ନୂଆଦିଲ୍ଲୀ: ନଭେମ୍ବର ୪ ତାରିଖରୁ ଖେଳାଯିବାକୁ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳରେ ଆକିବ ନାବୀଙ୍କୁ ସାମିଲ କରାଯାଇଛି। ସିରିଜ୍‌ର ପ୍ରଥମ ୩ଟି ମ୍ୟାଚ୍‌ ପାଇଁ ତାଙ୍କୁ ଦଳରେ ସ୍ଥାନ ମିଳିଛି। ଆହତ ଯୋଗୁ ପ୍ରସିଦ୍ଧ କୃଷ୍ଣା ବାଦ ପଡ଼ିବା ପରେ ଅକୀବଙ୍କୁ ଡକାଯାଇଛି। ଡାହାଣହାତୀ ଦ୍ରୁତ ବୋଲର ଆକିବ ନବୀ ପ୍ରଥମେ ସିରିଜରେ ଶେଷ ଦୁଇଟି ମ୍ୟାଚ୍(ଚତୁର୍ଥ ଓ ପଞ୍ଚମ) ଖେଳିବେ ବୋଲି ସ୍ଥିର ହୋଇଥିଲା। ହେଲେ ଏବେ ସେ ସିରିଜ୍‌ ଆରମ୍ଭରୁ ଟିମ୍‌ରେ ରହିବେ।

ମାଂସପେଶୀରେ ଆହତ ଯୋଗୁ ଗତକାଲି ପ୍ରସିଦ୍ଧ କୃଷ୍ଣାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ ଦିଆଯାଇଥିଲା। ଏନେଇ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିଲା। ପ୍ରସିଦ୍ଧଙ୍କ ଜଙ୍ଘ ମାଂସପେଶୀରେ ଆଘାତ ଲାଗିଛି। ଦିନିକିଆ ସିରିଜ୍‌ ପାଇଁ ସେ ଏବେ ବି ସୁସ୍ଥ ହୋଇ ନାହାନ୍ତି। ସୁସ୍ଥ ହେବାକୁ ତାଙ୍କୁ ଆହୁରି ସମୟ ଲାଗିପାରେ ବୋଲି ବିସିସିଆଇ କହିଛି।

ଆହତ ହେବା ପରେ ପ୍ରସିଦ୍ଧଙ୍କୁ କୃଷ୍ଣାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ତାଙ୍କୁ ଫିଟନେଶ୍ ପାଇଁ କ୍ଲିଅରାନ୍ସ ମିଳିବ ନା ନାହିଁ ସେନେଇ ଦ୍ୱନ୍ଦ୍ୱ ଥିଲା। ହେଲେ ଶନିବାର ବିସିସିଆଇ ତାଙ୍କୁ ପୂରା ସିରିଜ୍‌ରୁ ବାଦ ଦେଇଛି। କିଛି ଦିନ ତଳେ ସେ ଆଉ ଏକ ଆଘାତରୁ ସୁସ୍ଥ ହୋଇଥିଲେ। ଓ୍ୱେଷ୍ଟ୍ ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ତାଙ୍କୁ ଜାଗା ମିଳିଥିଲା। ହେଲେ ସେ ଆହତ ହୋଇ ଅଧାରୁ ବାଦ୍ ପଡିଥିଲେ।

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଆକିବ ନବୀଙ୍କ ନାଁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇ ନଥିଲା। ହେଲେ ନ୍ୟୁଜିଲାଣ୍ଡ ଏ ଟିମ ସହିତ ମୁକାବିଲା ଚାଲିଥିବାରୁ ସେ ପୂର୍ବରୁ ହିଁ ନ୍ୟୁଜିଲାଣ୍ଡରେ ଥିଲେ। ତେଣୁ ଦଳ ତାଙ୍କୁ ଦିନିକିଆ ସିରିଜ୍‌ରେ ଖେଳାଇ ତାଙ୍କ ବୋଲିଂର ଯାଦୁ ପରଖିବାକୁ ଚାହୁଁଛି।