ଭୁବନେଶ୍ବର ୧୧।୯: ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ୍ ଭୋଟିଂ ନେଇ ବିଜେଡି ହାଇକୋର୍ଟ ଯିବା ପ୍ରସଙ୍ଗରେ ବିଧାୟକ ଅରବିନ୍ଦ ମହାପାତ୍ର ମୁହଁ ଖୋଲିଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁଁ କୌଣସି ଦଳର ନୁହେଁ । କାଗଜ କଲମରେ ମୁଁ ବିଜେଡିରେ ଅଛି । ମୁଁ ପାଟକୁରାର ସେବା ପାଇଁ ଲାଗିଛି । କିଏ କୋର୍ଟକୁ ଗଲେ ମୁଁ ଚିନ୍ତିତ ନୁହେଁ । ଯିଏ ଯାହା କରିବା କଥା କରନ୍ତୁ । ମୋର କୌଣସି ଅସୁବିଧା ନାହିଁ । ଯିଏ ଯାହା କରିବା କଥା କରନ୍ତୁ । ମୁଁ ଆଇନ ଅନୁସାରେ ଭୋଟ୍ ଦେଇଥିଲି । ସେପଟେ, ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଏମିତି ଅପିଲରେ କିଛି ଦମ ନାହିଁ। ରାଜ୍ୟସଭା ପାଇଁ ବିବେକାନୁମୋଦିତ ଭୋଟ ହୁଏ। ହ୍ୱିପ ଲାଗୁ ହୁଏ ନାହିଁ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟସଭା ନିର୍ବାଚନ ନେଇ ହାଇକୋର୍ଟ ଗଲା ବିଜୁ ଜନତା ଦଳ । ବାଚସ୍ପତିଙ୍କୁ ପକ୍ଷଭୁକ୍ତ କରି ବିଜେଡିର ରିଟ୍ ପିଟିସନ ଦାଖଲ । ରାଜ୍ଯସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୋଧରେ ୮ ସଦସ୍ୟ ଭୋଟ୍ ଦେଇଥିଲେ । ଦଳୀୟ ନିଷ୍ପତ୍ତି ବିରୋଧରେ ଭୋଟ୍ ଦେଇଥିବାରୁ ସଦସ୍ଯତା ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଦଳ ପିଟିସନ ଦାଖଲ କରିଥିଲା ବିଜେଡି । କିନ୍ତୁ ଟେକ୍ନିକାଲ ଗ୍ରାଉଣ୍ଡରେ ବାଚସ୍ପତି ପିଟିସନକୁ ଖାରଜ କରିଥିଲେ ।

Also Read:- କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ସଦସ୍ୟତା ରଦ୍ଦ ପିଟିସନ ଖାରଜ ପରେ ହାଇକୋର୍ଟରେ BJD

ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଜେଡି ରିଟ୍ ପିଟିସନ ଦାଖଲ କରଛି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ନବ ମଲ୍ଲିକ, ରମାକାନ୍ତ ଭୋଇ, ସୁବାସିନୀ ଜେନା, ଚକ୍ରଧର କହଁର, ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ କ୍ରସ୍ ଭୋଟିଂ କରିଥିଲେ ।

Watch Video: