ନୂଆଦିଲ୍ଲୀ: ଫାଇଟର ଇଞ୍ଜିନ ଡେଭଲପ କରିବାକୁ ଭାରତ ପାଖରେ ଟେକ୍ନୋଲୋଜୀ ନଥିବାରୁ ଅନେକ ସମୟରେ ଭାରତକୁ ପଛଘୁଞ୍ଚା ଦେବାକୁ ପଡ଼ୁଥିଲା, ନହେଲେ ଆମେରିକା ଓ ଋଷ ଠାରୁ ସିଧା ସଳଖ ଫାଇଟର ଜେଟ୍ ଆମଦାନୀ କରିବାକୁ ପଡ଼ୁଥିଲା। ହେଲେ ଆଗକୁ ଏ ଦିଗରେ ଏକ ଶୁଭ ଖବର ଆସୁଛି। ଭାରତରେ ହିଁ ତିଆରି ହେବାକୁ ଯାଉଛି ଫାଇଟର ଜେଟ୍ ଇଞ୍ଜିନ। ଭାରତୀୟ କମ୍ପାନୀ ରିଲାଏନ୍ସ ଓ ୟୁକେର ଫେମସ କମ୍ପାନୀ ରୋଲ୍ସ ରୟସ୍ ମିଳିତ ଭାବେ ଭାରତର ଆଡଭାନ୍ସଡ୍ ମିଡିୟମ କମ୍ବାଟ୍ ଏୟାରକ୍ରାଫ୍ଟ(AMCA) ପ୍ରୋଗ୍ରାମ ପାଇଁ ଫାଇଟର ଜେଟ୍ ଇଞ୍ଜିନ ତିଆରି କରିବେ।

କେବଳ ସେତିକି ନୁହେଁ, ଦୁଇ କମ୍ପାନୀ ଭାରତରେ ଏରୋସ୍ପେଶ ଗ୍ୟାସ୍ ଟର୍ବାଇନ କମ୍ପ୍ଲେକ୍ସ ସେଟ୍ ଅପ କରିବେ। ଫଳରେ ଭାରତ ଆଡ୍‌ଭାନ୍ସଡ ଇଞ୍ଜିନ ଓ ପ୍ରୋପଲସନ ଟେକ୍ନୋଲୋଜୀ କେନ୍ଦ୍ର ହୋଇପାରିବ।

ହାତ ମିଳାଇବେ ରିଲାଏନ୍ସ –ରୋଲ୍ସ ରୟସ୍

ଭାରତର ଅତ୍ୟାଧୁନିକ ଯୁଦ୍ଧବିମାନ ପ୍ରୋଗ୍ରାମ AMCA (Advanced Medium Combat Aircraft) ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ବ୍ରିଟେନର Rolls-Royce ଏକାଠି କାମ କରିବେ। ଉଭୟ କମ୍ପାନୀ ସ୍ୱଦେଶୀ ଯୁଦ୍ଧବିମାନ ଇଞ୍ଜିନର ଡିଜାଇନ୍, ବିକାଶ, ଉତ୍ପାଦନ ଓ ଦୀର୍ଘମିଆଦୀ ସହାୟତା କ୍ଷମତା ଗଢ଼ିବେ। ଏ ଦିଗରେ ରୋଲ୍ସ ରୟସର ଅତ୍ୟାଧୁନିକ ବିମାନ ଇଞ୍ଜିନ୍ ଓ ପ୍ରପଲସନ୍ ଟେକ୍ନୋଲୋଜୀରେ ପୂର୍ବରୁ ଦକ୍ଷତା ରହିଛି। କମ୍ପାନୀ ୟୁକେ ପାଇଁ ଫାଇଟର ଜେଟ୍ ଇଞ୍ଜିନ ତିଆରି କରିବାରେ ମାହିର। ସେହିପରି ଭାରତରେ ରିଲାଏନ୍ସର ମାନୁଫାକ୍ଚରିଂ,ଟେକ୍ନୋଲୋଜୀ ଓ ପ୍ରକଳ୍ପର କାର୍ଯ୍ୟକାରୀ କ୍ଷମତାକୁ ରହିଛି। ତେଣୁ ଏ ଦିଗରେ କୌଣସି ଅସୁବିଧା ହେବ ନାହିଁ।

Also Read- ଆମେରିକା ସହ ଯୁଦ୍ଧ ଚାଲିଥିବା ବେଳେ ଭାରତ ଆସିବେ ଇରାନ ରାଷ୍ଟ୍ରପତି; ଦିଲ୍ଲୀରେ ହେବ ବଡ଼ ବୈଠକ, ଭିତିରି କଥା କ’ଣ ଜାଣନ୍ତୁ

ଭାରତରେ ହେବ ଏରୋସ୍ପେସ୍ ଗ୍ୟାସ୍ ଟର୍ବାଇନ୍ କମ୍ପ୍ଲେକ୍ସ

ଏହି ସହଯୋଗର ଅଂଶ ଭାବେ ଭାରତରେ ଏକ ସମର୍ପିତ ଏରୋସ୍ପେସ୍ ଗ୍ୟାସ୍ ଟର୍ବାଇନ କମ୍ପ୍ଲେକ୍ସ ସ୍ଥାପନ କରିବାର ସମ୍ଭାବନା ନେଇ ମଧ୍ୟ ଉଭୟ କମ୍ପାନୀ ଆଲୋଚନା କରିବେ। ଏହି କମ୍ପ୍ଲେକ୍ସରେ ପାୱାର ଓ ପ୍ରପଲସନ୍ ଟେକ୍ନୋଲୋଜୀ ଉପରେ କାମ ହେବା ସହ ଇଞ୍ଜିନର ସମ୍ପୂର୍ଣ୍ଣ ଡେଭଲପ ପାଇଁ ଆବଶ୍ୟକ କ୍ଷମତା ଗଢ଼ାଯିବ। ଏଥିରେ ଡିଜାଇନ୍, ଡେଭଲପ, ମାନୁଫାକ୍ଚରିଂ, ଟେଷ୍ଟିଂ, ପ୍ରଡକ୍ସନ ଏବଂ ଦୀର୍ଘମିଆଦୀ ସର୍ଭିସ୍ ଓ ସପୋର୍ଟ ଭଳି କ୍ଷେତ୍ର ସାମିଲ ହୋଇପାରେ।

‘ରଣନୈତିକ ସ୍ୱାଧୀନତା ପାଇଁ ସ୍ୱଦେଶୀ କ୍ଷମତା ଜରୁରୀ’

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ କହିଛନ୍ତି ଯେ ଦେଶର ରଣନୈତିକ ସ୍ୱାଧୀନତା ପାଇଁ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜୀଗୁଡ଼ିକର ବିକାଶ ଭାରତରେ ହେବା ଆବଶ୍ୟକ। ଭାରତର ରଣନୈତିକ ସ୍ୱାଧୀନତା ପାଇଁ ଜରୁରୀ ଟେକ୍ନୋଲୋଜୀରେ ସ୍ୱଦେଶୀ କ୍ଷମତାର ବିକାଶ ହେବା ଦରକାର।ଉଭୟ କମ୍ପାନୀ ମଧ୍ୟରେ ହେବାକୁ ଥିବା ଏହି ପ୍ରସ୍ତାବିତ ପ୍ରକଳ୍ପର ବ୍ୟାପକ ଲକ୍ଷ୍ୟ ହେଉଛି ଭାରତରେ ସ୍ୱଦେଶୀ ଅତ୍ୟାଧୁନିକ ପ୍ରପଲସନ୍ କ୍ଷମତା ବିକାଶ କରିବା ଏବଂ ଭବିଷ୍ୟତରେ ଭାରତକୁ ଏହି କ୍ଷେତ୍ରର ଏକ ବିଶ୍ୱସ୍ତରୀୟ ଖେଳାଳି ଭାବେ ପ୍ରତିଷ୍ଠିତ କରିବା।

Also Read- ‘ଅପରେସନ ସିନ୍ଦୂର’ ପରେ ଆସିଲା NSA ଡୋଭାଲଙ୍କ ବୟାନ,ବିଶ୍ୱକୁ ଦେଲେ କଡ଼ା ବାର୍ତ୍ତା