ଭୁବନେଶ୍ୱର ୧୧।୦୯ : MMDRକୁ ନେଇ ତେଜିଛି ବିଜେପି-ବିଜେଡି ଆରୋପ - ପ୍ରତ୍ୟାରୋପ । ଦୀର୍ଘ ଦିନ ଧରି ବିଜେଡିର ଅଭିଯୋଗ ପରେ ଜବାବ ରଖିଛନ୍ତି ବିଜେପି ନେତା । ପ୍ରେସମିଟ୍ କରି ବିଜେଡିକୁ ଟାର୍ଗେଟ କରିଛନ୍ତି । ସେପଟେ ବିଜେଡି ମଧ୍ୟ ଦେଇଛି ରୋକଠୋକ ଉତ୍ତର ।

ବିଜେପି ନେତା ଅମର ପଟ୍ଟନାୟକ କହିଛନ୍ତି MMDRକୁ ନେଇ ମିଥ୍ୟା ପ୍ରଚାର କରୁଛନ୍ତି ବିରୋଧୀ । ପୂର୍ବ ସରକାର ମାଇନିଙ୍ଗ ସେକ୍ଟର ଉନ୍ନତି ପାଇଁ କିଛି ବି କରିନଥିଲେ । MMDR ଆକ୍ଟ ସଂଶୋଧନ ପରେ ରାଜ୍ୟର କ୍ଷମତା ଯେମିତି ଥିଲା ସେମିତି ରହିବ । ଏହା ଦ୍ବାରା ରାଜ୍ୟର କ୍ଷତି ନୁହେଁ ବରଂ ଲାଭ ହେବ । ଯେଉଁମାନେ ୨୪ ବର୍ଷ ଧରି ଏ ରାଜ୍ୟକୁ ଚଳାଉଥିଲେ ସେମାନେ ମିଥ୍ୟା ଅପପ୍ରଚାର କରୁଛନ୍ତି । MMDR ଆକ୍ଟ ଏକ ସେଣ୍ଟ୍ରାଲ ଆକ୍ଟ । ଏହା କେନ୍ଦ୍ର ସରକାରଙ୍କ ଅଧୀନରେ ଆସେ । କେନ୍ଦ୍ର ସରକାର ଚାହିଁଲେ ଏଥିରେ ପରିବର୍ତ୍ତନ ଆଣିପାରିବେ । ଯେଉଁମାନେ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେମାନେ ୨୦୧୫ ମସିହାରେ କେଉଁଠି ଥିଲେ ? ଯେତେବେଳେ ଇ-ଅକ୍ସନ ରୁଲ ଆସିଲା, ସେତେବେଳେ ଏମାନେ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛି ବିଜେପି । ଆଗରୁ କିଛି ନିର୍ଦ୍ଧିଷ୍ଟ ଲୋକଙ୍କୁ ଶାଗମାଛ ଦରରେ ଖଣି ଦିଆଯାଉଥିଲା ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା ଅମର ପଟ୍ଟନାୟକ ।

Also Read:-ଓଡ଼ିଶାରୁ ଇଣ୍ଡୋନେସିଆ ଫେରିବେ ୫ ଓରାଙ୍ଗଉଟାନ୍ ! ଭାରତ ସରକାରଙ୍କ ସହ ସମନ୍ୱୟ ଆରମ୍ଭ କଲେ ଜାକର୍ତ୍ତା ସରକାର

ସେପଟେ ଏହି ପ୍ରସଙ୍ଗରେ ଜବାବ୍ ଦେଇ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, କୌଣସି ତଥ୍ୟ ନଥାଇ MMDR ସପକ୍ଷରେ ମତ ଦେଉଛନ୍ତି ଅମର ପଟ୍ଟନାୟକ । ଓଡ଼ିଶା ରାଜସ୍ବ ହରାଇବା ଜାଣି ବି ଅମର ପଟ୍ଟନାୟକ ସପକ୍ଷରେ ଯୁକ୍ତି ବାଢ଼ିବା ଦୁର୍ଭାଗ୍ୟଜନକ । ବର୍ତ୍ତମାନ ଡବଲ ଇଂଜିନ ସରକାରରେ ଓଡ଼ିଶାକୁ ୧୮ ପ୍ରତିଶତ କମ୍ ଅର୍ଥ ଆସୁଛି । MMDRରେ ଓଡ଼ିଶାର ସ୍ବାର୍ଥ କ୍ଷୁର୍ଣ୍ଣ ହେଉଛି ବୋଲି କହିଛି ବିଜେଡି ।