଆଇସିଙ୍କ ସମେତ ବହୁ ପୋଲିସ କର୍ମଚାରୀ ।

Also Read:- ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ବଡ଼ ଆକ୍ସନ, ବାଲେଶ୍ୱରରୁ ଫେରାର ଅଭିଯୁକ୍ତ ଗିରଫ

ନିଜେ ଫିଲ୍ଡକୁ ଓହ୍ଲାଇ ଏହି ବ୍ଲକିଂ ଓ ଚେକିଂର ତଦାରଖ କରୁଛନ୍ତି ଭୁବନେଶ୍ୱର ଡିସିପି । ସନ୍ଧ୍ୟା ସମୟରେ ଟ୍ରାଫିକ ନିୟନ୍ତ୍ରଣ ସହ ଅପରାଧୀ ଏବଂ ଅପରାଧିକ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । ରବିବାର ହୋଇଥିଲେ ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି ଏହି ସନ୍ଧ୍ୟାକାଳୀନ ବ୍ଲକିଂ ଓ ଚେକିଂ ।

Watch Video: