ଭୁବନେଶ୍ୱର, ୦୯/୧୦ : ଆସନ୍ତା ୧୧ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହା ଲଘୁଚାପରେ ପରିଣତ ହୋଇପାରେ। ଏହା ଉତ୍ତର, ପଶ୍ଚିମ ଦିଗରେ ମୁହାଁଇ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କୁ ଯାଇପାରେ। ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିନପରେ ବୋଲି ଭାରତୀୟ ପାଣିପାସ ବିଭାଗ (ଆଇଏମଡି) ବିସ୍ତାରିତ ଆକଳନରୁ ଜଣାପଡ଼ିଛି।

ସେପଟେ ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ବିଦାୟ ପକ୍ରିୟା ଆରମ୍ଭ ହୋଇଛି। ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର କିଛି ଅଞ୍ଚଳରୁ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି । ଆସନ୍ତା ୩ରୁ ୪ ଦିନରେ ପୂର୍ବ ଭାରତର ଆହୁରି କିଛି ଅଞ୍ଚଳରୁ ମୌସୁମୀ ବାୟୁ ବିଦାୟ ନେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ୧୪ ତାରିଖ ଯାଏ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଆଲଏମଡି ଆଚଳନ କରିଛି। ସେହିଭଳି ୧୫ରୁ ୨୧ ତାରିଖ ଭିତରେ ପୂରା ଦେଶରୁ ମୌସୁମୀ ବୟୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଇଏମଡି ପକ୍ଷରୁ କୁହାଯାଉଛି।

Also Read :- Student Union Election : ଆଜି ନାମାଙ୍କନ, ପ୍ରାର୍ଥୀଙ୍କୁ ଲୁଚାଇ ରଖିଲେଣି ଛାତ୍ର ସଙ୍ଗଠନ

ଗୁରୁବାର ରାଜ୍ୟର ୫ଟି ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ବା ଏହାଠାରୁ ଅଧିକ ଥିଲା । ତାଳଚେରରେ ସର୍ବଧିକ ୩୫.୬ ଡିଗ୍ରୀ ରେକର୍ଡ ହୋଇଛି। ପାରଳାଖେମୁଣ୍ଡିରେ ୩୫.୪ ଓ ଛତ୍ରପୁରରେ ୩୫.୧ ଡିଗ୍ରି ରେକର୍ଡ ହୋଇଛି। ୯ ତାରିଖରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ କାଁଭାଁ ବର୍ଷା ହୋଇପାରେ ।