ମୁମ୍ଵାଇ ୧୯।୦୫; ଅଭିନେତ୍ରୀ ସାରା ଅଲୀ ଖାନଙ୍କ ବୟସର ଅନେକ ଅଭିନେତ୍ରୀ ବିବାହ କରିସାରିଛନ୍ତି। ହେଲେ ସାରା ସେଥିପାଇଁ ଟିକେ ବି ତରବର ନୁହନ୍ତି । ବିବାହକୁ ସେ ବ୍ୟାବହାରିକ ଦୃଷ୍ଟିକୋଣରୁ ଦେଖିବାକୁ ପସନ୍ଦ କରନ୍ତି । ନିକଟରେ ଏକ ସାକ୍ଷାତ୍କାର ଦେଇ ସେ ଏହାର କାରଣ ପ୍ରକାଶ କରିଛନ୍ତି । ତାଙ୍କ ମତରେ ଆଖପାଖରେ ଦେଖୁଥିବା ଉଦାହରଣରୁ ଆମର ଧାରଣା ଜନ୍ମିଥାଏ । ସେ ଖୁବ୍ ନିକଟରୁ ଦେଖିଛନ୍ତି ଯେ କିଛି ଲୋକଙ୍କ ବିବାହ ବେଶୀ ଦିନ ତିଷ୍ଠି ନଥାଏ ଏବଂ ସେମାନେ ଛାଡ଼ପତ୍ର ଦେବାକୁ ବାଧ୍ୟ ହୁଅନ୍ତି ।

ବାସ୍ତବରେ ସେ ନିଜ ପିତାମାତା ସୈଫ ଅଲୀ ଖାଁ ଓ ଅମୃତା ସିଂହଙ୍କ ବିବାହ ବିଚ୍ଛେଦକୁ ଇଙ୍ଗିତ କରି ଏ କଥା କହିଛନ୍ତି । ବିବାହର ୧୩ ବର୍ଷ ପରେ ସେମାନଙ୍କ ଛାଡ଼ପତ୍ର ହୋଇଯାଇଥିଲା । ତେଣୁ ଅପେକ୍ଷା କରି ଠିକ୍ ଲୋକକୁ ବିବାହ କରିବା ତା’ ଠାରୁ ଭଲ ବୋଲି ସାରା ବିଶ୍ବାସ କରନ୍ତି । ଠିକ୍ ଲୋକ ମିଳିବା ସମୟ ହିଁ ବିବାହ ଲାଗି ଶ୍ରେଷ୍ଠ ସମୟ। ପୁଣି ବିବାହ ନ କରି ଭଲରେ ବଞ୍ଚିବା ତାଙ୍କୁ ଆସେ ।

ପରିପୂର୍ଣ୍ଣତାର ଅନୁଭବ ତାଙ୍କ ଲାଗି ଅନାବଶ୍ୟକ, ତେଣୁ ସେ ବିବାହ କରି ପୂର୍ଣ୍ଣତା ଚାହାନ୍ତି ନାହିଁ। ଏବେ ସେ ନିଜେ ଜଣେ ସ୍ବୟଂସମ୍ପୂର୍ଣ୍ଣ ବ୍ୟକ୍ତି ହେବାକୁ ଚେଷ୍ଟା କରୁଛନ୍ତି । ଯେବେ ତାଙ୍କ ଖୁସି କୁ ଆଦର ଓ ଉତ୍ସବାୟିତ କରିବା ଭଳି କେହି ମିଳିବେ ସେବେ ଯାଇ ସେ ବିବାହ କରିବେ ବୋଲି ପ୍ରକାଶ କରିଛନ୍ତି । ୩୦ ବର୍ଷୀୟ ସାରା ଏବେ ପାଇଁ କେବଳ କାମରେ ଧ୍ୟାନ ଦେବାକୁ ଇଚ୍ଛୁକ।

Also Read-Salman Khan: ସଲମାନ ଖାନଙ୍କର କ'ଣ ହେଲା ? ୬୦ ବର୍ଷରେ ଚିନ୍ତାରେ ଅଛନ୍ତି ଭାଇଜାନ୍, କହିଲେ- ମୁଁ ଏକୁଟିଆ, କେହି ସାଥୀ...