ମୁମ୍ବାଇ : ସୋସିଆଲ ମିଡିଆରେ ଏବେ ଜୋର ଧରିଛି AI ଟ୍ରେଣ୍ଡ। ବିଶେଷକରି 80 ଦଶକର ରେଟ୍ରୋ ଲୁକକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ଏହି ଟ୍ରେଣ୍ଡରୁ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ମଧ୍ୟ ବାଦ୍ ପଡ଼ିନାହାନ୍ତି। ପରିଣୀତି ନିଜର AI-ଜେନେରେଟେଡ୍ 80's ଷ୍ଟାଇଲ୍ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ତାଙ୍କୁ ଏକଦମ ପୁରୁଣା ଦିନର ରେଟ୍ରୋ ଅନ୍ଦାଜରେ ଦେଖିବାକୁ ମିଳୁଛି। ହେୟାରଷ୍ଟାଇଲ୍ଠାରୁ ଆରମ୍ଭ କରି ପୋଷାକ ଏବଂ ଫଟୋର ଟୋନ୍ ସବୁକିଛି 80 ଦଶକର ସ୍ମୃତିକୁ ତାଜା କରିଦେଇଛି । ତେବେ ଏହି AI ଲୁକ୍ ଠାରୁ ଅଧିକ ଚର୍ଚ୍ଚାରେ ରହିଛି ପରିଣୀତିଙ୍କ ମଜାଦାର ପ୍ରଶ୍ନ। ନିଜ ସ୍ୱାମୀ ରାଘବ ଚଢ଼ାଙ୍କୁ ସେ ପଚାରିଛନ୍ତି 'ଯଦି ସେ 80 ଦଶକରେ ଥାଆନ୍ତେ, ତେବେ କ’ଣ କରିଥାନ୍ତେ?

ପରିଣୀତିଙ୍କ ଏହି ରେଟ୍ରୋ ଅବତାର ଏବଂ ରାଘବଙ୍କୁ କରାଯାଇଥିବା ପ୍ରଶ୍ନ ସୋସିଆଲ ମିଡିଆରେ ନୂଆ ଚର୍ଚ୍ଚା ଆରମ୍ଭ କରିଛି। ଫ୍ୟାନ୍ମାନେ ମଧ୍ୟ ତାଙ୍କ AI ଲୁକ୍କୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। AI ମାଧ୍ୟମରେ ପୁରୁଣା ଦଶକର ଲୁକକୁ ପୁଣିଥରେ ଜୀବନ୍ତ କରିବାର ଟ୍ରେଣ୍ଡ ଏବେ ସେଲିବ୍ରିଟିଙ୍କ ମଧ୍ୟରେ ମଧ୍ୟ ବେଶ୍ ଲୋକପ୍ରିୟ ହେଉଛି। AI ଫଟୋ ଜେନେରେସନ୍ ଟୁଲ୍ର ଲୋକପ୍ରିୟତା ବଢ଼ିବା ପରେ ଲୋକମାନେ ନିଜର ବର୍ତ୍ତମାନର ଫଟୋକୁ ପୁରୁଣା ଯୁଗର ଷ୍ଟାଇଲ୍ରେ ପରିବର୍ତ୍ତନ କରୁଛନ୍ତି। ବିଶେଷକରି 80 ଦଶକର ରେଟ୍ରୋ ଫ୍ୟାଶନ୍, ହେୟାରଷ୍ଟାଇଲ୍ ଏବଂ ସିନେମାଟିକ୍ ଲୁକ୍କୁ ନେଇ ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖିବାକୁ ମିଳୁଛି। ପରିଣୀତିଙ୍କ ପୋଷ୍ଟ ମଧ୍ୟ ଏହି ଟ୍ରେଣ୍ଡର ଏକ ଅଂଶ। ତାଙ୍କ ରେଟ୍ରୋ ଲୁକ୍ ଦେଖି ଅନେକ ଫ୍ୟାନ୍ ତାଙ୍କୁ ପୁରୁଣା ଦିନର ବଲିଉଡ୍ ନାୟିକାଙ୍କ ସହ ତୁଳନା କରୁଛନ୍ତି। ତେବେ ପରିଣୀତିଙ୍କ ପ୍ରଶ୍ନର ରାଘବ ଚଢ଼ାଙ୍କ ଉତ୍ତର କ’ଣ ଥିଲା? ତାହା ଜାଣିବା ପାଇଁ ଫ୍ୟାନ୍ମାନଙ୍କ ଉତ୍ସୁକତା ବଢ଼ିଛି।