ଓ୍ଵେଲିଂଟନ: ଭାରତର ଇଜ୍ଜତ ବଞ୍ଚାଇ ଦେଲେ ଇନ୍ଦ୍ରଦେବ। ଦ୍ରୁତ ବୋଲରଙ୍କୁ ସୁହାଉଥିବା ପିଚରେ ବି ୧୩୫ ରନର ପିଛା କରିବା ଭାରତ ପାଇଁ ସହଜ ନ ଥିଲା। ଫଳରେ ଲୋ ସ୍କୋରିଂ ମ୍ୟାଚରେ ରୋମାଞ୍ଚ ଦେଖିବାକୁ ମିଳିଥିଲା। ନ୍ୟୁଜିଲାଣ୍ଡ ଦ୍ଵାରା ଧାର୍ଯ୍ୟ ୧୩୫ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତ ବହୁ କଷ୍ଟରେ ୨୬ ଓଭରରେ ୭ ଓ୍ଵିକେଟ୍ ହରାଇ ୧୧୩ ରନ କରିଥିଲା। ବର୍ଷା ଯୋଗୁଁ ଅବଶିଷ୍ଟ ମ୍ୟାଚ୍ ଖେଳା ନ ଯାଇ ପାରିବାରୁ ଡକ ଓ୍ଵର୍ଥ ଲୁଇସ୍ ନିୟମ ଅନୁସାରେ ଭାରତ ମ୍ୟାଚକୁ ୪ ରନରେ ଜିତି ନେଇଛି। ମ୍ୟାଚ୍ ଜିତି ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଡାରିଲ ମିଚେଲ୍ ସର୍ବାଧିକ ୫୫ ରନ କରିଥିବା ବେଳେ ଭାରତ ପକ୍ଷରୁ ଶ୍ରେୟସ ଆୟର ୩୦ ରନ, କେଏଲ ରାହୁଲ ଅପରାଜିତ ୨୬ ରନର ଇନିଂସ ଖେଳିଛନ୍ତି।

Updating...