ନୂଆଦିଲ୍ଲୀ: ନୀତେଶ ତିୱାରୀଙ୍କ ରାମାୟଣ ବର୍ତ୍ତମାନ ବକ୍ସ ଅଫିସ୍ରେ ଝଡ଼ ସୃଷ୍ଟି କରିଛି। ସିନେମାଟି ଆୟର ସବୁ ରେକର୍ଡ ଭାଙ୍ଗି ଦେଇଛି। ଦ୍ୱିତୀୟ ଦିନରେ ସିନେମା ଟିକେ ଖରାପ ପ୍ରଦର୍ଶନ କରିଥିଲେ ବି ତୃତୀୟ ଦିନ ଶନିବାର ରେକର୍ଡ କଲେକ୍ସନ କରିଛି।

ନଭେମ୍ବର ୭ ତାରିଖ ଶନିବାର ରାମାୟଣ ମୋଟ ୬୯.୮୦(ଟ୍ୟାକ୍ସ ଯାଇ) କୋଟି ଟଙ୍କା ଆୟ କରିଛି। ଘରୋଇ ମାର୍କେଟ୍‌ରେ ଏହା ସିନେମାର ସର୍ବାଧିକ ଦିନିକିଆ କଲେକ୍ସନ। ଏହି ଆୟ ସହିତ ଭାରତରେ ରାମାୟଣ ମୋଟ ୧୮୨.୭୦ କୋଟି ଟଙ୍କା ଆୟ କରିଥିବା ବେଳେ ବିଶ୍ୱ ବ୍ୟାପୀ ୩୭୫.୫୦ କୋଟି ଟଙ୍କା ଆୟ କରିଛି ବୋଲି ସିନେମା ବ୍ୟବସାୟକୁ ଟ୍ରାକ୍ କରୁଥିବା ‘ସାକନିଲ୍କ’ ରିପୋର୍ଟ ପ୍ରକାଶ କରିଛି।

ଶନିବାର ଭାରତରେ ରେକର୍ଡ ଆୟ

ଶୁକ୍ରବାର ରାମାୟଣ ୪୮.୦୫ କୋଟି ଟଙ୍କା ଆୟ କରିଥିଲା। ଏହି ତୁଳନାରେ ଶନିବାର ୪୫.୩ ପ୍ରତିଶତ ଅଧିକ ଆୟ କରି ମୋଟ ୮୩.୪୫ କୋଟି ଟଙ୍କା କଲେକ୍ସନ କରିଛି। ତୃତୀୟ ଦିନ ପର୍ଯ୍ୟନ୍ତ ଭାରତରେ ସିନେମାର ମୋଟ ଆୟ ୨୧୮.୨୫ କୋଟି ଟଙ୍କା ହୋଇଛି।

ଶନିବାରର ସିନେମାର ଦୃଢ଼ ପ୍ରଦର୍ଶନ ପ୍ରଡକ୍ସନ ସଂସ୍ଥା ପାଇଁ ଖୁବ ଜରୁରୀ ଥିଲା। କାରଣ ଓପନିଂ ଡେ ତୁଳନାରେ ଶୁକ୍ରବାର ରାମାୟମର କଲେକ୍ସନ ୨୫.୦୯ ପ୍ରତିଶତ କମ ହୋଇଥିଲା। ଓପନିଂ ଡେରେ ଏହି ସିନେମା ୬୪.୮୫ କୋଟି ଟଙ୍କା ଆୟ କରିଥିବା ବେଳେ ଶୁକ୍ରବାର ୪୮.୦୫ କୋଟି ଟଙ୍କା ଆୟ କରିଥିଲା। ସିନେମାର ମୋଟ ଆୟରେ ବିଦେଶରୁ ହେଉଥିବା କଲେକ୍ସନ ବି ଖୁବ୍ ଜରୁରୀ। ତୃତୀୟ ଦିନ ସିନେମାର ବିଦେଶୀ କଲେକ୍ସନ ୬୦ କୋଟି ହୋଇଥିଲା। ମୋଟ ବିଦେଶୀ କଲେକ୍ସନ ଦେଖିଲେ ରାମାୟଣ ଗତ ୩ ଦିନରେ ୧୫୮.୨୫ କୋଟି ଟଙ୍କା ଆୟ କରିଛି। ବିଶ୍ୱ ବ୍ୟାପି ସିନେମାର ଆୟ ୩୭୫.୫୦ କୋଟି ଟଙ୍କା ରହିଛି।

ଭାଷା ଅନୁସାରେ ଶନିବାରର କଲେକ୍ସନ

ବକ୍ସ ଅଫିସରେ ହିନ୍ଦୀ ଭର୍ସନ ଅଧିକ କଲେକ୍ସନ କରୁଛି। ଶନିବାର କେବଳ ହିନ୍ଦୀ ଭର୍ସନ ୫୩ କୋଟି ଟଙ୍କା ଆୟ କରିଥିଲା। ୩ ଦିନରେ ହିନ୍ଦୀ କଲେକ୍ସନ ୧୩୬ କୋଟି ହୋଇଛି। ସେହିପରି ଶନିବାର ଦିନ କାନାଡ଼ା ଭର୍ସନ ୬.୩୦ କୋଟି ଆୟ କରିଥିବା ବେଳେ ତେଲଗୁ ଭର୍ସନ ୬ କୋଟି, ତାମିଲ ଭର୍ସନ ୨.୫୦ କୋଟି, ମାଲାୟଲମ ୨ କୋଟି ଟଙ୍କା ଆୟ କରିଥିଲା। ଶନିବାର ସମସ୍ତ ୫ଟି ଭାଷାରେ ଭାରତରେ ସିନେମାର ମୋଟ କଲେକ୍ସନ ହୋଇଥିଲା ୬୯.୮୦ କୋଟି ଟଙ୍କା। ଏହି ୫ ଭାଷାରେ ଗତ ଦିନର କଲେକ୍ସନ ୧୮୨.୭୦ କୋଟି ଟଙ୍କା ହୋଇଛି।

Also Read- ରାମାୟଣ ଫିଲ୍ମକୁ ନେଇ ସନିଙ୍କ ଭୁରି ଭୁରି ପ୍ରଶଂସା, କହିଲେ ‘ପ୍ରତ୍ୟେକ ଭାରତୀୟ ଦେଖନ୍ତୁ ରାମାୟଣ…’

ଶନିବାର ସାରା ଭାରତରେ ରାମାୟଣର ୨୩,୬୯୬ଟି ଶୋ ଚାଲିଥିଲା। ସାମଗ୍ରୀକ ଭାବେ ସିନେମା ହଲ୍ରେ ସିନେମାର ସିଟ୍ ସିଟ୍ କଭର ୪୧.୩ ପ୍ରତିଶତ ରହିଥିଲା। ପାଖାପାଖି ୨୬.୨୪ ଲକ୍ଷ ଲୋକ ସିନେମା ଦେଖିଥିବେ ବୋଲି ଆକଳନ କରାଯାଇଛି। ସେହିପରି ଗତ ୩ ଦିନରେ କେବଳ ଭାରତରେ ପାଖାପାଖି ୬୯.୮୮ ଲକ୍ଷ ଲୋକ ସିନେମା ଦେଖିଥିବେ ବୋଲି ଅନୁମାନ କରାଯାଉଛି।