ନୂଆଦିଲ୍ଲୀ: ଏବେ ଭାରତର ପାହାଡ଼ ଜଙ୍ଗଲଭରା ଉପାନ୍ତ ଅଞ୍ଚଳରେ ଟାୱର ନଥିଲେ ବି ମୋବାଇଲ୍‌ରେ ରହିବ ନେଟୱର୍କ। ବିନା କଲ ଡ୍ରପରେ ଗ୍ରାହକ ନିରବଚ୍ଛିନ୍ନ କଲିଂ ଓ ଇଣ୍ଟରନେଟ୍ର ସୁବିଧା ପାଇପାରିବେ। ଭାରତର ଟେଲିକମ ସଂସ୍ଥା ଟ୍ରାଇ ଏଭଳି ନିୟମ ଆଣିବାକୁ ସୁପାରିଶ କରିଛି। ଯେଉଁଥିରେ ଆପଣଙ୍କର ସ୍ମାର୍ଟୋଫୋନ ସିଧାସଳକ ମହାକାଶରେ ଥିବା ସାଟେଲାଇଟ ସହ ସଂଯୋଗ ହୋଇପାରିବ। ଯାହାଫଳରେ ନେଟୱର୍କ ପାଇଁ ଆଉ ଟାୱରର ଆବଶ୍ୟକତା ପଡ଼ିବ ନାହିଁ।

ଏହି ନୂଆ ବ୍ୟବସ୍ଥାରେ ଏୟାରଟେଲ୍ ଓ ଜିଓ ଭଳି ଟେଲିକମ କମ୍ପାନୀଗୁଡ଼ିକୁ ମହଙ୍ଗା ସାଟେଲାଇଟ ସିଷ୍ଟମ ଲଗାଇବା ଆବଶ୍ୟକ ପଡ଼ିବ ନାହିଁ। ସେମାନେ ଚାହିଂଲେ ସାଟେଲାଇଟ ବନାଉଥିବା କମ୍ପାନୀଗୁଡ଼ିକ ଠାରୁ ନେଟୱର୍କ ଭଡ଼ାରେ ନେଇ ଗ୍ରାହକଙ୍କୁ ସେବା ଯୋଗାଇପାରିବେ। ଏଥିପାଇଁ କମ୍ପାନୀଗୁଡ଼ିକୁ ସାରା ଦେଶରେ ୨୦ ବର୍ଷପର୍ଯ୍ୟନ୍ତ କାମ କରିବାକୁ ଲାଇସେନ୍ସ ଦିଆଯିବ।

ମହାକାଶରେ ସିଧାସଳକ ଯୋଡ଼ି ହେବ ସ୍ମାର୍ଟଫୋନ

ଏହି ନୂଆ ଯୋଜନାର ଖାସ କଥା ହେଲା ଡାଇରେକ୍ଟ ଟୁ ଡିଭାଇସ୍(D2D) ଟେକ୍ନୋଲୋଜୀ। ଟ୍ରାଇ ଏଥିପାଇଁ ସ୍ପେକ୍ଟ୍ରମର ବ୍ୟବହାର କରିବାକୁ ସୁପାରିଶ କରିଛି। ଯେଉଁଥିରେ ଆପଣଙ୍କର ସାଧାରଣ ସ୍ମାର୍ଟୋଫନ ବିନା କୌଣସି ଅତିରିକ୍ତ ଡିଭାଇସରେ ସିଧା ମହାକାଶରେ ଥିବା ସାଟେଲାଇଟ ସହ ସଂଯୋଗ ହୋଇପାରିବ।

ଏହାର ସବୁଠାରୁ ବଡ଼ ଫାଇଦା ହେବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିରବଚ୍ଛିନ୍ନ ନେଟୱର୍କ। ପାହାଡ଼ ଜଙ୍ଗଲଭରା ଅଞ୍ଚଳଗୁଡ଼ିକରେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ମାଟିତଳେ କେବଲର ଦ୍ୱାରା ସଂଯୋଗ ହୋଇଥିବା ଟାୱର କାମ କରିବା ବନ୍ଦ କରିଦିଏ। ଫଳରେ ମୋବାଇଲ୍ରେ ନେଟୱର୍କ ସମସ୍ୟା ସୃଷ୍ଟି ହୋଇଥାଏ। ହେଲେ ସାଟେଲାଇଟ୍ରେ ଏପରି ହେବ ନାହିଁ।

ଲାଇସେନ୍ସ ଫିସ୍ ଓ ସ୍ପେକ୍ଟ୍ରମ ଆବଣ୍ଟନ ପାଇଁ ଶର୍ତ୍ତ

୮% ଲାଇସେନ୍ସ ଫିସ୍: କମ୍ପାନୀଗୁଡ଼ିକୁ ନିଜ ଆୟର ୮% ଅଂଶ ଲାଇସେନ୍ସ ଫିସ୍ ରୂପରେ ସରକାରଙ୍କୁ ଦେବାକୁ ପଡ଼ିବ। ଏଥିରେ କୌଣସି ଫିକ୍ସଡ୍ ସର୍ବନିମ୍ନ ରାଶି ରଖାଯାଇ ନାହିଁ।
ସ୍ପେକ୍ଟ୍ରମର ବାର୍ଷିକ ଚାର୍ଜ: ସରକାରଙ୍କ ଦ୍ୱାରା ଆବଣ୍ଟିତ ସ୍ପେକ୍ଟ୍ରମ୍ (ରେଡିଓ ତରଙ୍ଗ) ପାଇଁ କମ୍ପାନୀଗୁଡ଼ିକୁ ପ୍ରତି ମେଗାହର୍ଜ (MHz) ପାଇଁ ବାର୍ଷିକ ଶୁଳ୍କ ଆକାରରେ ଅତି କମରେ ₹୩,୫୦୦ ଦେବାକୁ ପଡିବ।

୫ ରୁ ୭ ବର୍ଷ ପାଇଁ ଆବଣ୍ଟନ: ପ୍ରଥମେ ସ୍ପେକ୍ଟ୍ରମ୍ ଆବଣ୍ଟନ ସିଧାସଳଖ ୫ ବର୍ଷ ପାଇଁ କରାଯିବ। ଯାହାକୁ ବଜାର ପରିସ୍ଥିତି ଉପରେ ନିର୍ଭର କରି ଆହୁରି ୨ ବର୍ଷ ପାଇଁ ବୃଦ୍ଧି କରାଯାଇପାରିବ।