ଭୁବନେଶ୍ବର ୧୧।୯: ରାଜ୍ୟସଭା ନିର୍ବାଚନ, ହାଇକୋର୍ଟ ଗଲା ବିଜୁ ଜନତା ଦଳ । ବାଚସ୍ପତିଙ୍କୁ ପକ୍ଷଭୁକ୍ତ କରି ବିଜେଡିର ରିଟ୍ ପିଟିସନ ଦାଖଲ ।

ରାଜ୍ଯସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୋଧରେ ୮ ସଦସ୍ୟ ଭୋଟ୍ ଦେଇଥିଲେ । ଦଳୀୟ ନିଷ୍ପତ୍ତି ବିରୋଧରେ ଭୋଟ୍ ଦେଇଥିବାରୁ ସଦସ୍ଯତା ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଦଳ ପିଟିସନ ଦାଖଲ କରିଥିଲା ବିଜେଡି । କିନ୍ତୁ ଟେକ୍ନିକାଲ ଗ୍ରାଉଣ୍ଡରେ ବାଚସ୍ପତି ପିଟିସନକୁ ଖାରଜ କରିଥିଲେ ।

Also Read:- ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ଫୋଲ୍ଡିଂ ରାମ୍ପ, ୭-୮ ଦିନରେ ସରିବ ପାଇଲଟ୍ ରାମ୍ପ ନିର୍ମାଣ

ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଜେଡି ରିଟ୍ ପିଟିସନ ଦାଖଲ କରଛି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ନବ ମଲ୍ଲିକ, ରମାକାନ୍ତ ଭୋଇ, ସୁବାସିନୀ ଜେନା, ଚକ୍ରଧର କହଁର, ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ କ୍ରସ୍ ଭୋଟିଂ କରିଥିଲେ ।

Watch Video: