ଲକ୍ଷ୍ନୌ, ୧୮/୦୮ : ରାମ ମନ୍ଦିର ଦାନ ଅର୍ଥ ଚୋରି ମାମାଲାରେ ମିଳିଲା କ୍ଲିନ୍ ଚିଟ୍ । ଏସଆଇଟି ଶ୍ରୀରାମ ଜନ୍ମଭୂମି ମନ୍ଦିରର ପୂର୍ବତନ ମହାସଚିବ ଚମ୍ପତ ରାୟ ଏବଂ ସଦସ୍ୟ ଅନିଲ ମିଶ୍ରାଙ୍କୁ କ୍ଲିନ୍ ଚିଟ୍ ପ୍ରଦାନ କରିଛି ।

ମନ୍ଦିରର ଦାନ ଅର୍ଥ ଚୋରିକୁ ନେଇ ଉତ୍ତର ପ୍ରଦେଶର ଗୃହ ବିଭାଗ ଏସଆଇଟି ଗଠନ କରିଥିଲେ । ଏସଆଇଟି ନିଜ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ରିପୋର୍ଟରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ପୂର୍ବତନ ମହାସଚିବ ଚମ୍ପତ ରାୟ ଏବଂ ସଦସ୍ୟ ଅନିଲ ମିଶ୍ରାଙ୍କ ନାଁ ନାହିଁ । ସେମାନଙ୍କୁ ଅଭିଯୁକ୍ତ ଭାବେ ଏଠାରେ ଦର୍ଶାଯାଇ ନାହିଁ ।

Also Read :- ଆସୁଛି ଭୟଙ୍କର ବିପଦ, ୨୦୨୭ରେ ବିଶ୍ୱକୁ ଘେରିବ ଖାଦ୍ୟ ସଙ୍କଟ, ଖାଇବାକୁ ନପାଇ ମରିଯିବେ ଲୋକେ !

ରିପୋର୍ଟରେ କେବଳ ଅର୍ଥ ଚୋରି କରିଥିବା ୮ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଅବିନାଶ ଶୁକ୍ଲା, ଅନୁକଳ୍ପ ମିଶ୍ରା, ଲବକୁଶ ମିଶ୍ରା, ମନୀଷ କୁମାର ଯାଦବ, କରୁଣେଶ ପାଣ୍ଡେ, ରମାଶଙ୍କର ମିଶ୍ର, ରମାଶଙ୍କର ଯାଦବ ଏବଂ ଶୁଭାଷ ଶ୍ରୀବାସ୍ତବଙ୍କ ନାଁ ଅଭିଯୁକ୍ତ ଭାବେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ଉଭୟ ଚମ୍ପତ ଏବଂ ଅନିଲ ତଦନ୍ତ ଆରମ୍ଭ ହେବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପରେ ଚମ୍ପତ ଅଯୋଧ୍ୟାରେ ଚାରି ମାସର ସାଧନା କରିବେ ବୋଲି କହିଥିଲେ । ସେ ନଭେମ୍ବର ଯାଏଁ ଅଯୋଧ୍ୟାରେ ରହି ରାମଙ୍କ ମନ୍ତ୍ର ଜପ କରିବେ ବୋଲି ପ୍ରକାଶ କରିଥିଲେ ।ଅନ୍ୟ ଦିଗରେ ରାମ ତୀର୍ଥକ୍ଷେତ୍ର ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଛି । ଏହା ଅନ୍ତିମ ପର୍ଯ୍ୟାୟରେ ପହଁଚିଛି । ସାକ୍ଷାତକାର ପ୍ରକ୍ରିୟା ଶେଷ ହୋଇଛି । ତେବେ ସିଇଓ ପଦ ପାଇଁ ଉତ୍ତରପ୍ରଦେଶର ଦୁଇ ଜଣ ଚର୍ଚ୍ଚିତ ଅଧିକାରୀ ରେସରେ ଆଗରେ ରହିଥିବା କୁହାଯାଉଛି ।