ଭୁବନେଶ୍ବର: କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସେପ୍ଟେମ୍ବର ୭ ତାରିଖ ଅର୍ଥାତ ସୋମବାର ପାଳନ ହୋଇଛି ସ୍ବଚ୍ଛ ବାୟୁ ଦିବସ ୨୦୨୬ । ଏହି ଅବସରରେ ସ୍ବଚ୍ଛ ବାୟୁ ସର୍ବେକ୍ଷଣରେ ଭୁବନେଶ୍ବର ମହାନଗର ନିଗମର ଦୁଇଟି ଓ୍ବାର୍ଡକୁ ପୁରସ୍କୃତ କରାଯାଇଛି। ଜାତୀୟସ୍ତରରେ ସଫଳତା ପାଇଥିବା ଏହି ଦୁଇ ଓ୍ବାର୍ଡ ହେଉଛି ୩୦ ଓ ୩୬ । ସେହିଭଳି ସ୍ବଚ୍ଛ ବାୟୁ ସର୍ବେକ୍ଷଣରେ ଭୁବନେଶ୍ବର ୪ ନମ୍ବର ରାଙ୍କ ବଜାୟ ରଖିଛି।

ସୂଚନାଯୋଗ୍ୟ, ଓ୍ବାର୍ଡ କାଟାଗୋରୀରେ ୩୦ ନମ୍ବର ଓ୍ବାର୍ଡକୁ ସର୍ବଭାରତୀୟ ସ୍ତରରେ ରାଙ୍କ ୧ ମିଳିଛି ଏବଂ ୱାର୍ଡ ନଂ ୩୬କୁ ରାଙ୍କ୍ ୨ ମିଳିଛି। ତେବେ ଶତ ପ୍ରତିଶତ ଘରକୁ ଘର ବର୍ଜ୍ୟବସ୍ତୁ ସଂଗ୍ରହ, ଇଭି (EV) ଚାର୍ଜିଂ ସୁବିଧା, ସବୁଜ ବଳୟର ବିକାଶ, ରାସ୍ତା ସଫେଇ, ରାସ୍ତା ମଝିରେ ବୃକ୍ଷରୋପଣ, ବ୍ୟାପକ ସଚେତନତା ଏବଂ ଜନସାଧାରଣଙ୍କ ସହଯୋଗ ଆଦି ଏହି ପୁରସ୍କାର ପାଇଁ ମୁଖ୍ୟ ମାପକାଠି ଭାବରେ ବିବେଚନା କରାଯାଇଛି।

Also Read: ଚମକିଲା ରାଉରକେଲା, ସ୍ୱଚ୍ଛ ଜଳବାୟୁ ସର୍ବେକ୍ଷଣରେ ଅଧିକାର କଲା ପ୍ରଥମ ସ୍ଥାନ

ଉଲ୍ଲେଖଯୋଗ୍ୟ, ବାୟୁ ଗୁଣବତ୍ତାରେ ଉନ୍ନତି ଆଣିବା, ସମସ୍ତଙ୍କ ପାଇଁ ସ୍ୱଚ୍ଛ ବାୟୁ ସହ ନାଗରିକମାନଙ୍କ ମଧ୍ୟରେ ବାୟୁ ପ୍ରଦୂଷଣ ରୋକିବା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଜାତୀୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ ଏହି ସର୍ବେକ୍ଷଣ ଆୟୋଜନ କରାଯାଇଆସୁଛି।