ନୂଆଦିଲ୍ଲୀ ୧୮।୦୫: ବଲିଉଡ ସୁପରଷ୍ଟାର ଭାଇଜାନ୍ ସଲମାନ ଖାନ । ସେ କେବଳ ତାଙ୍କ ଫିଲ୍ମ ପାଇଁ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ୬୦ ବର୍ଷ ବୟସରେ ମଧ୍ୟ ସଲମାନ ଖାନ ଅବିବାହିତା ଅଛନ୍ତି । ବିବାହ ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ବି ଦେଉ ନାହାଁନ୍ତି । ବର୍ତ୍ତମାନ, ତାଙ୍କର ସଦ୍ୟତମ ସୋସିଆଲ ମିଡିଆ ପୋଷ୍ଟ ସହିତ ଚର୍ଚ୍ଚାକୁ ଆସିଛନ୍ତି । ସଲମାନ ଖାନ ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ତାଙ୍କ ପ୍ରଶଂସକମାନଙ୍କୁ ଚିନ୍ତିତ କରିଛି । ତାଙ୍କ ପୋଷ୍ଟରେ ଥିବା କିଛି ଧାଡି ଲୋକମାନଙ୍କୁ ଭାବିବାକୁ ବାଧ୍ୟ କରିଛି ଯେ, ସଲମାନ ଖାନ୍ କଣ ହୋଇଛି ? ତାଙ୍କ ପୋଷ୍ଟ କ୍ୟାପସନକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।

ଫ୍ୟାନ୍ସଙ୍କୁ ଭାବପ୍ରବଣ କଲା ସଲମାନଙ୍କ ପୋଷ୍ଟ

ସଲମାନ ଖାନ ତାଙ୍କ ଷ୍ଟାଇଲ୍ ଏବଂ ପର୍ସନାଲିଟି ପାଇଁ ଜଣାଶୁଣା । କିନ୍ତୁ ଏଥର ତାଙ୍କର ଭାବପ୍ରବଣ ପୋଷ୍ଟ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ପ୍ରଶଂସକମାନେ ଲଗାତାର ମନ୍ତବ୍ୟ ହେଉଛନ୍ତି ଏବଂ ତାଙ୍କୁ ପଚାରୁଛନ୍ତି ଯେ ସବୁକିଛି ଠିକ୍ ଅଛି ତ ? ସଲମାନ୍ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ସାର୍ଟଲେସ୍ ଫଟୋ ପୋଷ୍ଟ କରିଛନ୍ତି । ଫଟୋ ଅପେକ୍ଷା ତାଙ୍କ କ୍ୟାପସନଟି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । କ୍ୟାପସନରେ ସେ ଲେଖିଛନ୍ତି, '' ଏକା ରହିବା ଆପଣଙ୍କ ପସନ୍ଦ ହୋଇପାରେ, କିନ୍ତୁ ଯେତେବେଳେ କେହି ଆପଣଙ୍କ ସହିତ ରହିବାକୁ ଚାହାନ୍ତି ନାହିଁ ସେତେବେଳେ ଏକାକୀ ଅନୁଭବ ହୁଏ । ଏବେ, ତୁମେ କ'ଣ କରିବା ଉଚିତ୍ ତାହା ନିଷ୍ପତ୍ତି ନେବା ତୁମ ଉପରେ ନିର୍ଭର କରେ । '' ସଲମାନଙ୍କର ଏହି ପୋଷ୍ଟ ତାଙ୍କ ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇଛି । ଅନେକ ଏହାକୁ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଯୋଡିଛନ୍ତି । ଅନ୍ୟମାନେ ଏହାକୁ ଜୀବନର ବାସ୍ତବତା ବୋଲି କହିଛନ୍ତି ।

ସଲମାନ ଖୁବଶୀଘ୍ର "ମାତୃଭୂମି" ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ଚିତ୍ରାଙ୍ଗଦା ସିଂହ ମଧ୍ୟ ନଜର ଆସିବେ । ଅପୂର୍ବ ଲାଖିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ମୂଳ ନାମ "ବ୍ୟାଟଲ୍ ଅଫ୍ ଗାଲୱାନ୍" ଥିଲା । ଫିଲ୍ମର ମୁକ୍ତିଲାଭ ପ୍ରଥମେ ଏପ୍ରିଲ ୧୭ରେ ହେବାକୁ ସ୍ଥିର କରାଯାଇଥିଲା, ତାହାକୁ ସ୍ଥଗିତ ରଖାଯାଇଛି ଏବଂ ନୂଆ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଅଭିନେତ୍ରୀ ନୟନତାରାଙ୍କ ସହିତ ସଲମାନ ତାଙ୍କର ଦ୍ୱିତୀୟ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି, ଯାହାର ନାମ SVC63 । ଏହି ଫିଲ୍ମ ନିର୍ଦ୍ଦେଶକ ବାମଶୀ ପୈଦିପଲ୍ଲୀ ଏବଂ ପ୍ରଯୋଜକ ଦିଲ ରାଜୁଙ୍କ ସହିତ ସଲମାନଙ୍କର ପ୍ରଥମ ଫିଲ୍ମ ପ୍ରୋଜେକ୍ଟ । ଏହା ଏକ ଆକ୍ସନ ଥ୍ରୀଲର ମୁଭି ।

Also Read-ପ୍ରସିଦ୍ଧ ତାମିଲ ଫିଲ୍ମ ନିର୍ମାତା କେ.ରାଜନଙ୍କ ପରଲୋକ, ନଦୀକୁ ଡେଇଁ ଜୀବନ ହାରିଲେ !