ମୁମ୍ବାଇ : ବଲିଉଡରେ ଏବେ ଚର୍ଚ୍ଚାରେ ଅଛନ୍ତି ଦୁଇ ଦମଦାର ଅଭିନେତା । ଦୁଇ ବଡ଼ ଷ୍ଟାର୍ଙ୍କ ଦମଦାର ଟକ୍କର ଦେଖିବାକୁ ମିଳିଛି ସିନେମା ହଲରେ । ଗୋଟିଏ ପଟେ ସୈଫ୍ ଅଲୀ ଖାନଙ୍କ ଦମଦାର ଅଭିନୟ ,ଅନ୍ୟପଟେ ଅକ୍ଷୟ କୁମାରଙ୍କ ଭୟଙ୍କର ଲୁକ୍ ଓ ଅନ୍ଦାଜ । ଏହି ଦୁଇ ଅଭିନେତାଙ୍କୁ ନେଇ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ହୈୱାନ’କୁ ନେଇ ବଢ଼ୁଛି ଦର୍ଶକଙ୍କ କ୍ରେଜ । ଫିଲ୍ମର ନାଁ ଯେତିକି ଚର୍ଚ୍ଚାରେ, ତା’ଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଏହାର ଦୁଇ ଚେହେରା ସୈଫ୍ ଓ ଅକ୍ଷୟ । ଫିଲ୍ମ ‘ହୈୱାନ’କୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି।

ଫିଲ୍ମରେ ସୈଫଙ୍କ ଅଭିନୟର ଗଭୀରତା ଏବଂ ଅକ୍ଷୟଙ୍କ ଭୟଙ୍କର ଓ ଆକ୍ରମଣାତ୍ମକ ଅନ୍ଦାଜ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରୁଛି। ଦୁଇ ଅଭିନେତାଙ୍କ ଚରିତ୍ରରେ ଥିବା ଭିନ୍ନତା ହିଁ ଫିଲ୍ମକୁ ଆହୁରି ରୋମାଞ୍ଚକର କରିବ ବୋଲି ଆଶା କରାଯାଉଛି। ସୈଫ୍ ଅଲୀ ଖାନଙ୍କ ଅଭିନୟର ନିଜସ୍ୱ ଏକ ଷ୍ଟାଇଲ୍ ରହିଛି । ଚରିତ୍ର ଯେତେ ଜଟିଳ ହେଉନା କାହିଁକି, ନିଜ ଅଭିନୟରେ ତାକୁ ଜୀବନ୍ତ କରିବାରେ ଖାନଙ୍କ ଦକ୍ଷତା ରହିଛି । ଅନ୍ୟପଟେ ଅକ୍ଷୟ କୁମାର ଆକ୍ସନ୍ରୁ ଆରମ୍ଭ କରି ଭୟଙ୍କର ଚରିତ୍ର ସବୁଥିରେ ନିଜର ଛାପ ଛାଡ଼ିଛନ୍ତି ଖିଲାଡି ଷ୍ଟାର । ‘ହୈୱାନ’ରେ ତାଙ୍କର ଭୟଙ୍କର ଲୁକ୍ ଓ ଆକ୍ରମଣାତ୍ମକ ଅନ୍ଦାଜ ଫିଲ୍ମର ରୋମାଞ୍ଚକୁ ଆହୁରି ବଢ଼ାଇବାର ଆଶା କରାଯାଉଛି । ଏହି ଦୁଇ ଷ୍ଟାରଙ୍କ ଟକ୍କର ଦର୍ଶକଙ୍କ ହୃଦୟ ଜିତିବାରେ ଲାଗିଛି । ଫିଲ୍ମ ରିଲିଜ୍ ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ବେଶ ଉତ୍କଣ୍ଠା ରହିଛି ।

ଫିଲ୍ମ ହଲ କଥା ଯଦି କହିବା ତେବେ ଲୋକଙ୍କ ଭିଡ଼ ମଧ୍ୟ ଜମିଛି । ଗୋଟିଏ ପଟେ ଅଭିନୟର ଗଭୀରତା, ଅନ୍ୟପଟେ ଦମଦାର ଆକ୍ସନକୁ ଥ୍ରୀଲର ସିନ । ଅର୍ଥାତ୍ ‘ହୈୱାନ’ରେ ଦେଖିବାକୁ ମିଳିଛି ଅଭିନୟ ଓ ଆକ୍ସନ୍ର ଜବରଦସ୍ତ କମ୍ବିନେସନ୍ । ତେବେ କାହାର ଅଭିନୟ ହେବ ଫିଲ୍ମର ହାଇଲାଇଟ୍ ? କ’ଣ ବକ୍ସ ଅଫିସ୍ରେ ନିଜର ଦମ୍ ଦେଖାଇପାରିବ ‘ହୈୱାନ’ ? ତେବେ ସୈଫ୍ ଓ ଅକ୍ଷୟଙ୍କ ଆକ୍ସନ ଭରା ଏହି ଫିଲ୍ମ କେତେଦୂର ଦର୍ଶକଙ୍କ ମନ ଜିତିପାରୁଛି ତାହା ଦେଖିବା ବାକି ରହିଲା ।