ପୁରୀ ୧୨।୯: ପୁଣି ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଅଭାବନୀୟ ଦୃଶ୍ୟ । ଜଣେ ବରିଷ୍ଠ ନାଗରିକଙ୍କୁ ଜଣେ ଯୁବକ ଆକ୍ରମଣ କରୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି ।

ପରିକ୍ରମା ମାର୍ଗରେ ମାଳ ମାଳ ସୁରକ୍ଷାକର୍ମୀ ଥିବା ବେଳେ ମାଳ ମାଳ ସିସିଟିଭି ମଧ୍ୟ ଲଗାଯାଇଛି । କିନ୍ତୁ ଏହା ସତ୍ତ୍ୱେ ଆଇନକୁ ହାତକୁ ନେବା ପାଇଁ ପଛାଉ ନାହାନ୍ତି । ଲାଗୁଛି ସତେ ଯେମିତି ଏହି ଅସାମାଜିକ ଯୁବକଙ୍କର ଆଇନ ପ୍ରତି ଭୟ ନାହିଁ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓଟି ପଶ୍ଚିମ ଦ୍ବାର ନିକଟର ଘଟଣା ବୋଲି ଚର୍ଚ୍ଚା ହେଉଛି ।

Also Read:- ବାଲେଶ୍ୱରରେ ଡିଜିପିଙ୍କ ହାଇଲେଭଲ୍ ସମୀକ୍ଷା: ପାର୍ବଣ ପୂର୍ବରୁ ଆକ୍ସନ ମୋଡ୍‌ରେ ରହିବ ପୋଲିସ

ଶନିବାର ସକାଳେ ଜଣେ ବରିଷ୍ଠ ନାଗରିକଙ୍କୁ ଜଣେ ଯୁବକ ପରିକ୍ରମା ମାର୍ଗରେ ମାଡ଼ ମାରିବା ସହ ଅଶ୍ରବ୍ୟ ଭାଷାରେ ଗାଳି କରୁଥିବା ଦେଖିବାକୁ ମିଳିଛି । ତେବେ ଘଟଣାକୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ଏ ଦିଗରେ କାହିଁକି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହୁଁ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ତୁରନ୍ତ ପୋଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି ।