ଓ୍ଵେଲିଂଟନ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକିଆରେ ଦୁଇଟି ଛକା ମାରି ଇତିହାସ ରଚିଲେ ରୋହିତ ଶର୍ମା। ଭାଙ୍ଗିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ବିଶ୍ଵ ରେକର୍ଡ। ନ୍ୟୁଜିଲାଣ୍ଡ ଦ୍ଵାରା ଧାର୍ଯ୍ୟ ୧୩୫ ରନର ବିଜୟ ଲକ୍ଷ୍ୟ ପିଛା ସମୟରେ ହିଟମ୍ୟାନ ୨୩ ରନର ଇନିଂସ ଖେଳିଛନ୍ତି। ଏଥିରେ ଦୁଇଟି ଚୌକା ଓ ଦୁଇଟି ଛକା ସାମିଲ୍। ଏହି ଦୁଇଟି  ଛକା ମାରିବା ସହ ଇତିହାସ  ରଚିଛନ୍ତି ରୋହିତ। କିଓ୍ଵି ଟିମ୍ ବିପକ୍ଷରେ ଦିନିକିଆ କ୍ରିକେଟରେ ସର୍ବାଧିକ ଛକା ମାରିବାର ରେକର୍ଡ ରୋହିତ ଶର୍ମାଙ୍କ ନାଁରେ ହୋଇଛି।

ରୋହିତ ଦିନିକିଆ କ୍ରିକେଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୫୧ଟି ଛକା ମାରିଛନ୍ତି। ସେ ଏହି ଫର୍ମାଟରେ ତିନୋଟି ଦଳ ବିପକ୍ଷରେ ୫୦ କିମ୍ବା ସେଥିରୁ ଅଧିକ ଛକା ମାରିବାରେ ଦ୍ଵିତୀୟ ବ୍ୟାଟର। ଏଥିରେ ହିଟମ୍ୟାନ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ବିଶ୍ଵ ରେକର୍ଡ ସହ ସମକକ୍ଷ ହୋଇଛନ୍ତି।

Also Read: IND vs NZ 2nd ODI: ରୋମାଞ୍ଚକର ମୁକାବିଲାକୁ DLS ନିୟମରେ ଜିତିଲା ଭାରତ, ୧୧୩ ରନରେ ଆଉଟ୍ ହୋଇଥିଲେ ୭ ବ୍ୟାଟର

୩ ଟିମ୍ ବିପକ୍ଷରେ ରେକର୍ଡ କଲେ ରୋହିତ

ନ୍ୟୁଜିଲାଣ୍ଡ ଏମିତି ତୃତୀୟ ଦଳ ଯାହା ବିପକ୍ଷରେ ରୋହିତ ଦିନିକିଆ କ୍ରିକେଟରେ ୫୦ରୁ ଅଧିକ ଛକା ମାରିଛନ୍ତି। କିଓ୍ଵି ଦଳ ବିପକ୍ଷରେ ତାଙ୍କ ନାଁରେ ୫୧ ଛକା ହୋଇଛି। ଏହା ପୂର୍ବରୁ ହିଟମ୍ୟାନ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ବିପକ୍ଷରେ ଏହି ଉପଲବ୍ଧି ହାସଲ କରି ସାରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ରୋହିତ ସର୍ବାଧିକ ୯୩ ଛକା ମାରିଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ ତାଙ୍କ ନାଁରେ ରହିଛି ୫୮ ଛକା।

ରୋହିତଙ୍କ ପୂର୍ବରୁ ଶାହିଦ ଆଫ୍ରିଦି ମଧ୍ୟ ତିନୋଟି ଦଳ ବିପକ୍ଷରେ ୫୦ କିମ୍ବା ତଦୁର୍ଦ୍ଧ୍ଵ ଛକା ମାରିବାର ବିଶ୍ଵ ରେକର୍ଡ କରିଥିଲେ। ଏବେ ହିଟମ୍ୟାନ ପାକିସ୍ତାନର ପୂର୍ବତନ ଅଧିନାୟକଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

Also Read: ‘ଶାମିଙ୍କୁ ଗୋଟିଏ ସୁଯୋଗ ଦେବାର ଥିଲା...’, ଟେଷ୍ଟ ଟିଟାୟରମେଣ୍ଟରେ ନିରାଶ ହେଲେ ଶାସ୍ତ୍ରୀ, ଟିମ୍ ସିଲେକ୍ସନ ଉପରେ ଉଠାଇଲେ ପ୍ରଶ୍ନ

ଦିନିକିଆରେ କେଉଁ ଟିମ ବିପକ୍ଷରେ କିଏ ମାରିଛି ସର୍ବାଧିକ ଛକା

୯୩- ରୋହିତ ଶର୍ମା ବନାମ ଅଷ୍ଟ୍ରେଲିଆ

୮୫- କ୍ରିସ ଗେଲ୍ ବନାମ ଇଂଲଣ୍ଡ

୬୩- ଶାହିଦ ଆଫ୍ରିଦି ବନାମ ଶ୍ରୀଲଙ୍କା

୫୮- ରୋହିତ ଶର୍ମା ବନାମ ଶ୍ରୀଲଙ୍କା

୫୩- ସନଥ ଜୟସୁରିଆ ବନାମ ପାକିସ୍ତାନ

୫୧- ଶାହିଦ ଆଫ୍ରିଦି ବନାମ ଭାରତ

୫୧- ରୋହିତ ଶର୍ମା ବନାମ ନ୍ୟୁଜିଲାଣ୍ଡ*

୫୦- ଶାହିଦ ଆଫ୍ରିଦି ବନାମ ନ୍ୟୁଜିଲାଣ୍ଡ

Also Read: ଷଷ୍ଠ ଥର ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ, ଫାଇନାଲରେ ଜାପାନକୁ ୪-୧ ଗୋଲରେ ହରାଇଲା

ଆଫ୍ରିଦିଙ୍କ ଭାଙ୍ଗିଲେ ବଡ଼ ରେକର୍ଡ

ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ସର୍ବାଧିକ ଛକା ମାରିବାର ଆଫ୍ରିଦିଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏହି ପୂର୍ବତନ ପାକିସ୍ତାନ କ୍ରିକେଟ କିଓ୍ଵି ଦଳ ବିପକ୍ଷରେ ୩୫ ଇନିଂସରୁ ୫୦ ଛକା ମାରିଥିଲେ। ହେଲେ  ଓ୍ଵେଲିଂଟନ ଦିନିକିଆରେ ରୋହିତ ୨ ଛକା ମାରି ଆଫ୍ରିଦିଙ୍କୁ ପଛରେ ପକାଇଛନ୍ତି। ଏଥିପାଇଁ ରୋହିତ ଖେଳିଛନ୍ତି ୩୪ ଇନିଂସ। କିଓ୍ଵି ଟିମ୍ ବିପକ୍ଷରେ ବର୍ତ୍ତମାନ ରୋହିତଙ୍କ ନାଁରେ ୫୧ ଛକା  ହୋଇଛି। ଆହୁରି ୩ଟି ମ୍ୟାଚ୍ ଥିବା ବେଳେ ଏହି ସଂଖ୍ୟା ଆହୁରି ବଢିପାରେ। ଏହି ତାଲିକାରେ କ୍ରିସ ଗେଲ୍ ଓ ସନଥ ଜୟସୁରିୟା ଅଛନ୍ତି। ଗେଲ୍ କିଓ୍ଵି ଟିମ୍ ବିପକ୍ଷରେ ୪୫ ଏବଂ ଜୟସୁରିୟା ୪୧ ଛକା ମାରିଛନ୍ତି।