ରାଉରକେଲା ୧୨।୯: ଗତକାଲି ରାଉରକେଲା ଭିଜିଲାନ୍ସ ଧରିଥିଲା ଆଜି ବାନ୍ଧି ପଠାଇଲା । ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଳ । ୫ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ।

ଶୁକ୍ରବାର ରାତି ପାଖାପାଖି ୮ଟା ସମୟରେ ଜଣେ ମଦ ବେପାରୀଙ୍କ ଠାରୁ ରାଉରକେଲା ଅବକାରୀ ଅଧୀକ୍ଷକ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବ୍ୟାଗରେ ୫ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଲା ରାଉରକେଲା ପୋଲିସ । ପରେ ତାଙ୍କ କାର୍ଯ୍ୟାଳୟ, ସିଭିଲ ଟାଉନସିପ୍ରେ ଥିବା ସରକାରୀ ବାସଭବନ, ଭୁବନେଶ୍ୱର ଇତିପୁରରେ ନିର୍ମାଣ କରିଥିବା ଘର ସହ ପୈତୃକ ଘର ଖୋର୍ଦ୍ଧା ବୋଲଗଡ଼ରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା ।

Also Read:- ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କୁ ଛୁରି ଭୁସି ହତ୍ୟା, CCTVରେ କଏଦ ଛାତିଥରା ଦୃଶ୍ୟ

ଭୁବନେଶ୍ୱରରେ ଗୋଟିଏ ପ୍ଲଟ୍, ନୟାଗଡ଼ରେ ତିନୋଟି ପ୍ଲଟ୍ ଠାବ କରିଛି ଭିଜଲାନ୍ସ । ଠାବ ହୋଇଥିବା ଆୟ ବର୍ହିଭୂତ ସମ୍ପତିର ମୂଲ୍ୟ ୯୩ ଲକ୍ଷ ଟଙ୍କା । ଯାହା ତାଙ୍କ ସରକାରୀ ରୋଜଗାର ଠାରୁ ୧୦୦ ପ୍ରତିଶତ ଅଧିକ । ଏକ ମାମଲା ରୁଜୁ କରି ଅବକାରୀ ଅଧୀକ୍ଷକଙ୍କୁ ଜେଲ୍ ପଠାଇ ଦେଇଛି ରାଉରକେଲା ଭିଜିଲାନ୍ସ । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Watch Video: