ଭୁବନେଶ୍ୱର ୧୧।୦୯ : ରାଜଧାନୀରେ ଚାଞ୍ଚଲ୍ୟ। ବିଳମ୍ବିତ ରାତିରେ ଖେଳିଗଲା ଆତଙ୍କ । ହର୍ଣ୍ଣ ମାରିବାକୁ ନେଇ ତୁମୁଳ କାଣ୍ଡ । କପଲଙ୍କ ଲଙ୍କାକାଣ୍ଡ। ଆତଙ୍କ ଖେଳାଇଲେ ବଣ୍ଟି-ବବଲି। ପୋଲିସ ଏବଂ ସାମ୍ବାଦିକ ଟେନ୍‌ସନ୍‌ । 

ଗାଡ଼ି ସାଇଡ୍ କରିବାକୁ ହର୍ଣ୍ଣ ବଜାଇବାରୁ ASOଙ୍କୁ ରାସ୍ତାରେ ନିର୍ଦ୍ଧୁମ ପିଟିଲେ। ରାସ୍ତାରେ ଯାଉଥିବା ସାମ୍ବାଦିକ ASOଙ୍କୁ ବଞ୍ଚାଇବାରୁ ସାମ୍ୱାଦିକଙ୍କୁ ମଧ୍ୟ କଲେ ଆକ୍ରମଣ। ଜୀବନ ବିକଳରେ ସାମ୍ବାଦିକ ଜଣକ ରବୀନ୍ଦ୍ର ମଣ୍ଡପରେ ପଶି ଯାଇଥିଲେ ସୁଧା କମି ନଥିଲା ଆକ୍ରମଣ। ରବୀନ୍ଦ୍ର ମଣ୍ଡପ ଭିତରେ ସିକ୍ୟୁରିଟିଙ୍କୁ ମଧ୍ୟ ମାରପିଟ୍ କରିଛନ୍ତି। ସାମ୍ବାଦିକ ହଲ୍ ଭିତରେ ଲୁଚିଥିବା ବେଳେ ସେଠାରେ ଯାଇ ତଣ୍ଟି ଚିପି ହତ୍ୟା କରିବାକୁ ମଧ୍ୟ ପଛାଇନଥିଲେ ଏମାନେ। କୌଶଳ କ୍ରମେ ସାମ୍ବାଦିକ ପୋଲିସକୁ ଡାକିଥିଲେ।

Also Read:-ଦୁଇ ଅଡିଟ୍ ଅଫିସରଙ୍କୁ ବାନ୍ଧିଲା ଭିଜିଲାନ୍ସ, ୫ ଲକ୍ଷ ଟଙ୍କା ସାଥିରେ ନେଇ ଯାଉଥିଲେ

ସେପଟେ ଘଟଣା ସଂପର୍କରେ ଖବର ପାଇ ପିସିଆର୍ ଓ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ବୁଝାସୁଝା କରିବା ବେଳେ ପୋଲିସକୁ ଠେଲାପେଲା କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ASO, ସାମ୍ବାଦିକ ଓ ପୋଲିସଙ୍କୁ ଗାଳିଗୁଲଜ କରିବାର ଭିଡିଓ ଭାଇରାଲ ହୋଇଛି। ଦୀର୍ଘସମୟ ଧସ୍ତାଧସ୍ତି ପରେ ଆହତ ସାମ୍ବାଦିକ ଏବଂ ASOଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା ପୋଲିସ। ଘଟଣାରେ କପଲ୍ ଙ୍କ ସମେତ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

Watch Video:-